ଚିତ୍ରକୂଟ ଉପନିର୍ବାଚନରେ କଂଗ୍ରେସ ବିଜୟୀ

ସମ୍ବଲପୁର, ୧୨/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମଧ୍ୟପ୍ରଦେଶର ପୌରାଣିକ ସ୍ଥଳ ଚିତ୍ରକୂଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ନିଲାଂଶୁ ଚତୁର୍ବେଦୀ ବିଜେପିର ଶଙ୍କର ଦୟାଲ ତ୍ରିପାଠୀଙ୍କୁ ୧୪୧୩୩ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଚତୁର୍ବେଦୀ ୬୬୮୧୦ ଭୋଟ ପାଇଥିବା ବେଳେ ତ୍ରିପାଠୀ ୫୨୬୭୭ଟି ଭୋଟ ପାଇଛନ୍ତି। ୧୯୯୮, ୨୦୦୩ ଏବଂ ୨୦୧୩ ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ପ୍ରେମ ସିଂହଙ୍କ ପରଲୋକ ଯୋଗୁଁ ଗତ ୯ ତାରିଖରେ ଉପନିର୍ବାଚନ ହୋଇଥିଲା। ୨୦୦୮ ନିର୍ବାଚନରେ ପ୍ରେମ ସିଂହ ବିଜେପିର ସୁରେନ୍ଦ୍ର ସିଂହ ଗହରୱାରଙ୍କ ଠାରୁ ପରାଜିତ ହୋଇଥିଲେ। କଂଗ୍ରେସ ଏହି ଆସନକୁ ପୁନଃ ଅକ୍ତିଆର କରିଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପ୍ରକାଶ ପାଇଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଫଟକା ଫଟାଇ ଆନନ୍ଦ ପ୍ରକଟ କରାଯାଇଛି।

Leave a Reply

Your email address will not be published. Required fields are marked *