ଜିଲ୍ଲା ପରିକ୍ରମା

ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ସ୍ୱତନ୍ତ୍ର ଭାବେ ଏମ.ଆର.ସମୂହ ଟିକାଦାନ ଆରମ୍ଭ,ପ୍ରଥମ ପର୍ଯ୍ୟାୟରେ ୬୪୩୩ ଜଣ ଶିଶୁଟିକା ନେଲେ

ମାଲକାନଗିରି,୯ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ମିଳିମିଳା,ଜର୍ମାନମିଳିମିଳା(ରୁବେଲା) ଟିକାରଣ ଗତ 29 ତାରିଖଠାରୁ ଆରମ୍ଭ ହୋଇ ଯାଇଛି । ବିଶେଷ କରି 8ତାରିଖ ଠାରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ବିଛିନ୍ନାଚଂଳର ୮ଟି ପଚାଂୟତ ରେ ସ୍ୱତନ୍ତ୍ର ଭାବେ ଟିକାକରଣ ଆରମ୍ଭ ହୋଇ ଯାଇଛି । ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ବିଛିନ୍ନାଚଂଳ ରେ ସ୍ୱତନ୍ତ୍ର ଭାବେ ଜୋଡାମ୍ବ,ପଣସପୁଟ, ଜାନବାଇ ତିନୋଟି ସେକ୍ଟର ଖୋଲା ଯାଇ ଘର ଘର ବୁଲି ଟିକାକରଣ କରାଯାଉଛି,,ଏହି କାର୍ଯ୍ୟପାଇଁ ଆମ୍ବୁଲାନ୍ସ ଲଚଂ ସହ ଦୁଇଟି ମଟୋରଲଚଂ କୁ କାମରେ ଲଗାଯାଇଛି । ବିଛିନ୍ନାଚଂଳରେ ପ୍ରଥମ ପର୍ଯ୍ୟାୟରେ ଜାନବାଇ ସେକ୍ଟର ଅଧିନରେ ବଡପଡା,ରାଲେଗଡା,ପାପରମେଟଲା, ପଡପଦର ପଚାଂୟତ ରେ ୬୪୩୩ଜଣ ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଟିକାଦିଆସରିଛି । ଦ୍ୱିତୀୟ  ପର୍ଯ୍ୟାୟରେ ପଣସପୁଟ ସେକ୍ଟରର ଜୋଡାଆମ୍ବ,ଯନ୍ତ୍ରୀ ,ଅଣ୍ଡ୍ରାପାଲି,ପଣସପୁଟ ପଚାଂୟତରେ ଗତ ୧୧ତାରିଖ ଠାରୁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ବିଛିନ୍ନାଚଂଳରେ ୩୧ଟି ବିଦ୍ୟାଳୟ,୬୮ଟି କମ୍ୟୁନିଟ ଗୃହ ଓ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ରେ ୪୭୬୬ଜଣ ପିଲାଙ୍କୁ ଟିକାଦନ କରାଯିବାର ବ୍ୟବସ୍ଥା ହୋଇଛି  । ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସିଡିଏମଓ ଡା.ଅମରେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ଜିଲ୍ଲାରେ ଏମଆର ଟିକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭ଟି ବ୍ଲକ, ଗୋଟିଏ ପୌରପରିଷଦ, ଗୋଟିଏ ବିଜ୍ଞାପିତ ଅଚଂଳପରିଷଦରେ ଇତି ମଧ୍ୟରେ ୯୯ ପ୍ରତିଶତ ଟିକାକରଣ ହୋଇ ସାରିଥିବାର ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ଆଗ୍ରଓ୍ବାଲ ଙ୍କ ନିର୍ଦ୍ଦେଶରେ  ମାଓପ୍ରବଣ ବିଛିନ୍ନାଚଂଳ ପାଇଁ ସ୍ୱତନ୍ତ୍ରଭାବେ ଟିକାରଣ ବ୍ୟବସ୍ଥା ହୋଇ ୧୦୦ଜଣ କର୍ମଚାରି ଙ୍କୁ ମୁତୟନ କରାଯାଇଛି ।

ସେମାନଙ୍କ ମଧ୍ୟରେ ମହିଳା,ପୁରୁଷ ସ୍ୱାସ୍ଥ୍ୟକର୍ମୀ ,ସୁପରଭାଇଜର,ଶିଶୁମହିଳା କଲ୍ୟାଣ ସୁପରଭାଇଜର,ବ୍ଲକ ସୁପରଭାଇଜର,ଅଙ୍ଗନଓ୍ୟାର୍ଡି କର୍ମୀ,ଆଶାକର୍ମୀ,ମାନେ ରହିଛନ୍ତି । ଏମାନଙ୍କ କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲା ଭୁତାଣୁବାହକ ପ୍ରତିରୋଧ ଅଧିକାରୀ ଅଜିତକୁମାର ଦଳେଇ,ବିଜୟ କୁମାର ପଣ୍ଡା ବିଛିନ୍ନାଚଂଳ କୁ ଯାଇ ଟିକାକରଣ କେନ୍ଦ୍ରଗୁଡିକୁ ପରିଦର୍ଶନ କରି ବିବରଣୀ ସଂଗ୍ରହ କରୁଥିବାବେଳେ ସହକାରି ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ସତ୍ୟନାରାୟଣ ଦେଓ, ଡିପିଏମ ସୁଭକାନ୍ତ ଗନ୍ତାୟତ,ଟୀକାକରଣ ପରିସଂଖ୍ୟାନ ଅଧିକାରୀ ଶିବପ୍ରସାଦ ପ୍ରହରାଜ ଜିଲ୍ଲାସ୍ତରୀୟ ଟିକାଦାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରୁଛନ୍ତି । ଗତ ବର୍ଷ ମାଲକାନଗିରି ଜିଲ୍ଲାରେ ଶିଶୁମାନେ ଭୟାବହ  ଜାପାନୀ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତାହା ଥମିବାପରେ ଏବେ ଜର୍ମାନ ରୋଗର ଆଶଙ୍କାକୁ ଆଖିଆଗରେ ରଖି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଟିକାରଣ ପାଇଁ ବିଭିନ୍ନ ଗ୍ରାମରେ ଏବେ ଏମ.ଆର ସମୁହ ଟୀକାଦାନ ଅଭି ଯାନ ଆରମ୍ଭ ହୋଇ ଯାଇଛି । ଗତ ୨୯ତାରିଖରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ମିଳିମିଳା ଓ ରୁବେଲା (ଜର୍ମାନ ମିଳିମିଳା) ପ୍ରତିଶେଧକ ସମୂହ ଟୀକାରଣ ଚାଲିଛି । ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ତୃତୀୟ ୪ର୍ଥ ସପ୍ତାହରେ ଗ୍ରାମାଚଂଳ, ଅଙ୍ଗନ ଓ୍ୟାର୍ଡିକେନ୍ଦ୍ରରେ ଏବଂ ୫ମ ସପ୍ତାହରେ ବଳକା ରହି ଯାଇଥିବା  ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଘର ଘରବୁଲି ଟୀକାଦିଆଯିବ ।ଜିଲ୍ଲାରେ ୧୪୬୮ଟି ଟୀକାଦାନକେନ୍ଦ୍ର ଖୋଲାଯାଇଛି ,ଏହି କେନ୍ଦ୍ର ଗୁଡିକରେ ଜିଲ୍ଲାର ମୋଟ ୨ଲକ୍ଷ ୨୩ହଜାର ୭୪୯ଜଣ ପିଲାଙ୍କୁ ଟୀକାକରଣ କରାଯିବ ,ଏଥି ନିମନ୍ତେ ୨୪୩ ଟୀକାଦାନଦଳ ଙ୍କୁ ନିଯୁକ୍ତି ଦିଆ ଯାଇଛି । ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ଦ୍ୱିତୀୟ ପର୍ଯ୍ୟାୟରେ ଏମଆର ସମୂହ ଟିକାଦାନ କାର୍ଯ୍ୟକ୍ରମ ୮ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଏହା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାସ୍ୱସ୍ଥ୍ୟବିଭାଗ ସୁତ୍ରରୁ ସୁଚନାମିଳିଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top