ଚିଲିକା ଡଙ୍ଗାବୁଡ଼ି ଘଟଣା: ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୭/୬ (ଓଡ଼ିଆ ପୁଅ) କାଳିଜାଇ ଦର୍ଶନ କରି ହସଖୁସିରେ ଫେରୁଥିବା ସମୟରେ ମଝି ଚିଲିକାରେ ହଠାତ୍ ପ୍ରବଳ ଝଡ଼ ତୋଫାନ ଯୋଗୁଁ ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାରେ ସମୁଦାୟ ୧୭ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଓଡ଼୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲୋ।

ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ପ୍ରତି ମୃତକ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆହତଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *