ଚିତାହଟା ହାଇସ୍କୁଲ ଓ ୟୁଜିଏମ୍ଇ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

ଯାଜପୁର -୧୩/୧(ଓଡିଆ ପୁଅ/ଏ, ରାଉତ)-ଯାଜପୁର ବ୍ଲକ୍ ସିମିଳିଆ ପଞ୍ଚାୟତ ଚିତାହଟାସ୍ଥିତ ଲକ୍ଷ୍ମୀନାରାୟଣ ହାଇସ୍କୁଲ ଓ ଚିତାହଟା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ସୋମବାର, ମଙ୍ଗଳବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରୀଡ଼ା ଉତ୍ସବକୁ ଜିଲା ପରିଷଦ ସଭ୍ୟ ଭାଗବତ ପ୍ରସାଦ ମିଶ୍ର ଉଦ୍ଘାଟନ କରିଥିବାବେଳେ ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ଦାସ ପ୍ରମୁଖ ଯୋଗଦେଇ କ୍ରୀଡ଼ାରେ କୃତୀତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର କରିଥିଲେ। ଏହି ଉତ୍ସବରେ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ, ୟୁଜିଏମ୍ଇର ପ୍ରଧାନଶିକ୍ଷକ ଶଶୀଭୂଷଣ ପଣ୍ଡା, କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ରାଉତ, ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଭଞ୍ଜ, ଅଭିନ୍ନ ସାହୁ, ପ୍ରଗତି ଦୀକ୍ଷିତ, ପ୍ରଫୁଲ୍ଲ କୁମାର ଦାଶ, ବ୍ରହ୍ମାନନ୍ଦ ପହୀ, ଆଲୋକ କୁମାର ଦାସ, ସୁରେଶ ଚନ୍ଦ୍ର ବାଭି, ସଦାନନ୍ଦ ପାଢ଼ୀ, ତିଳୋତ୍ତମା ପ୍ରଧାନ, କୃଷ୍ଣଚନ୍ଦ୍ର ଯେନା, ନାରାୟଣ ଚନ୍ଦ୍ର ବାରିକ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ। ଏହି କ୍ରୀଡ଼ା ଉତ୍ସବ ଦୁଇଦିନ ଧରି ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *