ଚିଲିକାରେ ୱାଟର ଏରୋଡ୍ରମକୁ ସଚେତନ ନାଗରିକ ମଞ୍ଚର ସ୍ୱାଗତ

ପୁରୀ:୧୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଚିଲିକାରେ ପ୍ରସ୍ତାବିତ ୱାଟର ଏରୋଡ୍ରମକୁ ସ୍ୱାଗତ କରିଛି ସଚେତନ ନାଗରିକ ମଞ୍ଚ। ତେବେ ଏହା ସହିତ ଚିଲିକା ଅଞ୍ଚଳର ବିକାଶ ଦାବି କରିଛି ମଞ୍ଚ। ଏନେଇ ରବିବାର ମଞ୍ଚ ପକ୍ଷରୁ ସାତପଡାର ଚିଲିକା କୂଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ମଞ୍ଚର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚିଲିକାର ଅଞ୍ଚଳର ବିକାଶ ଦାବି କରିଥିଲେ। ସୂଚନାଯୋଗ୍ୟ ଚିଲିକାରେ ୱାଟର ଏରୋଡ୍ରମକୁ ପାରମ୍ପାରିକ ମତ୍ସ୍ୟଜୀବୀ ମହାସଂଘ ବିରୋଧ କରିଥିବା ବେଳେ ସଚେତନ ନାଗରିକ ମଞ୍ଚ ଏହାକୁ ସ୍ୱାଗତ କରିଛି। ମଞ୍ଚ ଦାବି କରିଛି ଯେ ଅଞ୍ଚଳବାସୀଙ୍କ ସହମତ ଓ ବିକାଶ ପୂର୍ବକ ଏରୋଡ୍ରମ କରାଯାଉ। ଚିଲିକାର ପର୍ଯ୍ୟଟକର ବିକାଶ ବିଶ୍ୱ ଦରବାରରେ ଅଞ୍ଚଳବାସୀଙ୍କୁ ସାମିଲ, ଆଇନକୁ ସମ୍ମାନ ଦେଇ ଅନୁମତି ଦିଆଯାଉ। ରାଜନୈତିକ ଦୃଷ୍ଟିରୁ ୱାଟର ଏରୋଡ୍ରମକୁ ବିରୋଧ ନକରି ସାମୂହିକ ବିକାଶ ଦୃଷ୍ଟିରୁ ପରୀକ୍ଷା କରାଯିବା ପାଇଁ ଦାବି କରିଛି ମଞ୍ଚ।

Leave a Reply

Your email address will not be published. Required fields are marked *