ଚିଟଫଣ୍ଡ ଲୁଟେରା ଓ ମୋତିଲାଲ ଗୌଡଙ୍କ ପୃଷ୍ଠ ପୋଷକମାନେ ଅଫିସର ବସ୍ ଙ୍କ କାଗଜକୁ ପଢି ପୋଷା ଶୁଆଙ୍କ ଘୋଷାକଥା କହିବା ଭଳି ବ୍ୟବହାର କରୁଛନ୍ତି : ବିଜେପି

ବିଜେଡି ସାମ୍ବାଦିକ ସମ୍ମିଳନୀର ଉତର ରଖିଲା ବିଜେପି: ଶାହାଙ୍କ ପ୍ରଶ୍ନର ଉତର ନଦେଇ କଥା ବାଆଁରେଉଛି ବିଜେଡି

ଭୁବନେଶ୍ୱର, ୨୪/୦୯ (ଓଡ଼ିଆ ପୁଅ) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଆ ଲୋକଙ୍କ ସ୍ୱାର୍ଥରେ ଉଠାଇଥିବା କିଛି ପ୍ରଶ୍ନର ସ୍ପଷ୍ଟୀକରଣ ନଦେଇ ବିଜେଡି ମୁଖପାତ୍ର ମାନେ କିଛି ପୁରୁଣା ଘିଷାପିଟା ପ୍ରସଙ୍ଗ ଉଠାଇ ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ଏଡାଇ ଦେବାପାଇଁ ଅପଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଚିଟଫଣ୍ଡ ଲୁଟେରା ଓ ମୋତିଲାଲ ଗୌଡଙ୍କ ଭଳି ଠକ ଡାକ୍ତରଙ୍କ ପୃଷ୍ଠପୋଷକ ମାନେ ତାଙ୍କର ଅଫିସର ବସ୍ ମାନେ ଦେଇଥିବା କାଗଜକୁ ପଢି ପୋଷା ଶୁଆଙ୍କ ଘୋଷାକଥା କହିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ସବୁ ପ୍ରସଙ୍ଗରେ ଖୋଲା ସମାଲୋଚନା କଲେ ତାର ଉତର ନଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କଲେ। ଏହା ନବୀନ ପଟ୍ଟନାୟକଙ୍କ ଅସହାୟତାକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *