ଚିତ୍ରକୋଣ୍ଡା ପୁଲିସକୁ ମିଳିଲା ସଫଳତା, ଚୋରାରେ ଚାଲାଣ କରୁଥିବା ୧୭୧ ଲିଟର ବିଦେଶୀ ମଦ ସହ ଅଟୋ ରିକ୍ସା ଜବତ, ୩ ଚୋରା ଚାଲାଣକାରୀ ଗିରଫ

ମାଲକାନଗିରି, ୨୨ା୯(ଓଡିଆ ପୁଅ ) ଚିତ୍ରକୋଣ୍ଡା ଥାନା ପୁଲିସକୁ ଆଜି ମିଳିଛି ଏକ ବଡ ଧରଣସଫଳତା। କିଛି ଚୋରାବେପାରୀ ଏକ ଅଟୋ ରିକ୍ସାରେ ବିଦେଶୀ ମଦ ଚିତ୍ରକୋଣ୍ଡା ଅଞ୍ଚଳକୁ ନେଉଥିବା ସମୟରେ ପୁଲିସ ହାବୁଡରେ ପଡିଛନ୍ତି। ଆଜି ସକାଳେ ଚିତ୍ରକୋଣ୍ଡା ଥାନାପୁଲିସ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାରେ ଗାଡି ଚେକିଂ କରୁଥିବା ସମୟରେ ଏକ ମଟର ସାଇକେଲ ଓ ଅଟୋରିକ୍ସା ଦୃତ ଗତିରେ ପଳାଇଥିଲା। ସେହିଗାଡିକୁ ପୁଲିସମାନେ ଗୋଡାଇ ଚିତ୍ରକୋଣ୍ଡା ବାଲିମେଳା ୪୭ ନମ୍ବର ମୁଖ୍ୟ ରାଜପଥର ମନ୍ତ୍ରୀପୁଟ ଗ୍ରାମ ନିକଟରେ ଧରିଥିଲେ। ଗାଡିକୁ ଯାଞ୍ଚ କରିବାରୁ ସେଥିରୁ ପେଟି ପେଟି ବିଦେଶୀ ମଦବୋତଲ ମିଳିଥିଲା। ମଦପେଟି ଭିତରେ ନାମି ଦାମି କମ୍ପାନିର ୧୭୧ ଲିଟର ୧୫୦ ଗ୍ରାମ ଓଜନର ମଦମିଳିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷଟଙ୍କାରୁ ଉର୍ଦ୍ଦହେବ ବୋଲି ପୁଲିସ କହିଛି। ଏହି ମଦଗୁଡିକୁ ବାଲିମେଳା ସହର ଠାରୁ ଚିତ୍ରକୋଣ୍ଡା ବଜାରକୁ ଚୋରାରେ ବିକ୍ରୀ ନିମନ୍ତେ ନିଆଯାଉଥିଲା। ପୁଲିସ ଗୋଟିଏ ଅଟୋରିକ୍ସା ଓ ବାଇକ ସହ ମଦବୋତଲ ଜବତ କରି ସେହି ମଦ ଚାଲାଣ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ବାଲିମେଳା ନୁଆସାହିର ଲିଙ୍ଗାମାଝୀ, ବିହାର ପ୍ରଦେଶ ଆମାସ ଗ୍ରାମର ରାକେଶସିଂ, ଝାଡଖଣ୍ଡ ଗୌରୁଆ ଗ୍ରାମର ଦୀଲ୍ଲିପ ପ୍ରସାଦଙ୍କୁ ଗିରଫ କରିଛନ୍ତି। ଆଜି ଚିତ୍ରକୋଣ୍ଡା ଥାନାରେ ଏସଡିପିଓ ମାନସ ରଜଂନ ବାରିକ, ଚିତ୍ରକୋଣ୍ଡା ଥାନା ଅଧିକାରୀ ରାମପ୍ରସାଦ ନାଗ, ସବଇନିସପେକ୍ଟର ଶେଷଦେବବେହେରା, ସବଇନିସପେକ୍ଟର ସାବିତ୍ରୀ ପ୍ରଧାନ, ଏସ.ଆଇ ମାଧବ ବେହେରା ପ୍ରମୁଖ ଉପସ୍ଥିତ ରହି ଚୋରାମଦ ଚାଲାଣ କାରିଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରଦର୍ଶନକରି ସେମାନଙ୍କ ମଦ ଚୋରାଚାଲାଣର କାର୍ଯ୍ୟକଳାପ ସଂପର୍କରେ ସୂଚନା ଦେଇଛନ୍ତି। ଗିରିଫ ତିନିଜଣଙ୍କୁ ଚିତ୍ରକୋଣ୍ଡା ଥାନାପୁଲିସ ଆଜି ମାଲକାନଗିରି ଜିଲ୍ଲା କୋର୍ଟକୁ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *