ଜିଲ୍ଲା ପରିକ୍ରମା

ଚିତ୍ରକୋଣ୍ଡା ଜଳଭଣ୍ଡାର ପ୍ରତି ବିପଦ,,ତୁରନ୍ତ ଗେଟ ମରାମତମ ପାଇଁ କଂଗ୍ରେସଦଳର ଦାବିପରେ ତହସିଲଦାର ଓ ଥାନା ଅଧିକାରୀ ତଦନ୍ତ କଲେ

ମାଲକାନଗିରି,୨୩ା୨ ( ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶ ଅପର ସିଲେରୁ ବିଦ୍ୟୁତ ପ୍ରକଳ୍ପପାଇଁ ଅଧିକ ଜଳର ଆବସ୍ୟକ ଥିବାରୁ ସେମାନଙ୍କ ଅନୁରୋଧ କ୍ରମେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ନିର୍ବାହି ଯନ୍ତ୍ରୀ ଚିତ୍ରକୋଣ୍ଡା ଜଳଭଣ୍ଡାର ଏପି ଟନେଲର ଦୁଇଟି ଗେଟକୁ ୭ମିଟର ଲେଖା ଖୋଲିଦେଇଥିଲେ । ଏହି ଗେଟ୍ ଟି ଦୀର୍ଘ୪୫ବର୍ଷଧିର ଖୋଲା ଯାଇ ନ ଥିବାରୁ ତାହା ଆଉ ପଡିନଥିଲା । ଯହା ଫଳରେ କି ଜଳଭଣ୍ଡାର ମଧ୍ୟରୁ ପ୍ରତି ସେକେଣ୍ଡରେ ୩ହଜାର ୨ଶହ କ୍ୟୁସେକ ଅଧିକ ଜଳ ଆନ୍ଦ୍ରପ୍ରଦଶକୁ ପ୍ରବାହିତ ହୋଇ ଯାଉଛି । ଏହିପରି ଜଳ ଆନ୍ଦ୍ରପ୍ରଦେଶକୁ ଚାଲିଗଲେ ଆଗାମି ଦନିରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଜଳହ୍ରାସପାଇବାସହ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପପ୍ରତି ବିପଦ ରହିଛି । ଜଳଭଣ୍ଡାରରୁ ଜଳସ୍ଥର କମିଗଲେ ବିଛିନ୍ନାଚଂଳକୁ ଲଚଂ ଚଳାଚଳରେ ବ୍ୟାଘାତ ଘଟିବାସହିତ ସେଠାକୁ ଆଗାମିଦିନରେ ସେଠାକୁ ଯୋଗା ଯୋଗବିଛିନ୍ନ ହୋଇ ଯିବାର ଆସଙ୍କାକୁ ଆଖିଆଗରେ ରଖି ବରିଷ୍ଟ କଂଗ୍ରେସ ନେତଶରତଚନ୍ଦ୍ରବୁରୁଦା,ଦେବେନ୍ଦ୍ରଦାଶ,କୃଷ୍ଣବାଗ,ରବିହରିଜନ ,ତ୍ରିନାଥ ପାତ୍ର, ଙ୍କ ନେତୃତ୍ୱରେ ଜିଲ୍ଲାକଂଗ୍ରେସ ଦଳର ୫ଜଣିଆ କମିଟି ଚିତ୍ରକୋଣ୍ଡା ଜଳଭଣ୍ଡାର ଲିକେଜ ସ୍ଥାନପରିଦର୍ଶନ କରି ତହସିଲଦାର ଓ ଥାନା ଅଧିକାରୀଙ୍କୁ ତଦନ୍ତ କରିବାପାଇଁ ଦରଖାସ୍ତ ଦେବାପରେ ଘଟଣାସ୍ଥଳକୁ ମାଜିଷ୍ଟ୍ରେଟ ତହସିଲଦାର ଫାଲଗୁନିମାଝି ଓ ଚିତ୍ରକୋଣ୍ଡା ଥାନାଅଧିକାରୀ ଶ୍ରୀ ଏକେ.ସ୍ୱାଇଁ ଚିତ୍ରକୋଣ୍ଡା ଜଳଭଣ୍ଡାର ଏପି ଟନେଲ ନିକଟକୁ ଯାଇ ତଦନ୍ତ କରିଥିଲେ । ସେମାନେ ଦେକିବାକୁ ପାଇଥିଲେ ଗେଟ ମଧ୍ୟରୁ ଦୃତଗତିରେ ଡ୍ୟାମରୁ ପାଣିଗୁଡିକ ଲିକେଜ ହୋଇ ପଳାଉଛି । ତଦନ୍ତ ପରେ ସେମାନେ ବାଲିମେଳା ମାଟିବନ୍ଧ ଯୋଜନା କାର୍ଯ୍ୟାଳୟକୁ ଯାଇଥିବା ବେଳେ କାର୍ଯାଳୟରେ କିରାଣି ମାନଙ୍କୁ ଛାଡିଦେଲେ କେହିବି ଜଣେ ବି ଯନ୍ତ୍ରୀ କି ବିଭାଗୀୟ ଅଧିକାରୀ ଙ୍କ ଦେଖା ନଥିଲା । ତୁରନ୍ତ ଏହି ପ୍ରଭାହିତ ଜଳକୁ ରୋକାନଗଲେ ଆଗାମିଦିନରେ ଚିତ୍ରକୋଣ୍ଡା ସହରକୁ ପାନୀୟଜଳ, ପୋଟେରୁ ଜଳସେଚନବ୍ୟବସ୍ଥା, ବିଛିନ୍ନାଚଂଳକୁ ଲଚଂ ଚଳାଚଳବନ୍ଦ ହେବାସହିତ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ପ୍ରବାବିତ ହେବାର ସମ୍ଭାବନାରହଛିି ବୋଲି ତଦନ୍ତ ଅଧିକାରୀ ତହସିଲଦାର ଶ୍ରୀ ମାଝୀ କହିଛନ୍ତି ।

ବିଭାଗୀୟ ସୁତ୍ରରୁ ଜଣାପଡିଛି ଏହି ଦୁଇଟି ଗେଟକୁ ପକାଇବା ପାଇଁ ବିଭିନ୍ନ ସ୍ଥାନରୁ ଯନ୍ତ୍ରୀ ମାନେ ଆସି ଗତ ଦୁଇଦିନ ହେଲା କାମରେ ଲାଗିଛନ୍ତି । ହେଲେ ବହୁକଷ୍ଟରେ  ମାତ୍ର ୩ମିଟିର ବନ୍ଦକରିବାରେ ସଫଳ ହୋଇଛନ୍ତି । ବାଲିମେଳା ମାଟିବନ୍ଧ ଯୋଜନା ଯନ୍ତ୍ରୀମାନଙ୍କ ଖାମଖିଆଲି ନିତି ଯୋଗୁଁ ଏହି ପରି ବାରମ୍ବାର ଅବ୍ୟବସ୍ଥା ଲାଗିରହିଛି । ଜଳଭଣ୍ଡାରରୁ ଜଳସ୍ତର କମିବା ଫଳରେ ଚିତ୍ରକୋଣ୍ଡା କୁ ପାନୀୟ ଜଳ ଯୋଗାଣ , ପୋଟେରୁ ବୃହତ ଜଳସେଚନପ୍ରକଳ୍ପ ରେ କେନାଲକୁ ଜଳ ଯୋଗାଣ ଓ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରକୁ ଜଳ ଯୋଗାଣ ବ୍ୟବସ୍ଥାପ୍ରଭାବିତ ହେବାସହ ମାଲକାନଗିରି ଜିଲ୍ଲାରେ ଜଳସଙ୍କଟ ଦେଖାଯିବ । ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଜଳସ୍ତର କମିଗଲେ ଲଂଚ କିମ୍ବା ଡଙ୍ଗା ଚାଲିବା କଷ୍ଟକର ହୋଇପଡିବ । ଜଳଭଣ୍ଡାରରୁ ଏହିପରି ଜଳ ଆନ୍ଦ୍ରକୁ ପ୍ରବାହିତ ହେବାଦ୍ୱାରା ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପଟିର ଟବ ର୍ାଇନ ତକୁ ଉପ ଯୁକ୍ତପରିମାଣର ଜଳ ଆସିପାରିବା ନାହିଁ , ଯାହାପଳରେ କି ଆସନ୍ତା ମାର୍ଚମାସରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ ଉପ ଯୁକ୍ତପରିମାଣର ବିଦ୍ୟୁତ ଉତ୍ପାଦାନ ହୋଇପାରିବାନାହିଁ । ଜିଲ୍ଲା ତଥା ରାଜ୍ୟକୁ ଯୋଗାଯାଉଥିବା ବିଦ୍ୟୁତ ଠିକପରିମାଣରେ ଯୋଗାଯାଇ ପାରିବନାହିଁ । ଏକ ରକମର ଏହି ବିଦ୍ୟୁତ କେନ୍ଦ୍ର ଅଚଳ ହୋଇ ଯିବାର ଆସଙ୍କାକୁ ଏଡାଯାଇ ନପାରେ । ବୁଧବାର ଦିନ ରାଜ୍ୟ ଜଳସମ୍ପଦ ବିଭାଗ ପ କ୍ଷରୁ ଏକ ପ୍ରେସ ନୋଟ ଜାରି କରାଯାଇଛି । ଚିତ୍ରକୋଣ୍ଡା ଜଳଭଣ୍ଡାରର ର ପୁରୁଣା ଗେଟ ଗୁଡିକୁ ଯୁଦ୍ଧକାଳିନ ଭିତିରେ ମାରାମତ କରାଯିବାସହିତ ପଡୁନଥିବା ଗେଟ୍ କୁ ତୁରନ୍ତ ମରାମତ କରିବା ପାଇଁ କେନ୍ଦ୍ରୀୟଳ ଆୟୋଗଙ୍କ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଏ.ଡି.ମୋହିଲିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଇଜିଂନିୟର ଦଳ ଚିତ୍ରକୋଣ୍ଡା ଠାରେ ପହଁଚି ବନ୍ଧ ନିରାପତା ସଂପର୍କରେ ତଦନ୍ତକରି ଗେଟ୍ ମରାମତ ପାଇଁ ବ୍ୟବସ୍ଥା କରୁଥିବାର ଜଣାପଡିଛି । ଆନ୍ଦ୍ରପ୍ରଦେଶକୁ ପ୍ରଭାବିତ ହୋଇ ଯାଉଥିବା ଅଧିକ ଜଳକୁ ତୁରନ୍ତ ରୋକା ନଗଲେ ଆଗାମି ଦିନରେ ମାଲକାନଗିରି ଓ ରାଜ୍ୟରେ ବିଦ୍ୟୁତସଙ୍କଟ ଦେଖାଦେବ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top