ଜିଲ୍ଲା ପରିକ୍ରମା

ଚିତ୍ରକୋଣ୍ଡା ବିଛିନ୍ନାଚଂଳ ରେ ମାଓବାଦୀଙ୍କ ପ୍ରଜାମେଳି,ଅପରେସନ ଗ୍ରୀନହଣ୍ଟ,ମଦବିକ୍ରୀ ଓ ଜୁଆ ଖେଳକୁ ବିରୋଧ

ମାଲକାନଗିରି,୧୭ା୩  (ଓଡିଆ ପୁଅ )  ଆଦିବାସୀଙ୍କ ମୌଳକି ସୁବିଧା ହାସଲ ଓ ଅପରେସନ ଗ୍ରେହଟଂ,ପୁଲିସ କ୍ୟାମ୍ପ କୁ ଓ ମଦ ଜୁଆଖେଳକୁ ବିରୋଧ କରି ଆନ୍ଦ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଏକ ଘଚଂଜଙ୍ଗଲ ପାହଡତଳେ ମାଓବାଦୀ ମାନେ ଆଖପାଖର ଗ୍ରାମବାସୀଙ୍କୁ ନେଇ ଏକ ବିରାଟ ପ୍ରଜାମେଳି ଗୁପ୍ତଭାବେ କରିଥିବାର ଜଣାପଡିଛି । ଚିତ୍ରକୋଣ୍ଡା ବିଛିନ୍ନାଚଂଳ ପାପରମେଟଲା ପଚାଂୟତର ବିଭିନ୍ନ ଦୁର୍ଗମ ଅପହଁଚ ଗ୍ରାମଗୁଡିକରେ ଗତ ଦୁଇଦିନ ହେଲା ମାଓବାଦୀ ମାନେ ପ୍ରଜାମେଳି ଆରମ୍ଭ କରିଦେଇଛନ୍ତି । ଗତକାଲି ରାଲେଗଡା ପଚାଂୟତ ଆନ୍ଦ୍ରସୀମାନ୍ତ କୋରକୁଣ୍ଡା ଗ୍ରାମନିକଟ ଜଙ୍ଗଲରେ ଆନ୍ଦ୍ରଓଡିଶା ବୌର୍ଡର ଜୋନାଲକମିଟି,କୋରକୁଣ୍ଡା ମାଓବାଦୀଦଳମ ପକ୍ଷରୁ ଏକ ବଡ ଧରଣର ପ୍ରଜାମେଳିର ଆୟୋଜନକରା ଯାଇଥିଲା  । ଏହି ମେଳିରେ କୋରକୁଣ୍ଡା ଦଳମର ମାଓନେତା ପ୍ରବିଣ,ଚେଲାମ,ବଳି ଙ୍କ ସହିତ ଆନ୍ଧ୍ର ଓଡିଶା ,ତେଲାଙ୍ଗାନା ,ଛତିଶଗଡ ର ବରିଷ୍ଟ ମାଓ ନେତା ମାନେ ଯୋଗଦେଇ ସିଧାସଳଖ ଭାବେ ରାଜ୍ୟସରକାରଙ୍କ ବିରୋଧରେ ସ୍ବରଉତ୍ତୋଳନ  କରିଥିଲେ, ଆଦିବାସୀ ଙ୍କ ଉନ୍ନତି ବଦଳରେ ସେମାନଙ୍କୁ ଶୋଷଣକରାଯାଉଛି, ସେମାନେ ଶିକ୍ଷା,ସ୍ୱାସ୍ଥ୍ୟ,ଜିବୀକା ନିର୍ବାହ.ପାନୀୟଜଳ, ଅତ୍ୟାବସ୍ୟକିୟ ସାମଗ୍ରୀ ଯୋଗାଣ ଆଦି ମୌଳିକସୁବିଧାରୁ ବଚିଂତହେଉଛନ୍ତି ,ରାଜ୍ୟସରକାର ଗରିବ ଆଦିବାସୀଙ୍କ ଉର୍ନିତି କଥା ଚିନ୍ତାନକରି ଗାଁ ଗାଁରେ ପୁଲିସ କ୍ୟାମ୍ପକରି କୋଟି କୋଟି ଟଙ୍କା ଅଯଥାରେ ଖର୍ଚକରୁଛନ୍ତି, ଅପରେସନ ଗ୍ରୀହଟଂ ନାମରେ ନରିହ ଲୋକଙ୍କୁ ହଇରାଣ କରୁଛନ୍ତି, ପୁଲିସ କ୍ୟାମ୍ପକୁ ବିରୋଧ କରନ୍ତୁ  ବୋଲି ମାଓବାଦୀ ମାନେ ଗ୍ରାମବାସୀ ମାନଙ୍କୁ କହିଥିଲେ । ଏହି ପ୍ରଜାମେଳିପରେ ଜନ୍ତାପାଇ ହାଟକୁ ଯାଇ ସେଠାରେ ମଦ ବିକ୍ରୀ ଓ ଜୁଆଖେଳକୁ ବିରୋଧ କରି ମଦହାଣ୍ଡି ଗୁଡିକୁ ପିଟି ଭାଙ୍ଗିଦେଇଥିଲେ । ଗ୍ରାମକୁ ଯାଇ ମଦରନ୍ଧା ସାମଗ୍ରୀ ମହୁଲ ପୋଚ,ହାଣ୍ଡିଗୁଡିକୁ ଫିଙ୍ଗିଦେଇ ମଦରାନ୍ଧୁଥିବା ଲୋକଙ୍କୁ ବାରଣକରିଥିଲେ.ମଦ ରନ୍ଧା କି ମଦବିକ୍ରି କଲେ ପରିଣାମ ଭୟାବହ ହେବବୋଲି ଧମକ ଦେଇଥିଲେ । ହଟାତ ଗୁପ୍ତ ଭାବେ ଘଚଂଜଙ୍ଗଲରେ ମାଓବାଦୀ ମାନେ ପ୍ରଜାମେଳିକରିଥିବା ଖବର ବିଏସଏଫ ଜବାନ କିମ୍ବା ପୁଲିସ ଟେର ପାଇନଥିଲା,ଏହି ପ୍ରଜାମେଳିରେ ଓଡିଶା ଆନ୍ଦ୍ରପ୍ରଦେଶ ,ତେଲାଙ୍ଗାନା .ଛତିଶଗଡ ରାଜ୍ୟ ସୀମାନ୍ତବର୍ତି ଗ୍ରାମଗୁଡିକରୁ  ପ୍ରାୟ ୩ହଜାରରୁ ଉର୍ଦ୍ଦ ଆଦିବାସୀ ମହିଳା, ପୁରୁଷ, ଯୁବକ, ଯୁବତୀ ମାନେ ଯୋଗଦେଇ ଥିଲେ, ସେମାନଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ଅଧିକ ଥିବାର ଦେଖିବାକୁ ମିଳିଥିଲା । ଏବେ ମାଓବାଦୀ ମାନେ ଯୁବକ ମାନଙ୍କ ବଦଳରେ ଅଧିକ ଯୁବତୀ ଓ ମହିଳା ମାନଙ୍କୁ ନିଜ ସଂଗଠନରେ ସାମିଲକରିବା ପାଇଁ ବିଭିନ୍ନ ଗ୍ରାମରେ ମହିଳା ସମାବେସ କରି ମିଥ୍ୟା ପ୍ରଲୋଭନଦେଖାଇ ସେମାନଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନାଚଳାଇଥିବାର ଜଣାପଡିଛି ।,ବିଛିନ୍ନାଚଳରେ ମାଓବାଦୀଙ୍କ ପ୍ରଜାମେଳି ହେବାର ଖବରପାଇ  ମାଲକାନଗିରି ଜିଲ୍ଲା ପୋଲିସ ସୀମାନ୍ତ ଅଚଂଳକୁ ସିଲକରି ଦେଇ  ବିଭିନ୍ନ ମାଓପ୍ରବଣ ଗ୍ରାମ ଓ ସହରରେ  ପୋଲିସ ପେଟ୍ରୋଲିଂ ଓ କଂମ୍ବି ଅପରେସନ ସହ ଯାନବାହନ ଗୁଡିକୁ ବ୍ୟାପକ ଯାଚଂ ଚଳାଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top