ଓଡ଼ିଶା

ଚିତ୍ରକୋଣ୍ଡା ପୁଲିସକୁ ସଫଳତା, ୧୦କ୍ୱିଣ୍ଟାଲ ଗଞ୍ଜେଇ ସହ କଣ୍ଟେନର ଗାଡି ଜବତ, ତିନିଜଣ ଗିରଫ

ମାଲକାନଗିରି, ୧୫ା୭ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ଜିଲ୍ଲାର ବିଭିନ୍ନସ୍ଥାନରେ ଚୋରା ଗଞ୍ଜେଇ ଚାଲାଣ କାରିଙ୍କ ଉପରେ ଚଢାଉ ଚଳାଇଛନ୍ତି, ଆଜି ଚିତ୍ରକୋଣ୍ଡା ଥାନାପୁଲିସକୁ ବଡଧରଣର ସଫଳତା ମିଳିଛି। ଆଜି ଭୋରୁ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶ ଦାରାକୋଣ୍ଡା ଅଞ୍ଚଳରୁ ବହୁପରିମାଣର ଗଞ୍ଜେଇ ଏକ କଣ୍ଟେନର ଗାଡିରେ ବୋଝେଇ ହୋଇ ଆସୁଥିବାର ଖବର ପାଇଥିଲେ। ଚିତ୍ରକୋଣ୍ଡା ଥାନା ଆଇଆଇସି ଅଜିତ କୁମାର ସ୍ବାଇଁ ଙ୍କ ନେତୃତ୍ୱରେ ପୁଲିସସଦଳବଳ ରାଜଲକୋଣ୍ଡା ଚେକଗେଟ ନିକଟରେ ଜଗିରହିଥିଲେ। ଉକ୍ତ ଗାଡିଟି ସେଠାରେ ପହଁଚିବା ପରେ ଗାଡିଟିକୁ ଗୋଡାଇ ଧରିଥିଲେ। ଗାଡି ଅଟକାଇ ଜାଞ୍ଚ କରିବାରୁ ଗାଡି ଡାଲା ମଧ୍ୟରୁ ୩୪ଟି ବସ୍ତାରେ ଥିବା ୧୦୦୪ କେଜି ମୂଲ୍ୟବାନ ଶିଳାବତୀ ଗଞ୍ଜେଇ ଜବତ କରି ସେଥିରେ ବସିଥିବା ୩ଜଣଙ୍କୁ ପୁଲିସ ଗିରଫ କରିଛନ୍ତି। ଗିରଫ ହୋଇଥିବା ଯୁବକ ହରିୟାନା ଭିଓ୍ୟାନି ଜିଲ୍ଲା କେଲାଙ୍ଗା ଥାନା ଅଞ୍ଚଳର ପ୍ରଦୀପକୁମାର(୨୪), ରିଙ୍କୁ(୨୮)ଓ କୁଲଦିପ(୨୭) ଏମାନେ ହରିୟାନାରୁ ନାମିଦାମି କମ୍ପାନିର ଦୁଇଚକିଆ ଯାନ କୁ ଗାଡିରେ ବୋଝେଇ କରି ନେଇ ଆନ୍ଧ୍ରପ୍ରଦେଶର ଶୋ ରୁମରେ ଦେବାପରେ ଆନ୍ଧ୍ରପ୍ରଦେଶ ଦାରାକୋଣ୍ଡା ଠାରୁ ସେହି ଖାଲି ଗାଡିରେ ଗଞ୍ଜେଇ ବୋଝେଇ କରି ଚିତ୍ରକୋଣ୍ଡା ରାସ୍ତାଦେଇ ଛତିଶଗଡ ହୋଇ ହରିୟାନା ଯାଉଥିଲେ ବୋଲି ଜଣାପଡିଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ୩ଜଣ ଯୁବକଙ୍କୁ ଆଜି ପୁଲିସ ପକ୍ଷରୁ କୋର୍ଟଚାଲାଣ କରାଯାଇଛି। ମାଲକାନଗିରି ଜିଲ୍ଲାପୁଲିସ ଓ ଅବକାରି ବିଭାଗ ଗତ କିଛିମାସ ହେଲା ବିଭିନ୍ନ ସ୍ଥାନରେ ଯୋରଦାର ଚଢାଉକରି ଗଞ୍ଜେଇ ମାଫିଆ ମାନଙ୍କୁ ଧରୁଥିବାରୁ ସେହି ଗଞ୍ଜେଇ ମାଫିଆ ମାନେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ, ପପୁଲୁର, କୁର୍ମାନୁର ଅଞ୍ଚଳରୁ ଚୋରାରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଦାରାକୋଣ୍ଡାକୁ ନେଇ ସେଠାରେ ଡିପୋ କରିଥିବାର ବିଶ୍ୱସ୍ତସୁତ୍ରରୁ ଜଣାପଡିଛି। ଗତ କିଛି ମାସହେଲେ ଚୋରାବେପାରି ମାନେ ଦରାକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ଚଳାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଞ୍ଜେଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି। ବିଶେଷ କରି ଆଜି କାଲି ଶିକ୍ଷିତ ବେକାରି ମାନଙ୍କ ସଂଖ୍ୟାବଡି ଚାଲିଥିବାରୁ ସେମାନେ କିଛି ରୋଜଗାରର ବାଟ ନପାଇ ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖି ଏହି ଗଞ୍ଜେଇ ଚୋରା ଚାଲାଣ କାର ବାରରେ ସାମିଲ ହେଉଥିବାର ଜଣାପଡିଛି। ଗତ୨୦୧୭ ଓ ୧୮ ମସିହାରେ ବିଭିନ୍ନ ମାଓପ୍ରବଣ ଦୁର୍ଗମ ଅଞ୍ଚଳରେ ପ୍ରାୟ ୨୦୦ ଏକର ରୁ ଉର୍ଦ୍ଦ ଜିମରେ ବେଆଇନ ଗଂଜେଇ ଚାଷକୁ ପୁଲିସ ପ୍ରଶାସନ ପୋଡି ନଷ୍ଟକରିଦେଇଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କାହେବ, ଗତ ୬ମାସ ମଧ୍ୟରେ ବିଭିନ୍ନ ଥାନାରେ ଚୋରାଗଂଜେଇ ଚାଲାଣ କରିବା ଅଭି ଯୋଗରେ ୪୧ଟି କେସ ହେବାସହିତ ଏହି ଘଟଣାରେ ୮୮ଜଣଙ୍କୁ ଗିରଫ କରାଯାଇ ୧୨ହଜାର କେଜି ଗଂଜେଇ ଜବତ କରାଯାଇଛି, ଆଗ ତୁଳନାରେ ଜିଲ୍ଲାରେ ବହୁପରିମାଣର ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ କାରବାର ହ୍ରାସ ହୋଇଛି, ମାଓପ୍ରବଣ ଅଞ୍ଚଳରେ ପୁଲିସ ପକ୍ଷରୁ ଗଂଜେଇ ଚାଷ ନଷ୍ଟକରା ଯାଉଥିବାରୁ ଏହି ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣକୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା ମାଓବାଦୀ ମାନଙ୍କ ଅର୍ଥରୋଜଗାରର ବାଟବନ୍ଦ ହୋଇ ଯାଇଛି ବୋଲି ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top