ଓଡ଼ିଶା

ଚିଲିକାରେ ୱାଟର ଏରୋଡ୍ରମକୁ ବିରୋଧ

ପୁରୀ:୧୭/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଚିଲିକାରେ ୱାଟର ଏରୋଡ୍ରମ ପ୍ରସ୍ତାବକୁ ପାରମ୍ପାରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ବିରୋଧ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ୋହଲେ ଚିଲିକାର ପ୍ରାକୃତିକ ପରିବେଶଶ ନଷ୍ଟ ହେବ ବୋଲି ସଭାପତି ହଳଧର ବେହେରା ପ୍ରକାଶ କରିଛନ୍ତି। ଗୁରୁବାର ପୁରୀ ପାନ୍ଥନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଚିଲିକାର ଦେଇ ବିମାନ ଚଳାଚଳ କଲେ ବିଦେଶୀ ପକ୍ଷୀମାନେ ଆଉ ଆସିବେ ନାହିଁ। ମାଛ ଏବଂ ଏରାୱାଡି ଡଲଫିନ ବଂଶ ଲୋପ ପାଇବ। ପ୍ରାୟ ୩ଲକ୍ଷ ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିବ। କେନ୍ଦ୍ର ସରକାର ଏହି ପ୍ରସ୍ତାବ ପ୍ରତ୍ୟାହାର କରିନେବାକୁ ମିଳିତ ମଞ୍ଚ ଦାବି କରିଛି। କୌଣସି ପରିସ୍ଥିତିରେ ୱାଟର ଏରୋଡ୍ରମ କରାଇ ଦିଆଯିବ ନାହିଁ ବୋଲି କେଦାର ଜେନା ଚୋବନୀ ଦେଇଛନ୍ତି। ସେ କହିଲେ ରାଜ୍ୟ ସରକାର ବର୍ଷ ବର୍ଷ ଧରି ଚିଲିକା ବିଲ୍ ଚପାଇ ରଖିଛନ୍ତି। ଚିଲିକାର ପୁନରୁଦ୍ଧାର ପ୍ରତି ଆଦୌ ଗୁରୁତ୍ୱ ଦିଆଯିବ ନାହିଁ। ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଏବଂ ପଲିଥିନ୍ ବ୍ୟବହାର ବନ୍ଦ ପାଇଁ ସେ ଦାବି କରିଛନ୍ତି। ଚିଲିକା ପରିବେଶ ପର୍ଯ୍ୟଟନ ମହାସଂଘ ସଭାପତି ସଦାନନ୍ଦ ଜେନା କହିଲେ ଚିଲିକାର ୭୫% ଭାଗ ପୁରୀ ଜିଲ୍ଲାରେ ରହିଛି। ୱାଟର ଏରୋଡ୍ରମ ପାଇଁ ଅନୁମତି ଦେବା ପୂର୍ବରୁ ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରାଯାଇନାହିଁ। ଚିଲିକା କେବଳ ଏକ ପର୍ଯ୍ୟଟନ ସ୍ଥଳ ନୁହେଁ, ତିନୋଟି ଜିଲ୍ଲାର ୩ଲକ୍ଷ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି। ଫାଲଗୁନି ଜାଲି କହିଲେ ଚିଲିକାରେ ଯଦି ୱାଟର ଏରୋଡ୍ରମ ପ୍ରତିଷ୍ଠା କରାଯାଏ ୧୭୦ ଏରାୱାଡି ଡଲଫିିନଙ୍କ ବଂଶ ଲୋପ ପାଇବ। ନଳବଣକୁ ବିଦେଶୀ ପକ୍ଷୀ ଆଉ ଆସିବେ ନାହିଁ। ଚିଲିକା ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଥିବା ମତ୍ସ୍ୟଜୀବୀମାନେ ଭୋକ ଉପାସରେ ଛଟପଟ ହେବେ। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top