ଜିଲ୍ଲା ପରିକ୍ରମା

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାବୁଡି ୪ନିଖୋଜ,୩ ଉଦ୍ଧାର

ମାଲକାନଗିରି,୧୧। ୯  (ଓଡିଆ ପୁଅ ) ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାବୁଡି ୪ନିଖୋଜ ହେବାସହିତ ୩ଜଣ ଉଦ୍ଧାର ହୋଇ ନିଜ ଘରକୁ ଫେରିଆସିଛନ୍ତି । ଚିତ୍ରକୋଣ୍ଡା ଥାନାସ୍ଥ  ସ୍ୱାଭିମାନ ଅଚଂଳ ନାକାମାମୁଡି ପଚାଂୟତ କେନ୍ଦୁଗୁଡା ଗ୍ରାମର ସନ୍ୟାସି ଶିଶା(୫୦) ,ଦହନାଶିଶା(୪୦),ବୁଦ୍ରିଶିଶା(୭୦), ରାଧିକାଶିଶା(୨୫), ଚମ୍ପାଶିଶା(୨୦),ଲକ୍ଷ୍ମିଶିଶା(୧୫) ଓ ୩ବର୍ଷଝିଅ ତୁଲଶାଶିଶା ଏକ ହୁଲିଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ  ପାହଡ ଟାପୁରେଥିବା ଚାଷଜମିକୁ ଗତକାଲି ସକାଳେ କାମକରିବାକୁ ଯାଇଥିଲେ । ସେମାନେ କାମସାରି ଅପରାହ୍ନରେ ନିଜ ଘରକୁ ସେହି ଡଙ୍ଗାରେ ଫେରୁଥିବା ବେଳେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଡଙ୍ଗାଟି ବୁଡିଯିବାରୁ ସନ୍ୟସି ପହଁରି ପହଁରି ଡଙ୍ଗାଟିକୁ ଠାବକରି ସେହି ଡଙ୍ଗାପଟା ଦ୍ୱାରେ ଚମ୍ପା ଓ ଲକ୍ଷ୍ମିଙ୍କୁ ଉଦ୍ଧାର କରି ବହୁକଷ୍ଟରେ କୁଳକୁ ଆଣିଥିଲେ,ଅନ୍ୟ ୪ଜଣଙ୍କୁ ଖୋଜିବା ବେଳକୁ ସେମାନଙ୍କର କିଛି ପତାମିଳିନଥିଲା । ପରେ ଗ୍ରାମବାସୀ ଓ ମାଛଧରାଳିଙ୍କ ସାହାଯ୍ୟରେ ଜଳଭଣ୍ଡାରରେ ଅନ୍ୟଡଙ୍ଗାନେଇ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସେମାନଙ୍କର କିଛି ପତା ପାଇନଥିଲେ ।

ଆଜି ସକାଳେ ଏ ସଂପର୍କରେ ଚିତ୍ରକୋଣ୍ଡା ତହସିଲ ଓ  ଥାନାରେ ଜଣାଇବାରୁ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ତହସିଲଦାର ଫାଲଗୁନି ମାଝୀ,ଥାନା ଅଧିକାରୀ ରାମପ୍ରସାଦ ନାଗ ଅଗ୍ନିଶମ ବିଭାଗ କର୍ମଚାରି,କ୍ୟୁଆରଟି ଟିମ ଙ୍କୁ ନେଇ ଜଳଭଣ୍ଡାର ମଧ୍ୟରେ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜଙ୍କ ର କିଛି ପତାପାଇନଥିଲେ । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଭରପୁର ପାଣିଥିବାରୁ ଅଥଳ ଥଳ ଜଳ ମଧ୍ୟରେ ସେ ୪ଜଣ ପାଣି ସ୍ରୋତରେ ଭାସିଯାଇଥିବାର ସନ୍ଦେହ କରାଯାଉଛି । ନିଖୋଜ ମାନଙ୍କ ମଧ୍ୟରେ ଶ୍ରୀମତୀ ଦହନା ଶିଶା(୪୦),ବୁଦ୍ରି ଶିଶା(୭୦),ରାଧିକା ଶିଶା(୨୫),ତୁଲଶା ଶିଶା(୩ବର୍ଷ) ଅଛନ୍ତି । ନିଖୋଜ ସମସ୍ତେ ଗୋଟିଏ ପରିବାରର ସଦସ୍ୟ, ସେମାନେ ଜଳଭଣ୍ଡାର ମଧ୍ୟରେ ଥିବା ପାହଡ ଟାପୁରେ ଥିବା ଜମିକୁ ଚାଷକରିବାକୁ ଯାଇଥିଲେ,ସାତଜଣ ଙ୍କ ମଧ୍ୟରୁ ଉଦ୍ଧାରପାଇ ୩ଜଣ ଘରକୁ ଫେରିଥିବା ବେଳେ ଅନ୍ୟ୪ଜଣ ଗତ ଦୁଇଦିନହେଲା ନିଖୋଜ ଥିବାରୁ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି ।ସେମାନଙ୍କ ଆଖିରୁ ଲୁହଶୁଖୁନାହିଁ,ରନ୍ଧାବଡା ସେମାନଙ୍କ ଘରେ ବନ୍ଦହୋଇ ଯାଇଛି । ଗତ ଦୁଇଦିନହେଲା ଜଳଭଣ୍ଡାର ନିକଟରେ ସେମିତି ନିଖୋଜଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ । ଗତ ମାସରେ ଡଲିଆମ୍ବ ଗ୍ରାମର ଚିଟିବାବୁ ଓ ରାମଚନ୍ଦ୍ର ହନ୍ତାଳ ସ୍ବାଭିମାନ ଅଚଂଳ ଗୁରୁପ୍ରୀୟା ନଦୀରେ ଡଙ୍ଗାବୁଡିରେ ମୃତ୍ୟୁବରଣ କରିଥିବାବେଳେ ଗତ ଚାରିମାସ ମଧ୍ୟରେ ଜଳଭଣ୍ଡାର ରେ ଡଙ୍ଗାବୁଡରେି ପ୍ରାୟ ୪ଜଣଙ୍କର ମୃତ୍ୟୁହୋଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top