Home କୋରାପୁଟ ଚିହ୍ନଟ ସରକାରୀ ଜମି ଉଚ୍ଚେଦ କରିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଲୋକଙ୍କୁ ସଚେତନ

ଚିହ୍ନଟ ସରକାରୀ ଜମି ଉଚ୍ଚେଦ କରିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଲୋକଙ୍କୁ ସଚେତନ

109

କୋରାପୁଟ ; ତା୨୨-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ମ୍ୟୁନସିପାଲଟି ଦ୍ୱାରା ଜଗନ୍ନାଥମନ୍ଦିର ଛକଠାରୁ ପୂଜାରୀପୁଟ ଦେଇ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ, ଜଳବିଭାଜିକା କାର୍ଯ୍ୟାଳୟ ଛକଠାରୁ ନୂତନ ହାଟ ଓ ଡିଏନକେ ଛକଦେଇ ସହୀଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ଓହସପିଟାଲ, ସିନେମାହଲଠାରୁ ପୋଷ୍ଟ ଅଫିସ ଛକଦେଇ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକ ଏବଂ ବନଦୁର୍ଗା ମନ୍ଦିର ଛକଦେଇ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଯାଇଥିବା ରାସ୍ତାକୁ ପିଡବ୍ଲୁଡି ବିଭାଗକୁ ହସ୍ତାନ୍ତର କରିଥିଲେ। ୪ ଟି ରାସ୍ତାର ଟେଣ୍ଡର ପ୍ରକ୍ରୀୟା କରାଯାଇଥିଲା ବୋଲି ନିର୍ବାହୀ ଯନ୍ତ୍ରୀ କେ.ସିଏଚ.ନନ୍ଦ ସୂଚନା ଦେଇଥିଲେ। ସିନେମାହଲଠାରୁ ମେଡିକାଲ କଲେଜ ଓ ବନଦୁର୍ଗା ମନ୍ଦିର ଛକଠାରୁ ମେଡିକାଲ କଲେଜ ରାସ୍ତା ଚୁକ୍ତିନାମା ହୋଇଯାଇଥିବା ସେ ପ୍ରକାଶ କରିଥିଲେ।ଏଥି ନିମନ୍ତେ ବହୂପୂର୍ବରୁ କୋରାପୁଟ ତହସିଲ ତରଫରୁ ସରକାରୀ ଜମି ଚିହ୍ନଟ କରାଯାଇଥିଲା।ଟେଣ୍ଡର ପ୍ରକ୍ରୀୟା ଶେଷ ହୋଇଯାଇଥିବାରୁ ଚିହ୍ନଟ କରାଯାଇଥିବା ଜମି ଗୁଡିକ ୨ ଦିନ ମଧ୍ୟରେ ଲୋକେ ଭାଙ୍ଗି ଦେବାକୁ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ନେତୃତ୍ୟରେ ତହସିଲଦାର ନେହେରୁ ମାଝି ଓ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ, ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ଶ୍ରୀ ନନ୍ଦ ଏବଂ କର୍ମଚାରୀମାନେ ଲୋକମାନଙ୍କୁ ସଚେତନ କରାଇଥିଲେ।ଅତିରିକ୍ତ ତହସିଲଦାର ସସ୍ମିତା ଜେନା, କୋରାପୁଟ ତହସିଲ କାର୍ଯ୍ୟାଳୟର ସୁପରଭାଇଜର ଗୋଲକ ବିହାରୀ ପରିଡା, ଆରଆଇ ଦୁର୍ଯ୍ୟୋଧନ ନାୟକ, ଆର .ପ୍ରଭାକର ରାଓ, ନକ୍ଷତ୍ରମାଳା ପାଣିଗ୍ରାହୀ, ହେମାନନ୍ଦ ବେହେରା, ଅମିନ ସନ୍ତୋଷ ସାହୁ ପ୍ରମୁଖ ଯୋଗଦେଇଥିଲେ। ଘର ମାଲିକମାନଙ୍କୁ ୨ ଦିନ ସମୟ ଦିଆଯାଇଛି ଯଦି ୨ ଦିନ ସମୟ ମଧ୍ୟରେ ଉଛେଦ କରିବେ ନାହିଁ ତେବେ ପ୍ରଶାସନ ଦ୍ୱାରା ଉଛେଦ କରାଯିବ ବୋଲି କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ସୂଚନା ଦେଇଥିଲେ।ସର୍ବନିମ୍ନ ୩୩ ଫୁଟ ରାସ୍ତା ନିର୍ମାଣ କରାଯିବ ଓ ଅଧିକା ସରକାରୀ ରାସ୍ତାଥିଲେ ଡବଲ ଲାଇନ ରାସ୍ତା ନିର୍ମାଣ କରାଯିବ ବୋଲି ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ କେ.ସିଏଚ.ନନ୍ଦ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.