ଜିଲ୍ଲା ପରିକ୍ରମା

ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ,ଯୁବପ୍ରତିଭା ସମ୍ମାନିତ

ମାଲକାନଗିରି,୧୮ା୯ (ଓଡିଆ ପୁ୍ଅ )  ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବବିଭାଗ ପକ୍ଷରୁ  ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଅନୁଷ୍ଟିତ ହେବାସହିତ ଯୁବପ୍ରତିଭା ହିରୋମାନଙ୍କୁ ସମ୍ମାନିତ କରାଯାଇଛି । ଚିତ୍ରକୋଣ୍ଡା ଠାରେ ଥିବା ଏସଏସଡି ବାଳିକା ହାଇସ୍କୁଲ ପରିସରରେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ରକୁମାର ସେଠୀଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ଥାନା ଆଇଆଇସି ରାମପ୍ରସାଦ ନାଗ ଯୋଗଦେଇ ରାଜ୍ୟସରକାରଙ୍କ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର  କାରଭାଁ ପ୍ରଚାର ଗାଡିର ରିବନ କାଟି ଉଦଘାଟନ କରିଛନ୍ତି । ଏହି ଅବସରେ ମୁଖ୍ୟବକ୍ତାଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ଚନ୍ଦ୍ରମଣୀ ସ୍ୱାଇଁ, ସାମ୍ବାଦିକ ସୁଧାକରଦାଶ,ଚିତ୍ରକୋଣ୍ଡା ବ୍ଲକ ଏବିଡିଓ ବେଣୁକ୍ରୀସାନୀ,ପାପରମେଟଲା ଥାନା ଅଧିକାରୀ ଲକ୍ଷ୍ମିନାରାୟଣ ମୁଦୁଲି, ଡବ୍ଲୁଓ ଚିତରଂଜନ ବେହେରା,ବିଧାୟକ ପ୍ରତିନିଧି ଅମିତ ଅଗ୍ରଓ୍ୟାଲ,ବ୍ଲକ ବିଜେଡି ସଭାପତି ହରିବନ୍ଧୁ ଖିଲ,ସମାଜସେବୀ ଦେବେନ୍ଦ୍ର ନାଥଦାସ, ଯୋଗଦେଇ ଗ୍ରାମଅଚଂଳରେ ଯୁବପ୍ରତିଭାର ଅଭାବନାହିଁ,ପ୍ରୋତ୍ସାହନ ଅଭାବରୁ ବଣମଲ୍ଲି ବଣରେ ଫୁଟି ମଉଳିଗଲାପେରି ଅବସ୍ଥା ହୋଇଛି, ଏବେ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଚଂଳରୁ ଅନେକ ହିରୋ ଲୋକଲୋଚନ କୁ ଆସିପାରିବେ ବୋଲି କହିଥିଲେ । ଏହି ଅବସରରେ ଚିତ୍ରକୋଣ୍ଡା ଅଚଂଳର ହିରୋ ଓ ଯୁବପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାବିଜୁ ଯୁବବାହିନୀର ଜିଲ୍ଲା ସଂଯୋଜକ ବିନାଶକୁମାର ମିଶ୍ର  ମଚଂ ପରିଚାଳନା କରିଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ ବିଜୁ ଯୁବବାହିନୀର ସଂଯୋଜକ ଦିପ୍ତୀରଂଜନ ରଥ ଧନ୍ୟବାଦ ଅର୍ପଣକରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ୬୦୦ରୁ ଉର୍ଦ୍ଦ ଛାତ୍ରୀ ଓ ବିଜୁଯୁବବାହିନୀର କର୍ମକର୍ତା ଓ ଯୁବକ ଯୁବତୀ ମାନେ ଉପସ୍ଥିତ ଥିଲେ ।ଏସଏସଡି  ହାଇସ୍କୁଲ ଓ ସରସ୍ୱତୀ ଶିଶୁମନ୍ଦିର ଛାତ୍ରୀ ମାନେ ନତ୍ୟସଙ୍ଗୀତ ପରିବେଷଣ କରିଥିଲେ ।

ଭୁବନେଶ୍ୱର ଠାରୁ ଆସିଥିବା ବିଜୁଯୁବବାହିନୀ ଓ ମୁ ହିରୋ ମୁଁ ଓଡିଶାର  ସୁପର ଭାଇଜର ତପନକୁମାର ସେଠୀ,ଦେବାଶିଷ ଦାସ,ସଂଜୟକୁମାର ଘଟଂ,ଧର୍ମେନ୍ଦ୍ର ମହାନନ୍ଦିଆ, ଅଜୟକୁମାର ସାହୁ,ଶିବୁ ସେଠୀ,ବିକାଶ ଭୋଇ,ବିପ୍ଲବ ପ୍ରଧାନ,ସଂଗ୍ରାମ କେଶ୍ୱରୀ ନାୟକ,ମନୋଜକୁମାର ରାଉଳ,ସୁଶାନ୍ତ କୁମାର ଜେନା,ସାଗର ରଂଜନ ଜେନା,ପ୍ରକାଶକୁମାଂର ପାଢୀ,ଅଜିତ ସିହ୍ନା,ବିକ୍ରମସ୍ୱାଇଁ ପ୍ରମୁଖ କର୍ମକର୍ତା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଂପର୍କରେ ସୁଚନା ଦେବାସହିତ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମିପରିଡା, ଜଗବନ୍ଧୁରାୟ, ପ୍ରଦ୍ୟୁମକୁମାର ସିଂ,ସିତାକାନ୍ତ ମହାପାତ୍ର,ଲିପିକା ସାମନ୍ତରାୟ,ଜାନକୀ ପ୍ରଧାନ,ତୃପ୍ତିପ୍ରୀୟଦର୍ଶନୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୁଁ ହିରୋ ମୁଁ ଓଡିଶା ପ୍ରଚାର ଗାଡି ଇତି ମଧ୍ୟରେ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକ ପରିକ୍ରମା କରି ମୁଁ ହିରୋ ମୁଁ ଓଡିଶା ଯୁବପ୍ରତିଭାଙ୍କୁ  ଚୟନ କରି ସେମାନଙ୍କୁ ସମ୍ମାନିତ କରିଛନ୍ତି ,

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top