ଓଡ଼ିଶା

ଚିତା ଜଳୁଥିଲା, ଚେଇଁ ଉଠିଲା ଶବ, ହସ୍ପିଟାଲ ଚିକିତ୍ସା ପାଇଁ ନିଆଗଲା, ଆଉ ତା’ପରେ …

ଚତରା ୧୦-୯ (ଓଡ଼ିଆ ପୁଅ) ଝାରଖଣ୍ଡରେ ଚତରାର ସୋଖାରେ ଶନିବାର ଦିନ ରାତିରେ ଅମର ଚୌଧରୀଙ୍କର ଝିଅ କ୍ରାନ୍ତି କୁମାରୀ (୧୬) କୁ ଶୋଇଥିବା ସମୟରେ ସାପ ଦଂଶି ଦେଇଥିଲା। ବିଷ ପ୍ରଭାବରେ ସେ ବେହୋଶ ହୋଇଯାଇଥିଲା। ସକାଳେ ଝିଅକୁ ଉଠାଇବାରୁ ସେ ଉଠିଲା ନାହିଁ। ଘର ଲୋଙ୍କର କାନ୍ଦ ବୋବାଳି ଆରମ୍ଭ ହୋଇଗଲା। ତାକୁ ଉଠାଇବାକୁ ପ୍ରୟାସ କରିବା ସମୟରେ ସାପ କାମୁଡ଼ିଥିବା ଚିହ୍ନ ଦେଖିଲେ। ଝିଅର ଶରୀରରେ କୌଣସି ହଲଚଲ ହୋଉନଥିଲା, ଯାହା ଫଳରେ ଘରେ ଉପସ୍ଥିତ ଲୋକମାନେ ଅନ୍ୟ ଲୋକମାନେ ତାକୁ ମୃତ ଭାବିନେଲେ। କନ୍ଦା ବୋବାଳିରେ ଅନ୍ତିମ ସଂସ୍କାରର ପ୍ରସ୍ତୁତି ଆରମ୍ଭ କରାଗଲା। ଘରେ ସମସ୍ତ କର୍ମକାଣ୍ଡ ପରେ ତାକୁ ଶ୍ମଶାନ ନିଆଗଲା।

ଚିତା ଉପରେ ଝିଅକୁ ଶୁଆଇ ନିଆଁ ଲଗାଇବା ପରେ ତା’ର ଶରୀର ହଲଚଲ ହେବାକୁ ଲାଗିଲା। ତାକୁ ତତ୍କାଳ ଚିତାରୁ ଓହ୍ଲାଇ ଆମ୍ବୁଲାନ୍ସରେ ହଂଟରଗଞ୍ଜ ସାମୁଦାୟିକ ସ୍ଵାସ୍ଥ୍ୟ କେନ୍ଦ୍ର ନିଆଗଲା।

ପରେ ପରିଜନମାନଙ୍କର ଅନୁରୋଧରେ ଚିକିତ୍ସା ଭଲ ଚିକିତ୍ସା ପାଇଁ ଝିଅକୁ ଗୟାର ମଗଧ ମେଡିକାଲ କଲେଜ ହସ୍ପିଟାଲ ରେଫର କରିଦେଲେ। ଗୟା ନେବା ସମୟରେ ଝିଅର ମୃତ୍ୟୁ ହୋଇଗଲା। ତା’ ପରେ ପୁନଃ ତା’ର ଚିତା ସଜାଇ ଅନ୍ତିମ ସଂସ୍କାର କରାଗଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top