ଜିଲ୍ଲା ପରିକ୍ରମା

ଚିତ୍ରକୋଣ୍ଡା ଥାନାପୁଲିସ ପକ୍ଷରୁ ୧୨୨କେଜି ଗଜେଂଇ ଜବତ ୩ଗିରଫ

ମାଲକାନଗିରି,୨୪ା୯(ଓଡିଆ ପୁଅ  ) ଚିତ୍ରକୋଣ୍ଡା ଥାନା ପୁଲିସକୁ ପୁଣି ମିଳିଛି ଏକ ବଡ ଧରଣସଫଳତା,ଗତ ଦୁଇଦିନତଳେ ୧୭୧ ଲିଟର ବିଦେଶି ଚୋରାମଦ ଜବତ କରି ୩ଜଣ ଚୋରାଚାଲାଣ କାରିଙ୍କୁ ଗିରିଫ କରିଥିବାବେଳେ ପୁଣି ୧୨୨କେଜି ଚୋରାଗଜେଂଇ ଜବତ ସହ ୩ଜଣଙ୍କୁ ଗିରଫ କରିବାରେ ସଫଳତା ହାସଲକରିଛନ୍ତି । କିଛି ଚୋରାବେପାରୀ ଏକ ହୁଣ୍ଡାଇ କାରରେ ଆନ୍ଦ୍ରପ୍ରଦେଶ ଦାରାକୋଣ୍ଡା ଅଚଂଳରୁ ଗଜେଂଇ ଆଣି ଚିତ୍ରକୋଣ୍ଡା ରାସ୍ତାଦେଇ ମଧ୍ୟପ୍ରଦେଶକୁ ଚାଲାଣକରିବା ପାଇଁ ନେଉଥିବା ସମୟରେ ପୁଲିସ ହାବୁଡରେ ପଡିଯାଇଥିଲେ । ରବିବାର ସଂନ୍ଧ୍ୟାରେ ଚିତ୍ରକୋଣ୍ଡା ଥାନାପୁଲିସ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାରେ ଗାଡି ଚେକିଂକରୁଥିବା ସମୟରେ ଏକ ହୁଣ୍ଡାଇକାର ଦୃତଗତିରେ ପଳାଇଥିଲା । ସେହିଗାଡିକୁ ପୁଲିସ ମାନେ ଗୋଡାଇ ଚିତ୍ରକୋଣ୍ଡା ବାଲିମେଳା ରାସ୍ତା ଷ୍ଟିଲଗେଟ ନିକଟରେ ଧରିଥିଲେ । ଗାଡିକୁ ଯାଚଂ କରିବାରୁ ସେଥିରୁ ୪ବସ୍ତା ଗଜେଂଇ ମିଳିଥିଲା । ଏହି ବସ୍ତା ଭିତରେ ୧୨୨କେଜି ଓଜନର ଗଜେଂଇ ମିଳିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୫୦ଲକ୍ଷଟଙ୍କାରୁ ଉର୍ଦ୍ଦହେବ ବୋଲି ପୁଲିସ କହିଛି । ଏହି ଗଜେଂଇ ଗୁଡିକୁ ଦାରାକୋଣ୍ଡା ସହର ଠାରୁ ମଧ୍ୟପ୍ରଦେଶ ସାହାଜାନପୁର ଜିଲ୍ଲାକୁ  ଚୋରାରେ ବିକ୍ରୀନିମନ୍ତେ ନିଆଯାଉଥିଲା । ପୁଲିସ ଗୋଟିଏ ହୁଣ୍ଡାଇକାର ସହ ୧୨୨କେଜି ଗଜେଂଇ ଜବତ କରି ସେହି ଗଜେଂଇ ଚାଲାଣ ଅଭି ଯୋଗରେ ମଧ୍ୟପ୍ରଦେଶ ସାହାଜାନପୁର ଜିଲ୍ଲାର ହେମନ୍ତ ଇଛୋରିୟା(୩୧),ସୁନିଲ ଶର୍ମା(୩୮),ରୋଶନ ପୁରୀ(୨୭) ଙ୍କୁ ଗିରଫ କରିଛନ୍ତି । ଗିରିଫ ତିନିଜଣଙ୍କୁ ଚିତ୍ରକୋଣ୍ଡା ଥାନାପୁଲିସ ଆଜି ମାଲକାନଗିରି ଜିଲ୍ଲା କୋର୍ଟକୁ ଚାଲାଣ କରିଛନ୍ତି । ମାଲକାନଗିରି ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରେମ ଜିଲ୍ଲାପୁଲିସ ଓ ମାଲକାନଗିରି, କାଲିମେଳା,ପଡିଆ, ମୋଟୁ, ଚିତ୍ରକୋଣ୍ଡା, ମାଥିଲି,ମୁଦୁଲିପଡା,ଓରକେଲ  ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉକରାଯାଇ ଚୋରା ଗଜେଂଇ ସହ ଚୋରା ମଦ ଜବତ ଅଭିଯାନ ଚାଲିଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top