ଚିଟ୍ଫଣ୍ଡ ଜମାକାରୀଙ୍କ ଅର୍ଥରାଶି ତହସିଲ ଜରିଆରେ ଫେରସ୍ତ ଦାବି , କ୍ଷତିଗ୍ରସ୍ତ ମିଳିତ ମଂଚର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣସତ୍ୟାଗ୍ରହ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲାର ବିଭିନ୍ନ ଚିଟ୍ଫଣ୍ଡ କଂପାନୀରେ ନିଜ କଷ୍ଟାର୍ଜିତ ଟଙ୍କା ଜମା ଦେଇ ମୂଳଧନ ହରାଇଥିବା ଲୋକେ ଏହି ଗଣସତ୍ୟାଗ୍ରହରେ ଅଂଶଗ୍ରହଣ କରି କ୍ଷୁଦ୍ର ଓ ବୃହତ୍ ସମସ୍ତ କ୍ଷତି୍ରଗସ୍ତ ଜମାକାରୀଙ୍କୁ ପ୍ରତ୍ୟେକ ତହସିଲ ଜରିଆରେ ଚିହ୍ନଟ କରି ସେମାନଙ୍କ ଟଙ୍କା ଫେରସ୍ତ ସହ ସଂପୃକ୍ତ ଠକ ସଂସ୍ଥାମାନଙ୍କ ମାଲିକ ଓ ତାଙ୍କ ପ୍ରଚ୍ଛଦପଟରେ ଥିବା ଖଳନାୟକଙ୍କୁ ଗିରଫ ଦାବି ସହ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ନିଲାମ କରି ତିନିମାସ ମଧ୍ୟରେ ଜମାରାଶି ଫେରସ୍ତ କରିବାକୁ ଦାବି କରିଥିଲେ । ନଚେତ୍ ସେମାନେ ଆଇନ୍ ଅମାନ୍ୟ ଆନେ୍ଦାଳନ କରିବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ କ୍ଷତିଗ୍ରସ୍ତ ମିଳିତ ମଂଚର ଜିଲା ଆବାହକ ଉମେଶ ନାୟକଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଜମାକାରୀମାନେ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ମଂଚର ରାଜ୍ୟ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ନିଜ ବକ୍ତବ୍ୟରେ “ଜମାକାରୀଙ୍କ ସହ  ଥିଲି, ଏବେ ଅଛି ଏବଂ ସେମାନଙ୍କ ଅର୍ଥ ଫେରିପାଇବା ପର୍ଯ୍ୟନ୍ତ ଲଢେଇ କରିବି” ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମଂଚର ସାଧାରଣ ସଂପାଦକ ମଧୁସୂଦନ ବିଶ୍ୱାଳ, କୋଷାଧ୍ୟକ୍ଷ ଅନୁରାଧା ସୁବୁଦ୍ଧି, ଉପସଭାପତି ବିଭୁଦତ୍ତ ମିଶ୍ର, ମନୋଜ ପାତ୍ର, ଦିବ୍ୟସିଂ ନାୟକ, ଏସ୍.କେ୍. ସଲିମ୍ ଅଖତର, ବିଜୟ ସାହୁ, ରାଜେନ୍ଦ୍ର ସାହୁ, ସୁଶାନ୍ତ ଜେନା, ପ୍ରଭାତ ରାଉଳ, ସୁବାଷ ଚନ୍ଦ୍ର ବିଶ୍ୱାଳ, ଶିବପ୍ରସାଦ ପଣ୍ଡା ଓ ମଂଚର ସଭାପତି  ଜୟନ୍ତ ଦାସ,  ଭବନେ୍ଦ୍ର କୁମାର ସାହୁ  ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଏଭଳି ଠକାମି ପାଇଁ ମୌଳିକ ପ୍ରୋସôାହନ ଯୋଗାଉଥିବା ସମସ୍ତ କେନ୍ଦ୍ରୀୟ ଆଇନ୍ ସଂଶୋଧନ ପୂର୍ବକ ଜମାକାରୀଙ୍କ ଜମାରାଶି ସୁରକ୍ଷା, ଠକ ସଂସ୍ଥା ମାଲିକମାନଙ୍କୁ ଆଜୀବନ ଭଳି କଠୋର ଦଣ୍ଡର ବ୍ୟବସ୍ଥା ସହ ଆଇନ୍ ସଂଶୋଧନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୧୪ ଡିସେମ୍ବର ୧୭ ତାରିଖରେ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ ନହୋଇଥିବାରୁ ତାହା ତୁରନ୍ତ ସଂଶୋଧନ କରିବା ପାଇଁ ଦାବି କରିଥିଲେ । ବିଶେଷକରି ସରକାର ବିଭିନ୍ନ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ କ୍ଷମତାସୀନ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ କରିବାର ଘୋଷଣା ପରେ ଅବସର ବିଚାରପତିଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତି, ୩୨୦ ଟଙ୍କାର କର୍ପୋସ୍ ପାଣ୍ଠି ଗଠନ, ୧୦ ହଜାର ଟଙ୍କାରୁ କମ୍ ଜମା ରଖିଥିବା ଜମାକାରୀଙ୍କୁ କ୍ଷୁଦ୍ର ଜମାକାରୀ ନାମରେ ଚିହ୍ନିତ କରିବାର ଘୋଷଣା କରିଥିଲେ ମଧ୍ୟ ୨୦୧୩ ଅଗଷ୍ଟ ୨ ରୁ ଅକ୍ଟୋବର ୩୧ ମଧ୍ୟରେ ଠକାମି ସଂପର୍କିତ ସାକ୍ଷୀ ଦେବାପାଇଁ ସତ୍ୟପାଠ କରିଥିବା ଲୋକଙ୍କ ଭିତରୁ ୧୦ ହଜାର ଟଙ୍କାରୁ କମ୍ ରଖିଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକି୍ରୟା ଆରମ୍ଭ କରିଛନ୍ତି । ମାତ୍ର ୧୦ ହଜାର ତଳକୁ ଜମାରାଶି ହରାଇଥିବା ସମସ୍ତ ଜମାକାରୀ ତଦନ୍ତ କମିଶନଙ୍କ ଠାରେ ସତ୍ୟପାଠ ଦେବାପାଇଁ ସୁଯୋଗ ଦିଆଯାଇନାହିଁ ବୋଲି ବକ୍ତାମାନେ ଏହି ପ୍ରତିବାଦ ସଭାରେ ମତବ୍ୟକ୍ତ କରିଥିଲେ । ଶେଷରେ ଏକ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *