ଓଡ଼ିଶା

ଚୁଡା ଘସା ମହକରେ ମହକିଲା ବଡଦାଣ୍ଡ : ମହାପ୍ରଭୁଙ୍କୁ ଲାଗି ହେଲା ଚୁଡା ଘସା

ପୁରୀ:୨୩/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପବିତ୍ର ହରିଶୟନ ଏକାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଛି ଚୁଡା ଘସା ଭୋଗ। ଶ୍ରଦ୍ଧାଳୁମାନେ ସୋମବାର ଏଥିପାଇଁ ଅମୁଣିଆ ଭାବେ ଚୁଡା ଘସା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ରଥ ଚାରିପଟେ ଏଥିପାଇଁ ଚୁଡା ଘସାଣିମାନେ ଭିଡ ଲଗାଇଥିଲେ। ଟାଟରେ ଘସାଣିମାନେ ଚୁଡା, ନଡିଆ, ଚିନି, ଘିଅ, ଗୁଡ ଓ ମସଲାର ସମିଶ୍ରଣରେ ଏହି ଚୁଡା ଘସା ପ୍ରସ୍ତୁତ କରିଥିଲେ। ସୂଚନାଯୋଗ୍ୟ ବର୍ଷକ ମଧ୍ୟରେ ୪ଟି ବଡ ଏକାଦଶୀ ମଧ୍ୟରୁ ହରିଶୟନ ଏକାଦଶୀ ଅନ୍ୟତମ। ଆଷାଢ଼ ଶୁକ୍ଲ ପକ୍ଷ ଏକାଦଶୀର ଏହି ତିଥିରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ପ୍ରିୟ ଚୁଡାଘସା ଭୋଗ କରାଯିବାର ପରମ୍ପରା ରହିଛି। ଯେଉଁଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ରଥ ନିକଟରେ ଚୁଡା ଘସା ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରିଥିଲେ। ହରିଶୟନ ଏକାଦଶୀ ତିଥିରେ ମହାପ୍ରୁଙ୍କ ଦର୍ଶନ ପାଇଁ ସସିଂହଦ୍ୱାରରେ ଲାଗିଥିଲା ଭକ୍ତଙ୍କ ଭିଡ। ହଜାର ହଜାର ସଂଖ୍ୟାରେ ପଞ୍ଚକୋଶି ଶ୍ରଦ୍ଧାଳୁମାନେ ରଥ ନିକଟକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଚୁଡା ଘସା ପ୍ରସ୍ତୁତ କରି ଭୋଗ କରିଥିଲେ। ରଥ ଚାରିପଟେ ମଧ୍ୟ ଚୁଡା ଘସାଣିମାନେ ଅମୁଣିଆ ଚୁଡା ଘସା ପ୍ରସ୍ତୁତ କରୁଥିବା ଦେଖା ଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ରଥ ଚାରିପଟେ ଭିଡ ଲାଗିଥିଲା। କେବଳ ଓଡିଶା ନୁହେଁ ହରିଶୟନ ଏକାଦଶୀ ତିଥିରେ ବହୁ ବାହାର ରାଜ୍ୟର ତୀର୍ଥଯାତ୍ରୀ ମଧ୍ୟ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏକାଦଶୀ ପାଇଁ ଦିନସାରା ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଏକାଦଶୀରେ ମହାପଭୁଙ୍କୁ ଚୁଡାଘସା ଭୋଗ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଭିଡ ଲଗାଇଥିଲେ। ଅନୁକୂଳ ପାଗ ଯୋଗୁ ଏକାଦଶୀ ତିଥିରେ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଭରପୁର ରହିଥିଲା ବଡଦାଣ୍ଡ। ଚୁଡା ଘସା ଅର୍ପଣ କରିବା ଏକ ଅନନ୍ୟ ପରମ୍ପରା ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଗବେଷକ ଡଃ. ନରେଶ ଦାସ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top