“ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ” ର ୩୫ ତମ ବାର୍ଷିକ ଉସôବ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଆରମ୍ଭ

ଭଦ୍ରକ, ୧୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଶ୍ରୀ ଲୋକନାଥ ମନ୍ଦିର ପରିସରରେ ଆଜିଠାରୁ ୧୦ଦିନ ବ୍ୟାପୀ “ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ” ଆନୁକୂଲ୍ୟରେ ୩୫ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଆରମ୍ଭ ହୋଇଛି । ଆଜି ପ୍ରାତଃରେ ପୁରୋଧା ରତ୍ନା ମହାନ୍ତି ଓ ରାମନାରାୟଣ ମହାନ୍ତିଙ୍କ ସମେତ ବହୁ ଭକ୍ତଙ୍କ ଗହଣରେ ଘଟତ୍ତୋଳନ କରାଯାଇଥିଲା । ଏହାପରେ ଦିବା ୧୦ ଘଟିକାରୁ ୧୨.୩୦ ପର୍ଯ୍ୟନ୍ତ ବ୍ୟାସ ପଣ୍ଡିତ ଓମ୍ ପ୍ରକାଶ ଯୋଶୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁରୂପ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଢେଙ୍କାନାଳସ୍ଥିତ ଭୂବନର କଥା ସେବକ ପଣ୍ଡିତ ରବିନ୍ଦ୍ର କୁମାର ଦାଶଙ୍କ ଦ୍ୱାରା ଆଜିଠାରୁ ଆରମ୍ଭ ହୋଇଥିବା ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆସନ୍ତା ୨୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାର ମାନସ ସତ୍ୟସୁଧା ଅଧ୍ୟାପକ ଗୁରୁପ୍ରସାଦ ମହାପାତ୍ରଙ୍କ ଦ୍ୱାରା ଜ୍ଞାନଯଜ୍ଞର ଶୁଭାରମ୍ଭ ହେବାକୁ ଥିବାବେଳେ ୨୫ ତାରିଖ ଦିନ ଅଗ୍ନିହୋତ୍ରୀ ଶ୍ରୀ ଭୈରବାନନ୍ଦ ସରସ୍ୱତୀ, ବିଜୟ କୁମାର ପାଣି, ସଂଜୟ କୁମାର ପାଣି ଓ ତି୍ରନାଥ କରଙ୍କ  ଭଳି ପୁରୋଧାମାନଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ହେବ । ଏହି କାର୍ଯ୍ୟକ୍ରମ ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦର ସଭାପତି ଗଜାନନ ନାୟକ, ଉପସଭାପତି ବ୍ରଜକିଶୋର ଦାସ, ସଂପାଦକ ରାମନାରାୟଣ ପାଣିଗ୍ରାହୀ, ଯୁ୍ମ ସଂପାଦକ ହରମୋହନ କୁଅଁର ଏବଂ ସଭ୍ୟ ବିଶ୍ୱନାଥ ଜେନା, ଅଜିତ ନାୟକ, ବିନୟ କୁମାର ପଣ୍ଡା, କରୁଣାକର ଉପାଧ୍ୟାୟ, ଗଂଗାଧର ଦାସ, ଶାନ୍ତନୁ ରାଉତ, ସ୍ନେହଲତା ଦାଶ, ହେମଲତା ମଲ୍ଲିକ, ଅରୁଣା ଭଂଜ ପ୍ରମୁଖଙ୍କ ପରିଚାଳନାରେ ଆଜିଠାରୁ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି । ଏଣୁ ଏହି ପବିତ୍ର କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ ବହୁସଂଖ୍ୟାରେ ଯୋଗଦାନ କରିବାକୁ କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *