ମୟୁରଭଞ୍ଜ ୪-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ମହାନ୍ତ) ଜିଲ୍ଲା ରାଇରଙ୍ଗପୁର ହସ୍ପିଟାଲରେ ଜଣେ ଶିଶୁଙ୍କର ଚିତି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଶିଶୁଟି ପଡୋଶୀ ଝାଡ଼ଖଣ୍ଡ ରାଜ୍ୟ ଲାଗଳା ଗ୍ରାମର ସାନି ମଣ୍ଡଳଙ୍କ ଅଢେଇ ବର୍ଷର ପୁଅ ଆୟୁଷ ମଣ୍ଡଳ। ଆୟୁଷ ପରିବାର ଲୋକଙ୍କ ସହ ବେଡ଼ରେ ସୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିତି ସାପଟି କାମୁଡି ଥିଲା। ଝାଡ଼ଖଣ୍ଡ ରାଜ୍ୟ ଲାଗଳା ଗ୍ରାମବାସୀ ସ୍ଵାସ୍ଥ୍ୟ ସେବା ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ନିର୍ଭରଶୀଳ ହୋଇଥାନ୍ତି। ତେବେ ଚିକିସ୍ଥା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ଆଣୁଥିବା ବେଳେ ରାସ୍ତାରେ ଆୟୁଷର ପ୍ରାଣବାୟୁ ଉଡିଯାଇଥିଲା।

Loading...