ଓଡ଼ିଶା

ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଦୁଇ ଆଦିବାସୀ ଭିନ୍ନକ୍ଷମ ଶିଶୁଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି, ୧୮।୧ (ଓଡିଆ ପୁଅ ) ଗରିବ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଦୁଇଜଣ ଆଦିବାସୀ ଭିନ୍ନକ୍ଷମ ଶିଶୁ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି,  ଚିତ୍ରକୋଣ୍ଡା ବ୍ଲକସ୍ଥ ବିଛିନ୍ନାଚଂଳ ରାଲେଗଡା ପଚାଂୟତ ଜଜାପାଲମ ଗ୍ରାମର ସନେଖିଲ ଙ୍କ ୭ବର୍ଷର ଝିଅ ସମାରି ଖିଲ ଗତ କିଛି ମାସତଳେ ନିଆଁରେ ପଡି ଯାଇ ତାର ମୁହଁ ଓ ହାତ ପୋଡି ହୋଇଯାଇଥିଲା। ଘରେ ଯାହା ଟଙ୍କା ପଇସା ଥିଲା ତାକୁ ଡାକ୍ତର ଦେଖାଇ ଚିକିତ୍ସା କରିଥିଲେ ସନେଇ, ହେଲେ ହାତର ପାପୁଲି ପୋଡି ହୋଇ ଅକାମି ହେବାସହ ମୁହଁ ବେକରେ ଲାଗି ଯାଇଥିଲା। ଅଧିକ ଟଙ୍କା କେଉଁଠାରୁ ଆଣିବେ ଯେ ବଡ ଡାକ୍ତର ଖାନାକୁ ନେଇ ତାକୁ ଭଲକରିବେ।ଯେଉଁ ବୟସରେ ସମାରି ସାଙ୍ଗସାଥି ମେଳରେ ହସିଖେଳି ପାଠପଢିବା କଥା ସେହିବୟସରେ ପୋଡା ହାତ, ପୋଡାମୁହଁ କୁ ନେଇ ଯନ୍ତ୍ରଣାରେ ଛଟପଟ ହେଉଛି। ଯନ୍ତ୍ରଣା ବେଶୀ ହେବାରୁ ଗାଁ ଲୋକଙ୍କ ପରାମର୍ଶ କ୍ରମେ ତାକୁ ମାଲକାନଗିରି ହସପିଟାଲକୁ ଆଣି ଚିକିତ୍ସା ପାଇଁ ଭର୍ତି କରିଛନ୍ତି। ହେଲେ ତାର ମୁହଁ ବେକରେ ଲାଗି ଯାଇଥିବାରୁ ମାଲକାନଗିରି ହସପିଟାଲରେ ଚିକିତ୍ସା ସମ୍ଭବପର ହେଉନଥିବାରୁ କଟକ ଡାକ୍ତର ଖାନା ନେବାକୁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି,  ସନେଇ ଜଣେ ଗରିବ ଆଦିବାସୀ ଲୋକ ଅର୍ଥ କେଉଁଠୁ ଆଣିବ ଯେ କଟକ ଡାକ୍ତର ଖାନା ନେଇ ଝିଅକୁ ଭଲକରିବ, କର୍ମକୁ ଆଦରି ମାଲକାନଗିରି ହସପିଟାଲରେ ପଡିରହିଛି। ଠିକ ସେହିପରି ଆଉଜଣେ ଶିଶୁର ଦିନକୁ ଦିନ ମୁଣ୍ଡ ବଢି ଚାଲିଛି ଅର୍ଥ ଅଭାବରୁ ସେ ମଧ୍ୟ ବଡ ଡାକ୍ତର ଖାନାକୁ ଯାଇ ଅଧିକ ଚିକିତ୍ସିତ ହୋଇନପାରି ମାଲକାନଗିରି ହସପିଟାଲ ବେଡରେ ପଡି ରହିଛି। ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାର୍ଶ୍ୱରେ ଥିବା ପାପରମେଟଲା ପଚାଂୟତ ଉଆଗୁଡା ଗ୍ରାମର ବଳରାମ ଖେମୁଡୁଙ୍କ ୩ବର୍ଷର ଶିଶୁ କନ୍ୟା ମିଲିକ ଖେମୁଡୁର ମୁଣ୍ଡ ଧିରେ ଧିରେ ବୃଦ୍ଧିପାଇ ଆଖି ଭିତରକୁ ପସିବାକୁ ଲାଗିଲା, ଗରିବ ଆଦିବାସୀ ଲୋକ ଅର୍ଥ କେଉଁଠୁ ପାଇବେ ଯେ ବଡ ଡାକ୍ତରଖାନାକୁ ନେଇ ତାକୁ ଚିକିତ୍ସିତ କରିନପାରି ଗାଁରେ ଦୁଶାରୀ ଗୁଣିଆକୁ ଦେଖାଇଥିଲେ। ସେ ଭଲ ନହେବାପରେ ହତାଶହୋଇ ନିଜଘରେ ରଖିଥିବା ବେଳେ କିଛି ସ୍ୱେଚ୍ଛାସେବି ଅନୁଷ୍ଟାନର କର୍ମକର୍ତା ମାନେ ଏହା ଜାଣିପାରି ତାକୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଆଣି ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ, ମିଲକି କୁ ହାଇଡ୍ରଲେପାସିସ ରୋଗ ଏହାର ଚିକିତ୍ସା ପାଇଁ ଅଧିକ ଟଙ୍କା ର ଆବଶ୍ୟକତା ରହିଛି ଏହା କଟକ କିମ୍ବା ବିଶାଖାପାଟଣା ବଡ ହସପିଟାଲରେ ଅପରେସନ କରିବାକୁ ପଡିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।ଏହି ରୋଗ ଧିରେ ଧିରେ ମସ୍ତିସ୍କକୁ ବ୍ୟାପି ସପୂର୍ଣ୍ଣଭାବେ ଭିନ୍ନକ୍ଷମ ହୋଇ ଥିଲେ ବି ସରକାରଙ୍କ ପକ୍ଷରୁ ସେମିତି କିଛି ସାହାଯ୍ୟ କମ୍ବି ସହଯୋଗ ଯୋଗାଇ ଦିଆ ଯାଇନାହିଁ। ଏହି ଦୁଇ ଭିନ୍ନକ୍ଷମ ଶିଶୁଙ୍କ ଉଚ୍ଚତର ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀମାନେ ଦାବିକରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top