ଓଡ଼ିଶା

ଚିକିସôା ଅଭାବରେ କାମଠଣା ଯକ୍ଷ୍ମା ହସ୍ପିଟାଲ : କେବଳ ପାଞ୍ଚୋଟି ନର୍ସକୁ ନେଇ ଚାଲିଛି ହସ୍ପିଟାଲ

-:ଜଗଦୀଶ ସୁନା:-
ଏକମାତ୍ର ଗରୀବର ସାହାଭରଷା ସାଜିଥିବା କାମଠଣା ଯକ୍ଷ୍ମା ହସ୍ପିଟାଲରେ ଚିକିସôାର ଘୋର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଠାରେ କେବଳ ପାଞ୍ଚୋଟି ନର୍ସ ଓ ଜଣେ ଅସ୍ଥାୟୀ ଡ଼ାକ୍ତର ତାହା ମଧ୍ୟ ଦଶ ଦିନ ଯକ୍ଷ୍ମା ହସ୍ପିଟାଲରେ ତ ଅନ୍ୟ ଦଶ ଦିନ ସଦର ଭବାନୀପାଟଣା ହସ୍ପିଟାଲରେ ଦେଖିବାକୁ ମିଳେ । ତେବେ ଯକ୍ଷ୍ମା ରୋଗୀଙ୍କୁ ସମୂଳେ ନିରାକରଣ ପାଇଁ ଡ଼ାକର ଦେଇଥିବା ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୯ ମିଶନ ସାକାର ହୋଇପାରିବ କେତେ ଦୂର ତାହା ପ୍ରଶ୍ନବାଚୀ ହୋଇ ଉଠୁଛି ।
କଳାହାଣ୍ଡି ଜିଲ୍ଲାର କାମଠଣା ହସ୍ପିଟାଲ୍ ଗତ ୧୯୪୯ ମସିହାଠାରୁ ନିର୍ମିତ ହୋଇ ୬୫ ବେଡ଼୍ ବିଶିଷ୍ଠ ଯକ୍ଷ୍ମା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହସପିଟାଲ ଗରୀବ, ଦିନମଜୁରିଆ, ଦଳିତ, ପଛୁଆବର୍ଗ ତଥା ଆଦିବାସୀ ଲୋକମାନଙ୍କ ପାଇଁ ଏହି କାମଠଣା ଯକ୍ଷ୍ମା ହସପିଟାଲ ଜୀବନର ସାହଭରସା ହୋଇଥିଲା । ସ୍ୱତନ୍ତ୍ର ଭାବେ ଯକ୍ଷ୍ମା ରୋଗୀଙ୍କୁ ଏହି ଉଦ୍ଧିଷ୍ଟ ସ୍ୱତନ୍ତ୍ର ହସପିଟାଲରେ ଚିକିସôା କରାଯାଇ ଆସୁଅଛି ଦୀର୍ଘ ୪୦/୫୦ ବର୍ଷ ଧରି । ଏହାର ନାଆଁ ଅଛି, କେ.ବି.କେ. ଅଞ୍ଚଳରେ । କାମଠଣା କହିଲେ ଯକ୍ଷ୍ମା ହସପିଟାଲକୁ ହିଁ ବୁଝାଯାଇଥାଏ । ଏହା ଗୋଟିଏ ସର୍ବପୁରାତନ, ପୂର୍ବେ ବହୁଲୋକ ପ୍ରିୟ ଥିଲା । ବହୁ ଦୂରଦୂରାନ୍ତରୁ ଯକ୍ଷ୍ମା ସଂକ୍ରମିତ ରୋଗୀମାନେ ଆସି ଏଠାରେ ଚିକିସôିତ ହୋଇ ଭଲ ହୋଇ ଯାଉଥିବାର ଅନେକ ଉଦାହରଣ ରହିଅଛି । ସେଥି ଯୋଗୁଁ ଆଜିଯାଏ କାମଠଣାକୁ ବହୁ ଦୂରଦୂରାନ୍ତରୁ ଆସିବା ଦେଖିବାକୁ ମିଳେ । ଏହା ସତ୍ୟ, କିନ୍ତୁ ବିଡ଼ମ୍ବନାର ବିଷୟ ଏହି ସ୍ୱତନ୍ତ୍ର ଯକ୍ଷ୍ମା ହସପିଟାଲ ଧିରେ ଧିରେ ଅବକ୍ଷୟ ହେବାକୁ ଲାଗିଛି । ଏଠାରେ ସ୍ୱତନ୍ତ୍ର ଡ଼ାକ୍ତର ନାହିଁ କହିଲେ ଚଳେ । ଅସ୍ଥାୟୀ ଭାବେ ଗୋଟିଏ ଡ଼ାକ୍ତର ଓ ପାଞ୍ଚଗୋଟି ସେବୀକା ମାନଙ୍କ ଦ୍ୱାରା ଚାଲୁଅଛି । ଠିକ୍ ରୂପେ ଚିକିସôା ମଧ୍ୟ ହୋଇପାରୁନାହିଁ । ଯେଉଁଭଳି ପୂର୍ବରୁ ଚିକିସôିତହେଉଥିଲା ତାହା ଏବେ ସେହିପରି ଦେଖାଯାଉନାହିଁ । ଉନ୍ନତି ଯାଗାରେ ଅବନତି ଘଟୁଛି । ବିରାଟ କୋଠାଘର କେନ୍ଦ୍ର ସରକାରଙ୍କ ଅନୁଦାନରେ ତିଆରି ହୋଇଥିବା କାମଠଣା ଯକ୍ଷ୍ମା ହସପିଟାଲ ବର୍ତ୍ତମାନ ରାଜ୍ୟସରକାରଙ୍କ ଅବହେଳା ଯୋଗୁଁ ଅବହେଳିତ ହୋଇ ପଡ଼ିରହିଛି ନିଛାଟିଆ ଜାଗାରେ । ନା’ ସେଠାରେ ଦେଖାଯାଉଛି ଜନ ଗହଳି ନା’ ସେଠାରେ ଦେଖାଯାଉଛି ପକ୍ଷୀ ମାନଙ୍କର ରାବ । ପୂର୍ବେ ଯକ୍ଷ୍ମା ରୋଗୀ କିମ୍ବା କୁଷ୍ଠରୋଗୀ ଲୋକଙ୍କୁ ସଂକ୍ରମିତ ହେଲେ ସ୍ଥାନୀୟ ଗାଁ ଲୋକମାନେ ଗାଁ ବାହାରେ ଘର ତିଆରି କରି ଅଲଗା ରଖିଦେଉଥିଲେ ଓ ସେଠାରେ ସେବାଶଶୃସା କରୁଥିଲେ । ତଦୃପ ଏହି କାମଠଣା ଯକ୍ଷ୍ମା ହସପିଟାଲକୁ ମଧ୍ୟ ଏମିତି ଅଲଗା କରି ରଖାଯାଇଅଛି ।
ଭବାନୀପାଟଣାଠାରୁ ୧୦ କି.ମି. ଦୂର କାମଠଣା ଯକ୍ଷ୍ମା ହସ୍ପିଟାଲ ଏକ ନିର୍ଜନ ସ୍ଥାନ, ନିଛାଟିଆ ଭାବେ ବିରାଟ କୋଠାଘର ଗୁଡ଼ିକ ଛିଡ଼ା ହୋଇଛି । ତାକୁ ଘେରି ରହିଛି ନାନାଦି ବୃକ୍ଷଲତା ସମ୍ମୁଖରେ ବଡ଼ ବଡ଼ ଲମ୍ବା ଲମ୍ବା ନିଳଗିରୀ ଗଛ ଗୁଡ଼ିକ ରହିଅଛି । ୬୫ ବେଡ଼ ଯୁକ୍ତ ରୋଗୀଘର ନିରବରେ ଛିଡ଼ା ହୋଇ ରହିଛି । ସମ୍ମୁଖରେ ପକ୍କାଘର ଓ ଉଭୟ ପାଶ୍ୱର୍ ମହିଳା ଓ ପୁରୁଷ ୱାର୍ଡ଼ ପାଇଁ ତିଆରି ହୋଇଛି ଆଜ୍ବେଷ୍ଟର ନିର୍ମିତ ଘର । କାମଠଣା ରାସ୍ତାଠାରୁ ଭିତରକୁ ପ୍ରବେଶ କଲେ ଯାଇ ଜଣାପଡ଼େ ହସପିଟାଲଟି ଅଛି ବୋଲି । ତାର ଚତୁଃପାର୍ଶରେ କୌଣସି ଘର ନଥିଲା ବର୍ତ୍ତମାନ ତା ହତାକୁ ଲାଗି ଗଢ଼ିଉଠିଛି ନଂର୍ସି ଟ୍ରେନିଂଙ୍ଗ ଛାତ୍ରିଙ୍କ ପାଇଁ ଉର୍ଦ୍ଦିଷ୍ଟ ଘର ଗୁଡ଼ିକ । ତଥାପି ଲୁଚିହୋଇ ରହିଛି ଏହି କାମଠଣା ହସ୍ପିଟାଲ । ହସ୍ପିଟାଲ ସମ୍ମୁଖରେ ବା ପ୍ରବେଶ ଦ୍ୱାରରେ ଦରଖଣ୍ଡିଆ ବାଡ଼ା, ଏକ ପାଶ୍ୱର୍ରେ ସାମାନ୍ୟ ଟିକିଏ କାନ୍ଥ ଉପରେ ସରକାରୀ ଯକ୍ଷ୍ମା ହସପିଟାଲ କାମଠଣା, ଉଦିତ୍ ନାରାୟଣପୁର ବୋଲି ଲେଖାଯାଇଅଛି । ତାହା ମଧ୍ୟ କେତେ ପୁରୁଣା ଯେ, ଅକ୍ଷର ଗୁଡ଼ିକ ଲିଭିବାକୁ ଯାଉଛି । ବର୍ତ୍ତମାନ କେତେଦିନ ହେବ ଏନ୍.ଏଚ୍.ରୋଡ଼ ଉପରେ କଳାହାଣ୍ଡିକୁ ସଂଲଗ୍ନ କରୁଥିବା ମୁଖ୍ୟ ରାସ୍ତାର ଉପରେ ଚାକଚକ୍ୟ ବୋର୍ଡ଼ରେ ଯକ୍ଷ୍ମା ହସପିଟାଲ କାମଠଣା ବୋଲି ଲେଖାଯାଇଛି । ତାହାକୁ ଦେଖିଲେ ମଧ୍ୟ ଲୋକେ ଜାଣିପାରୁନାହାନ୍ତି କେଉଁଠି ହସ୍ପିଟାଲ ଅଛି ବୋଲି । କେବଳ ଦେଖାଣିଆ । ସେହି କାମଠଣା ହସ୍ପିଟାଲଟି ଅତି ପ୍ରାଚୀନ ହୋଇଥିବା ସତ୍ତ୍ୱେ ମଧ୍ୟ ପ୍ରବେଶ ଦ୍ୱାର ଗେଟ ତିଆରି ହୋଇପାରିନାହିଁ ଏବଂ ସେହି ପ୍ରବେଶ ରାସ୍ତାଠାରୁ ଡ଼ାକ୍ତରଖାନା ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ମଧ୍ୟ ଉନ୍ନିତିକରଣ କରାଯାଇପାରି ନାହିଁ । ଏହି ଡ଼ାକ୍ତରଖାନା ପ୍ରତି ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର କେତେ ଦରଦ ତାହା ଏଠାରୁ ଅନୁମାନ କରାଯାଇପାରେ । ନିର୍ମିତ କୋଠାଘର ମାନଙ୍କରେ ଦିନଟିଏ ହେଲେ ରଙ୍ଗଲେପନ ମଧ୍ୟ ହୋଇପାରିନାହିଁ । ଖଣ୍ଡିଆ ଖାବରା, ଦଦରା, ଭଙ୍ଗା ହୋଇ ପଡ଼ିଛି । କେବଳ ସମ୍ମୁଖ ଚାଲିବା ବାରଣ୍ଡାରେ ଟାଇଲ୍ସ ବସାଯାଇଛି । କୋଠରୀ ଭିତର ଅବସ୍ଥା ଅତି ପୁରୁଣାକାଳିଆ, ସତେ ଯେପରି ଦୀର୍ଘ ୨୦/୩୦ ବର୍ଷ ଧରି କେହି ରହୁନଥିଲେ ଯେମିତି ଅବସ୍ଥା ହୋଇଥାଏ ସେହିପରି ଏହି ହସ୍ପିଟାଲର ଅବସ୍ଥା ଜଣାପଡ଼ୁଛି । ତଥାପି ଏହି ଯକ୍ଷ୍ମା ହସପିଟାଲର ଚାହିଦା ଗରୀବ ଲୋକ ମାନଙ୍କ ପାଇଁ ମନରୁ ଲିଭି ନାହିଁ । ଯେଉଁମାନେ ଯକ୍ଷ୍ମା ରୋଗରେ ସଂକ୍ରମିତ ହୁଅନ୍ତି ସେମାନଙ୍କ ପାଇଁ ସାହାଭରସା ପାଲଟି ଯାଇଛି । ଏବେବି ଏଠାକୁ ଚିକିସôା ହେବାପାଇଁ ଆସୁଛନ୍ତି । ଦିନକୁ ଗୋଟିଏ ଦୁଇଟି ପ୍ରତିଦିନ, ପ୍ରତି ସପ୍ତାହରେ ଯକ୍ଷ୍ମା ସଂକ୍ରମିତ ରୋଗୀ ଆସିବାର ଦେଖାଯାଏ । ହେଲେ ଏଠାରେ ଉପଯୁକ୍ତ ପରିମାଣର ଉପକରଣ, ଉପଯୁକ୍ତ ଡ଼ାକ୍ତର ଓ ଷ୍ଟାଫ୍, ସେବୀକା ନ’ ଥିବା ଯୋଗୁଁ ଠିକ୍ ହିସାବରେ ଚିକିସôା ହୋଇପାରୁନାହିଁ । ଯକ୍ଷ୍ମା ସଂକ୍ରମିତ ଲୋକେ ଅନିଚ୍ଛାସତ୍ତ୍ୱେ ଜୀବନକୁ ବଞ୍ଚାଇବାପାଇଁ ଏଠାରେ ଆସି ରହୁଛନ୍ତି । କେବଳ ଗୋଟିଏ ଡ଼ାକ୍ତର ତାହା ମଧ୍ୟ ଡ଼େପୁଟେସନରେ ଚିକିସôା ଚାଲିଛି ଏହି ହସ୍ପିଟାଲରେ । ଏହା ବ୍ୟତିତ ମାତ୍ର ପାଞ୍ଚ ଜଣ ସେବୀକା ଦ୍ୱାରା ଚାଲିଛି ଏହି କାମଠଣା ହସପିଟାଲରେ ସେବା ଶୁଶୃସା । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭେଗିବାକୁ ପଡ଼ୁଛି । ଯଦିଓ ବିଭିନ୍ନ ସ୍ଥାନମାନଙ୍କରେ ଯଥା ଜିଲ୍ଲା ମହକୁମା ଉପଖଣ୍ଡ ସ୍ତରୀୟ ତଥା ଗାଁ ମାନଙ୍କରେ ଯକ୍ଷ୍ମା ରୋଗୀଙ୍କ ପାଇଁ ଉପଚାର ହୋଇବସିଲାଣି ଏବଂ ସେମାନଙ୍କ ଉପଚାର ପାଇଁ ବିଭିନ୍ନ ସରକାରୀ, ବେସରକାରୀ ଡ଼ାକ୍ତରଖାନା ମାନ ଗଢ଼ି ଉଠିଲାଣି ଓ ସେଠାରେ ମାଗଣାରେ ଓ୍ୟ÷ଷଧ ଦିଆଯାଉଥିଲେ ମଧ୍ୟ ଏହି କାମଠଣା ହସ୍ପିଟାଳକୁ ପୂର୍ବରୁ ରହିଥିବା ସୁନାମ ଓ ଭଲ ହେଉଥିବା ଖବର ଜାଣି ଏଠାକୁ ଆସି ଚିକିସôା କରିବାକୁ ଲୋକେ ଭୁଲୁନାହାନ୍ତି । ଏହାକୁ ତୁଳନା କଲେ ରାଜ୍ୟ ସରକାର ମଧ୍ୟ ଏହି ହସପିଟାଲ ପ୍ରତି ଦୃଷ୍ଟି ଦେବା ଅତି ଆବଶ୍ୟକୀୟ ହୋଇପଡ଼ୁଛି । ବର୍ତ୍ତମାନ ପ୍ରତ୍ୟେକ ଆଶା ମାଁ ମାନଙ୍କଠାରୁ ଯକ୍ଷ୍ମା ରୋଗୀଙ୍କ ପାଇଁ ଡ଼ଟ୍ସ ଓ୍ୟ÷ଷଧ ମାଗଣାରେ ଯୋଗାଇଦେଇ ଆସୁଥିବା ବେଳେ ଗତ କିଛି ମାସ ହେବ ସେହି ରୋଗୀମାନଙ୍କ ପାଇଁ କେନ୍ଦ୍ର ସରକାର ମାସକୁ ଟ.୫୦୦/-ଙ୍କା ଭତ୍ତା ଆକାରରେ ନିଉଟି୍ରସନ ପାଇଁ ଯୋଗାଇ ଦେଇ ଆସୁଛନ୍ତି । ଏହା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ । ହେଲେ ମହତ୍ ଉଦେ୍ଦଶ୍ୟ ତଥା ବହୁ ଖର୍ଚ୍ଚ ବିନିମୟରେ ନିର୍ମିତ ହୋଇଥିବା ଏହି କାମଠଣା ହସପିଟାଲକୁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି । ଆଜିର ବର୍ତ୍ତମାନ ଅବସ୍ଥାକୁ ଦେଖିଲେ ଏହି ଘର ଅତି ଶୌଚନୀୟ ଯାହାକି ବୁଦ୍ଧିଜୀବି ଓ ସମାଜସେବୀ ଲୋକମାନେ ଥରଟିଏ ଦେଖିଲେ ସେମାନେ ଅନୁଭବ କରିପାରିବେ । ଏହା କେତେଯେ ଦୟନୀୟ ? ସେହି ହସ୍ପିଟାଲକୁ ଦେଖିଲେ କବିଙ୍କ ମୁହଁରେ ଆପେ ଆପେ କବିତା ପ୍ରସ୍ଫୁଟିତ ହୋଇଉଠିବ ଏବଂ ସାମ୍ବାଦିକ ମାନେ ଦେଖିଲେ ସେମାନଙ୍କ ମୁନରେ ଲେଖା ବାହାରି ଆସିବ । ଏହାହିଁ ସେହି ଯକ୍ଷ୍ମା ହସପିଟାଲର ନିଜସ୍ୱ ପରିଚୟ । ପୂର୍ବରୁ ଯେଉଁପରି ଭାବେ ଏହି ହସ୍ପଟାଲରେ ଚିକିସôା କରାଯାଉଥିଲା ସେଠାରେ ଉପଯୁକ୍ତ ସଂଖ୍ୟାରେ ଡ଼ାକ୍ତର ଷ୍ଟାଫ, ସେବୀକା, ଚତୁର୍ଥ କର୍ମଚାରୀ ତଥା ଅନ୍ୟାନ୍ୟ କିରାଣୀ ମାନଙ୍କ ଦ୍ୱାରା ନିଯୁକ୍ତି ହୋଇ ଉତ୍ତମ ଚିକିସôା ହୋଇ ପାରୁଥିଲା । ସେହିପରି ପୁନରାବୃତି କଲେ ଯାଇ ଠିକ୍ ହେବ ବୋଲି ବୁଦ୍ଧିଜୀବି ତଥା ସମାଜସେବୀ ମାନେ ମତ ଦିଅନ୍ତି । ବର୍ତ୍ତମାନ ଦେଖିବାକୁ ମିଳିଛି ଯେଉଁ କର୍ମଚାରୀ ମାନେ ଏହି ହସପିଟାଲରୁ କାମ କରି ଅବସର ନେଇଛନ୍ତି ଅବସର ପରେ ଆଉ ନୂତନ ଭାବେ ଡ଼ାକ୍ତର କିମ୍ବା ଅନ୍ୟାନ୍ୟ ସେବିକା, ସୁଇପର କିମ୍ବା ଚତୁର୍ତ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆହେଉନାହିଁ । କେତେଯେ ମହତ୍ ଉଦେ୍ଦଶ୍ୟ ନେଇ ଓଡ଼ିଶାର ଅବହେଳିତ ଓ ପଛୁଆ କଳାହାଣ୍ଡି ଜିଲ୍ଲାରେ ଅନେକ ଝଡ଼ ଜଞ୍ଜାଳ ସହ୍ୟ କରି ଏହି ହସ୍ପିଟାଲ ନିର୍ମିତ ହୋଇଥିଲା ଏବଂ ସେଠାରେ ନିଯୁକ୍ତି ହୋଇଥିଲେ ଉପଯୁକ୍ତ ପରିମାଣର ଡ଼ାକ୍ତର ଷ୍ଟାଫ୍ ସହ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ସେବା ଶୁଶୃସା କରିବା ପାଇଁ । ବର୍ତ୍ତମାନ ଏହା ଶ୍ରୀହିନ ହୋଇପଡ଼ିଛି । ଏଠାରେ ଅନେକ ଯକ୍ଷ୍ମାରୋଗୀମାନେ ଗୁରୁତର ଭାବେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଥିବାର ଉଦାହରଣ ରହିଛି । ସେମାନଙ୍କୁ ନେଇ ଆଖି ଆଗରେ ଦୃଷ୍ଟି ରଖି ଗଢ଼ି ଉଠିଥିଲା ଏହି ହସପିଟାଲ । ଏହା ପଶ୍ଚିମ ଓଡ଼ିଶାର କେ.ବି.କେ ଅଞ୍ଚଳର ପ୍ରାଣବିନ୍ଦୁ କହିଲେ ଅତୁ୍ୟକ୍ତି ହେବନାହିଁ । ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ଚନ୍ଦାହାଣ୍ଡି, ନବରଙ୍ଗପୁର ଚତୁଃପାର୍ଶର ମଧ୍ୟ ସ୍ଥଳରେ ରହିଛି ଏହି କାମଠଣା ହସପିଟାଲ । ସେହି ଅଞ୍ଚଳ ମାନଙ୍କ ଠାରୁ ଚିକିସôା ପାଇଁ ଏବେ ମଧ୍ୟ ରୋଗୀ ଧାଇଁ ଆସୁଛନ୍ତି । ସେମାନେ ବର୍ତ୍ତମାନ ଉଚିତ ଚିକିସôାରୁ ବଞ୍ଚିତ ହେବାକୁ ପଡ଼ୁଛି । ଜିଲ୍ଲା ମାନଙ୍କରେ ଯକ୍ଷ୍ମା ହସପିଟାଲ ଖୋଲାଯାଇଥିଲେ ମଧ୍ୟ ଆଶା ମାଁ ମାନଙ୍କ ଦ୍ୱାରା ବଟିକା ଯୋଗାଇ ଦିଆଯାଉଥିବାର ପଦକ୍ଷେପ ଏକ ମାଇଲ ଖୁଣ୍ଟ ଭଳି ଅଗ୍ରଗତି ହୋଇଥିଲେ ସୁଦ୍ଧା ଏହି ହସ୍ପିଟାଲର ପୁନରଉଦ୍ଧାର ଯେଉଁ ପର୍ଯ୍ୟନ୍ତ ନ ହେବ ତେବେ ସାକାର ହେଲା ବୋଲି ଉଚିତ ମନେ ହେବନାହିଁ । ଏଣୁ ଏ ଦିଗରେ ଉଚ୍ଚ ପଦସ୍ଥ ଅଧିକାରୀ, ମନ୍ତ୍ରୀ, ନେତା, ଆଇନଜୀବି ଓ ସମାଜ ସଂସ୍କାରମାନେ ଉଚିତ ପଦକ୍ଷେପ ନେବାପାଇଁ ଆଗକୁ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ୁଛି ।
ବର୍ତ୍ତମାନ ସେଠାରେ ମହିଳା ୱାର୍ଡ଼ରେ ଭର୍ତ୍ତି ହୋଇ ଚିକିସôିତ ହେଉଥିବା ପାଞ୍ଚଜଣ ରୋଗୀ ମାନଙ୍କ ମଧ୍ୟରୁ ବନୀତା ହାତି କହନ୍ତି ଓ୍ୟ÷ଷଧ ଖାଇ ଖାଇ ଥକିଗଲୁନ, ଖାସି ଛାଡ଼ୁନାହିଁ କି ରୋଗ ଛାଡ଼ୁନାହିଁ । ଭବାନୀପାଟଣା, ବିସମକଟକ ହସପିଟାଲକୁ ଯାଇ ହଇରାଣ ହରକତ ହୋଇ ଥକି ଗଲୁଁ ହେଲେ, ରୋଗ ଚିହ୍ନଟ ହୋଇପାରିନଥିଲା କି ଡ଼ାକ୍ତର ଲେଖିଦେଇଥିବା ଓ୍ୟ÷ଷଧ ଛାଡ଼ୁନଥିଲା । ନିଜ ମନରୁ ଭଲ ହେବାପାଇଁ ପ୍ରବଳ ଆଶା ରଖି ପୁନଃ ଖର୍ଚ୍ଚାନ୍ତକରି ଭାବାନୀପାଟଣା ହସପିଟାଲକୁ ଯିବାକୁ ପଡ଼ିଥିଲା ଓ ସେଠାରେ ଏକ୍ସରେ କରାଇଥିଲେ । ଏକ୍ସରେ ଦ୍ୱାରା ଯକ୍ଷ୍ମା ରୋଗର ଚିହ୍ନଟ ଜଣାପଡ଼ିଥିଲା ବିଳମ୍ବରେ । ସେଠାରେ ଭର୍ତ୍ତି ହୋଇଥିଲେ ଚାରିଦିନ ପର୍ଯ୍ୟନ୍ତ । ଡ଼ାକ୍ତର କାମଠଣାକୁ ସ୍ଥାନାନ୍ତରଣ କରିବାଦ୍ୱାରା ଚାଲିଆସିଥିଲେ । ତା ପୂର୍ବରୁ ରୋଗ ଛାଡ଼ିବାପାଇଁ ବିଭିନ୍ନ ପ୍ରକାରର ଗୁଣିଗାରେଡ଼ି, ମନ୍ତ୍ରଜପ, ପୂଜାପାଠକରି ଖର୍ଚ୍ଚାନ୍ତ କରିବାକୁ ପଡ଼ିଥିଲା । ଚିହ୍ନଟ ହେଲାପରେ ଏହି କାମଠଣା ହସପିଟାଲରେ ଭର୍ତ୍ତି ହୋଇ ଚିକିସôା ହେଉଛି । ବୟସ ତାଙ୍କର ୩୫ ବର୍ଷ । ତା ନିଜ ଘର ଲାଞ୍ଜିଗଡ଼ । ତା ସ୍ୱାମୀ କୁଲିମଜୁରୀ କରି ଚଳେ, ଗରୀବ ପରିବାର । ଆର୍ଥିକ ସ୍ୱଚ୍ଛଳ ନଥିବା ଯୋଗୁଁ ପାଠ ପଢ଼ିବାରୁ ବଞ୍ଚିତ ଥଲେ । ତା ଶରୀର ଦିନ ଦିନକୁ ଦିନ ଦୁର୍ବଳ ଓ ଶୁଖିଯାଉଥିବା ଦେଖି ତା ମାଁ ଘରକୁ ଯାଇଥିବା ବେଳେ ତାଙ୍କ ମାଁ ଘର ଲୋକେ ଡ଼ାକ୍ତରଙ୍କୁ ପରାମର୍ଶ କରିବା ପାଇଁ କହିଥିଲେ । ସେ କୌଣସି ରୋଗ ଦ୍ୱାରା ସଂକ୍ରମିତ ହୋଇନଥିବା ଭାବି ସେ ନିଜକୁ ନିଜେ ଡ଼ାକ୍ତରଖାନାକୁ ଯାଉନଥିଲେ । ସାମାନ୍ୟ ଖାସି ହେଉଥିବା ଭାବି ଭୂକ୍ଷେପ କରୁନଥିଲେ । ଅନ୍ୟଜଣେ ହେଲେ ଜଗଦୀଶ ଗଉଡ଼,ବୟସ ୪୦, ପି: ତୀର୍ଥ ଗଉଡ଼, ଗ୍ରାମ-ପଲସାପଡ଼ା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର । ସେ ଜଣେ ଦାଦନ ଶ୍ରମିକ ଭାବେ ଖଟିଯାଇ ତା ପରିବାରକୁ ପ୍ରତିପୋଷଣ କରିଥାଏ । ବୃତ୍ତି ଥିଲା କୁଲିମଜୁରୀ କରି ପରିବାର ଚଳେଇବା । ତାଙ୍କୁ ଯେତେବେଳେ ଖାସି ହେବା ଦ୍ୱାରା କଫ ପରୀକ୍ଷା କରାଇଥିଲେ ଚନ୍ଦାହାଣ୍ଡି ସରକାରୀ ହସପିଟାଲରେ ଯକ୍ଷ୍ମା ହେବା ଜାଣି ଚିକିସôା ପାଇଁ ବୁର୍ଲା ଯାଇଥିଲେ । ସେଠାରେ ଡ଼ାକ୍ତର ଦ୍ୱାରା ଚିକିସôିତ ହୋଇ ଦୀର୍ଘ ଆଠ ମାସ ଦୈନିକ ଓ୍ୟ÷ଷଧ ଖାଇଥିଲେ । ହେଲେ ଛାଡ଼ିନଥିଲା । ପୁଣି ଅନ୍ୟ ଓ୍ୟ÷ଷଧ ଖାଇଥିଲେ ଭଲ ହେବା ବଦଳରେ ଓଲଟା ଖାସି ମାତ୍ରା ବୃଦ୍ଧି ହେବାକୁ ଲାଗିଲା । ସେହି ଓ୍ୟ÷ଷଧ ଏକ ସପ୍ତାହ ଖାଇଲାପରେ ନ ଛାଡ଼ିବାରୁ ଯାହା ପୂର୍ବରୁ ଶୁଣିଥିଲା, କାମଠଣା ହସପିଟାଲକୁ ଚାଲିଆସିଥିଲା । ସାଙ୍ଗରେ ନେଇ ଆସିଥିଲେ ତା ସ୍ତ୍ରୀ ସଜ ଗଉଡ଼ ଓ ସଂପର୍କୀୟ ଲୋକ । ତାଙ୍କର ବର୍ତ୍ତମାନ ଝିଅଟିଏ ଓ ପୁଅ ଦୁଇଗୋଟି । ପୁଅମାନଙ୍କ ମଧ୍ୟରୁ ଗୋଟିକୁ ୨୧ବର୍ଷ ଓ ଅନ୍ୟଟି ୧୨ ବର୍ଷ ହୋଇଥିବା ବେଳେ ଝିଅକୁ ବାହା ଦେଇସାରିଥିଲେ । ଅନ୍ୟଜଣେ ହେଲେ ସୁଜନୀ ମାଝୀ ଓ ଫୁଲକୀ ମାଝୀଙ୍କ ଅଳିଅଳ ସାତ ବର୍ଷ ପାଞ୍ଚ ମାସର ପୁଅ ଅଜେ ମାଝୀ । ତାଙ୍କ ମାଁ ଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥିଲା ବେଦନାର ସ୍ୱର । ତାଙ୍କ ପୁଅଙ୍କ ଶରୀରରେ ଛୋଟ ଛୋଟ ଗୁଲ୍ମୀ ଭଳି ଫୁଡ଼ା ବାହାରିଥିଲା, ଯେତେ ଓ୍ୟ÷ଷଧ ଖାଇଥିଲେ ମଧ୍ୟ ତାହା ଛାଡ଼ିନଥିଲା । ପରେ ଗାଁ ଗହଳିରେ ଚଳି ଆସୁଥିବା ପ୍ରଥା ଅନୁସାରେ ପ୍ରେତ ଭୂତ ଲାଗିଥିବା ସନେ୍ଦହରେ ଗୁଣି, ଗାରେଡ଼ି ପୂଜାପାଠ ଯନ୍ତ୍ର ମନ୍ତ୍ର କରାଇଥିଲେ ତେବେ ମଧ୍ୟ ଠିକ୍ ହୋଇପାରିନଥିଲା । ଏପରିକି ତାଙ୍କୁ ବିଷମକଟକ ହସପିଟାଲକୁ ନିଆଯାଇଥିଲା । ଯାହାକି ଏ ଅଞ୍ଚଳର ପ୍ରସିଦ୍ଧ ଡ଼ାକ୍ତରଖାନା । ସେଠାରେ ଯେତେ ଓ୍ୟ÷ଷଧ ଖୁଆଇଥିଲେ ମଧ୍ୟ ଭଲ ହୋଇନଥିଲା । ଭବାନୀପାଟଣ ସଦର ହସପିଟାଲ ଭଳି ପାଟଣାଗଡ଼କୁ ମଧ୍ୟ ଚିକିସôା କରାଇନେଇଥିଲେ । ସେଠାରେ ମଧ୍ୟ ଠିକ୍ ନ ହେବାରୁ ବାଧ୍ୟ ହୋଇ କାମଠଣା ହସପିଟାଲକୁ ଚାଲିଆସି ମାଁ ଙ୍କ ସହ ଛୋଟ ପୁଅଟି ମହିଳା ୱାର୍ଡ଼ରେ ରହି ଚିକିସôିତ ହେଉଅଛି । ତା ମାଁ କହନ୍ତି ଓ୍ୟ÷ଷଧ ସିନା ମାଗଣାରେ ମିଳେ ପୁଅକୁ ଯତ୍ନେଇବାପାଇଁ ଅନ୍ୟାନ୍ୟ ଖର୍ଚ୍ଚ ଯଥା ଇଜେକ୍ସନ ନିଜ ହାତରୁ କିଣିବାକୁ ପଡ଼େ । ଦଶ ଗୋଟି ଇଜେକ୍ସନକୁ ଟ.୫୦୦/-ଙ୍କା କିଣିବାକୁ ପଡ଼ୁଥିଲା ବୋଲି କହିବସନ୍ତି । ଗରୀବ ଖଟିଖିଆ ଓ ଦିନ ମଜୁରୀଆଙ୍କ ପକ୍ଷେ ଚିକିସôା କରିବା ବହୁ କଷ୍ଟଦାୟକ ହୋଇ ପଡ଼ୁଅଛି । ଅନ୍ୟ ଜଣେ ହେଲେ ମୀରା ଗଉଡ଼, ବ୩୫ର୍ଷ, ସ୍ୱାମୀ-ମକୁନ୍ଦ ଗଉଡ଼, ଗୋଏପିଟା ଗାଁ, ଠୁଆପଦର ପଞ୍ଚାୟତ । ତାଙ୍କର ପାଞ୍ଚଗୋଟି ପୁଅ ଓ ଜଣେ ଝିଅ । ପୁଅ ଦୁଇଟି ଛୋଟ ଛୋଟ ରହିଥିବାବେଳେ ଅନ୍ୟ ତିନି ଝିଅକୁ ବାହା ଦେଇସାରିଲେଣି । ସେ କହିବସନ୍ତି ତାଙ୍କ ଶରୀରର କାଖ ତଳେ ସାମାନ୍ୟ ଫୁଡ଼ା ହୋଇ ଦିନକୁ ଦିନ ବୃଦ୍ଧି ପାଇଥିଲା । ତାହା ଧିରେ ଧିରେ ବିପତ୍ତ ଆଡ଼କୁ ଗତି କରୁଥିଲା । ଚିକିସôା ପାଇଁ ବିଶମକଟକ ହସପିଟାଲକୁ ଯାଇଥିଲେ । ସେଠାରେ ତାଙ୍କୁ ଅପରେସନ କରାଯାଇଥିଲା, ଓ୍ୟ÷ଷଧ ଦିଆଯାଇଥିଲା ଓ ଯକ୍ଷ୍ମା ରୋଗ ସଂକ୍ରମିତ ହୋଇଥିବା କଥା ଡ଼ାକ୍ତର କହିବା ଦ୍ୱାରା ସେ ଜାଣିପାରି ସେଠାରେ କିଛିଦିନ ରହି କାମଠଣାକୁ ଚାଲିଆସି ଚିକିସôିତ ହେଉଛନ୍ତି । ବର୍ତ୍ତମାନ ସେ ଭଲ ହୋଇଥିବା କହି ବସନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଏଠାକାର ଲୋକମାନଙ୍କ ପାଇଁ କାମଠଣା ବହୁ ନିକଟ ଓ ବିନା ଖର୍ଚ୍ଚରେ ସବୁ କିଛି ହୋଇଯିବା ଭାବିନେଇଥାନ୍ତି ଏବଂ ସତକୁ ସତ ସେମିତି ହିଁ ହୋଇଥାଏ ସେଥିପାଇଁ ଏଠିକୁ ଚାଲିଆସିଥାନ୍ତି । ଖାଇବାକୁ ହେଲେ ଘର ଠାରୁ ଚାଉଳ ପନିପରିବା ନେଇ ସେଠାରେ ରୋଷେଇ କରି ଖାଇବାକୁ ହୋଇଥାଏ ଅତି ସହଜରେ । ତାଙ୍କ ସମ୍ପର୍କୀୟ ଲୋକମାନେ ହସପିଟାଲ ସମ୍ମୁଖରେ ରନ୍ଧାବଡ଼ା କରି ଖାଇବସୁଥିବା ବେଳେ ସଂକ୍ରମିତ ରୋଗୀ ବ୍ୟକ୍ତିଟିକୁ ଏହି ସଂପୃକ୍ତ ହସପିଟାଲ ଠାରୁ ମାଗଣାରେ ଖାଇବାକୁ ଯୋଗାଇ ଦିଆଯାଇଥାଏ । ଏହି ପାଞ୍ଚଜଣ ସଂକ୍ରମିତ ରୋଗୀ ମାନଙ୍କ ଠାରୁ ପ୍ରକୃତ ତଥ୍ୟ ନେବାରେ ଜଣାପଡ଼ିଥିଲା ଯେ,ଓ୍ୟ÷ଷଧ ଖାଇ ରୋଗରୁ ମୁକ୍ତ ହୋଇନଥିବା ବ୍ୟକ୍ତି, ଅତି ଗୁରୁତର ଭାବେ ଆକ୍ରାନ୍ତ ଶ୍ରେଣୀର ଲୋକେ,ଗାଁ ଗହଳିରେ ବସବାସ କରୁଥିବା ଗରୀବ ନିରୀହ ଓ ଦରିଦ୍ର ଶ୍ରେଣୀର ବ୍ୟକ୍ତି ଏଠାକୁ ଆସି ଚିକିସôିତ ହେବାରେ ଦେଖିବାକୁ ମିଳିଛି । ଲୋକେ ରୋଗ ଦାଉରୁ ମୁକ୍ତି ପାଇବାପାଇଁ ବହୁ ଦୂରରୁ ଚାଲିଆସୁଛନ୍ତି । ପ୍ରତ୍ୟେକ ଡ଼ାକ୍ତରଖାନା ମାନଙ୍କରେ ଯକ୍ଷ୍ମା ରୋଗର ଚିକିସôାର ଉପଚାର ହେଉଥିବା ବେଳେ ସେମାନେ କାମଠଣାକୁ କାହିଁକି ଆସୁଛନ୍ତି ବୋଲି ପଚରା ଯିବାରୁ ସେମାନେ କୁହନ୍ତି ଏଠାରେ ସୁବିଧା ଅଛି, ଖର୍ଚ୍ଚ କମ ମାତ୍ରାରେ ଏଠାରେ ରହିବାକୁ ପଡ଼ିଥାଏ । ଏଠାରେ କୌଣସି ବ୍ୟବସ୍ଥା ନ ଥିଲେ ମଧ୍ୟ ବିରାଟ ଖୋଲା ପରିବେଶ କେବଳ ଠିକ ହିସାବରେ ଚିକିସôା ହେବାର ଆବଶ୍ୟକ ହୋଇପଡ଼ିଛି ।
ରୋଗୀ ମାନେ ଅନିଚ୍ଛାସତ୍ତ୍ୱେ ରହିବାକୁ ପଡ଼େ କାମଠଣା ହସପିଟାଲରେ । ନା’ ସେଠାରେ ଅଛି ବା କାମ ଚଳୁଛି ରଞ୍ଜନରଶ୍ମି, ନା’ ପରୀକ୍ଷାଗାର ନା’ ଉପଯୁକ୍ତ ସାମଗ୍ରୀ, ନା’ ରକ୍ତ ପରୀକ୍ଷା, କେବଳ କଫ ପରୀକ୍ଷା କରାଯାଇଥାଏ । ଏକ୍ସରେ ପାଇଁ ରୋଗୀମାନେ ସୁଦୂର ୧୦ କି.ମି. ପର୍ଯ୍ୟନ୍ତ ସେଠାକୁ ଗଲେ ଯାଇ ଆଣିବାକୁ ପଡ଼ିଥାଏ । କେବଳ ଜଣେ ଡ଼ାକ୍ତର ଶତୃଘ୍ନ ଟୁଡ଼ୁ ଦୀର୍ଘ ବର୍ଷରୁ ଡ଼େପୁଟେସନରେ ରହି କାମ ଚଳେଇ ଦେଉଛନ୍ତି । ତାଙ୍କ ସହିତ ମାତ୍ର ପାଞ୍ଚ ଜଣ ନର୍ସ ଦ୍ୱାରା ହସପିଟାଲଟି ଚାଲିଛି । ଉଭୟ ପୁରୁଷ ଓ ମହିଳା ବିଭାଗ ।
ଶରୀରରେ ରୋଗର ଭୟ, ରାତ୍ରରେ ଭୂତ ଭୟ:-
ଏହା ନୁଆ କଥା ନୁହେଁ, କାମଠଣା ହସପିଟାଲରେ ଦୀର୍ଘ ବର୍ଷରୁ ସେଠାରେ ଚିକିସôାପାଇଁ ଆସିଥିବା ମହିଳା ଲୋକେ ସେମାନଙ୍କ ଅନୁଭୁତିରୁ କହିବସନ୍ତି- ଯେହେତୁ କୋଠରୀ ଗୁଡ଼ିକ ଖାଁ ଖାଁ ଦିନରେ ଖାଲି, ରାତିରେ ଖାଲି ପୁଣି ବିରାଟ ଲମ୍ବା ନିର୍ମିତ କୋଠାଘର ଗୁଡ଼ିକ ଅନ୍ୟପଟେ ଏଜ୍ବେଷ୍ଟର ନିର୍ମିତ ହୋଇଥିବା ଭଙ୍ଗା ଏଜ୍ବେଷ୍ଟର ଗୁଡ଼ିକ ରାତିରେ ଚହଳ ଗହଳ ନାହିଁ, ନା ସେଠାରେ ଜଗୁଆଳି ଭାବେ ରହୁଛି ଚୌକିଦାର ନା ଅନ୍ୟକେହି । ଜଣେ କି ଦୁଇଜଣ ସେବିକା କିମ୍ବା ପୁରୁଷ ରାତ୍ରରେ ଯଦି ଡ଼ୁ୍ୟଟି କରନ୍ତି ତେବେ ତାଙ୍କ କୋଠରୀରେ କବାଟ ଆଉଜି ଶୋଇଯାଆନ୍ତି । ରୋଗୀମାନେ ଡ଼ାକିଲେ ଆଉ ଶୁଣେ ବା କିଏ ? ଯାହା ରୋଗୀମାନଙ୍କ ଭିତରେ ମିଳିମିଶି ରାତ୍ରରେ ବାହାରିବାକୁ ପଡ଼ିଥାଏ । ରାତ୍ରରେ ଭୟ ବେଶୀ, ଡ଼ାକ୍ତର ମଧ୍ୟ ରହନ୍ତି ହସପିଟାଲ ଠାରୁ ପାଞ୍ଚଶହ ମିଟର ଦୂରରେ । ନର୍ସ ମାନେ ମଧ୍ୟ ତଦୃପ ବ୍ୟବଧାନରେ ରହନ୍ତି । ଏହା ଭାରି ଭୟ, କିଏ ଡ଼ାକିଲେ କାହା କଥା ଶୁଣୁନାହାନ୍ତି ରାତ୍ର ସମୟରେ । ତଥାପି ଚିକିସôା ପାଇଁ ରହିବାକୁ ପଡ଼େ ବୋଲି କହିବସନ୍ତି ସେଠାକାର ମହିଳା ମାନେ ଓ ରାତ୍ରରେ ପ୍ରେତ ବାହାରୁଥିବା ଅଭିଯୋଗ ହୁଏ । ଏଠାରୁ ଅନୁଧ୍ୟାନ କଲେ ଜଣାଯାଏ, ସରକାର ଯଦି ଚଲାଉଛନ୍ତି ହେଲେ ଠିକ୍ ହିସାବରେ ଧ୍ୟାନ ଦେଇ ଉନ୍ନତ ପ୍ରଣାଳୀରେ ଚିକିସôା ବିଭାଗ, ଡ଼ାକ୍ତର, ସେବିକା ତଥା ସଂପୁର୍ଣ୍ଣ ଷ୍ଟାଫ୍ ଗୁଡ଼ିକ ନିଯୁକ୍ତି କରିବା କଥା । ନହେଲେ ଏହାକୁ ବନ୍ଦ କରିଦେବା ଉଚିତ ମନେହୁଏ ବୋଲି ସାଧାରଣରେ ମତ ଦିଅନ୍ତି । ସେଠାରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ନ କହିଲେ ଭଲ । ରୋଗୀ ମାନଙ୍କୁ ସବୁଦିନ ଡ଼ାଲିପାଣି ସହିତ ତରକାରୀ ଦୁଇଦିନ, ଆଳୁଭଜା ଦିନଟିଏ ଓ ଅଣ୍ଡା ଗୋଟାଏ ଲେଖାଏଁ ସବୁଦିନ ଦେଇଥାନ୍ତି । ଏଠାକାର ବରିଷ୍ଠ କିରାଣୀ ଧନେଶ୍ୱର ମାଝୀ ତାଙ୍କୁ ପଚାରିବାରେ କହନ୍ତି ସେବିକା ତିନି ଜଣ, ନର୍ସିଂ ସେବିକା ଦୁଇଜଣ, ଡ଼ାକ୍ତର ସୁପରିଟେଣ୍ଡଟ ଜଣେ, ଆସଷ୍ଟାଣ୍ଟ ସର୍ଜନ ଜଣେ ଯେ କି ଡ଼େପୁଟେସନରେ । ବର୍ତ୍ତମାନ ବାର ଗୋଟି ଚତୁର୍ଥ କର୍ମଚାରୀ ପଦବୀ ଖାଲି ଅଛି । ଗୁରୁତ୍ୱ କଥା ହେଲା ସାତ ଜଣ ଡ଼ାକ୍ତର ରହିବା ସ୍ଥଳେ ଆଉ ଚାରିଜଣ ଷ୍ଟାଫ୍ ନର୍ସ ରହିବାକଥା । ରଞ୍ଜନରଶ୍ମି ବିଭାଗ ଅଛି କିନ୍ତୁ ଦୀର୍ଘମାସରୁ କାର୍ଯ୍ୟକାରୀ ହେଉନାହିଁ । ଏହାକୁ ଠିକ୍ କରିବା ପାଇଁ ସରକାରୀ କଳର ନଜର ଆଜିଯାଏ ହୋଇପାରିନାହିଁ । ସେହି ହସପିଟାଲକୁ ଲାଗି ଯକ୍ଷ୍ମା ହସପିଟାଲ ପ୍ରବେଶ ଦ୍ୱାର ସମ୍ମୁଖରେ ଓ୍ୟ÷ଷଧ ଦୋକାନ ଦେଇଥିବା ଜଗଦୀଶ ରଥ କହନ୍ତି ଏ ହସପିଟାଲ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ଉତ୍ତର ଦିଅନ୍ତି, ଭିତ୍ତିଭୂମିର ଅଭାବ ଅର୍ଥାତ ତାଙ୍କ ମତରେ ଏଜବେଷ୍ଟର ଗୁଡ଼ିକ ଫାଟିଛି ତାହା ମରାମତି ଆଜିଯାଏ ହୋଇପାରିନାହିଁ । ବିଜୁଳି ବନ୍ଦ ଅଛି, କେତେବେଳେ ଜଳୁଛି କେତେବେଳେ ନାହିଁ, କେଉଁ ବଲ୍ୱ ଜଳୁଛି କେଉଁ ବଲ୍ୱ ନାହିଁ । ପାଣିର ଅସୁବିଧା ପାଇଁ ଯାହା ଆଗରୁ କନେକ୍ସନ କରାଯାଇଛି ସେହି ପାଇପ୍ ଗୁଡ଼ିକ କେଉଁଠି କାମ ଦେଉଛି ତ କେଉଁଠି ନାହିଁ । ନଳ ପାଇପ୍ ଗୁଡ଼ିକ ଭଙ୍ଗା ହୋଇ ଅପରିଷ୍କାର ହୋଇପଡ଼ିଛି । ନଳ ଗୁଡ଼ିକ କେତେକ ସ୍ଥାନରେ ଚାଲୁନାହିଁ । ହସପିଟାଲ ଉପରେ ଥିବା ପାଣି ଟାଙ୍କି ଲୁହାର ଜଙ୍କ ଲାଗି ଭଙ୍ଗା ଅବସ୍ଥାରେ ଛାତ ଗୁଡ଼ିକ ଭଙ୍ଗା ହୋଇ ବସିଲାଣି । ରୋଗୀଙ୍କ ପାଇଁ ଉର୍ଦ୍ଧିଷ୍ଟ ବେଡ଼ କେତେକ ଭଙ୍ଗା ହୋଇ ପଡ଼ିଛି ଆଉ କେତେକ ଭଲ ଅଛି । ରୋଗୀମାନଙ୍କ କୋଠରୀର କେଉଁ ପଙ୍ଖା ଚାଲୁଛି ତ କେଉଁ ପଙ୍ଖା ଚଲୁ ନାହିଁ । ଏକ୍ସରେ ମେସିନ ଦୀର୍ଘ ବର୍ଷରୁ ଅକାମୀ ହୋଇ ପଡ଼ିଛି । ରକ୍ତ ପରୀକ୍ଷା ନାହିଁ । ଡ଼ାକ୍ତର ନିଯୁକ୍ତିତ ମୂଳରୁ ନାହିଁ । ଡ଼ାକ୍ତରଙ୍କ ନ କହିବା କଥା ହିଁ ଭଲ । ଦୀର୍ଘ ୬/୭ ବର୍ଷରୁ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ମିଳିନାହିଁ । କେବଳ ପାଞ୍ଚାଗୋଟି ଦିଦି ମାନଙ୍କ ଦ୍ୱାରା ଚାଲିଛି ଏହି ଡ଼ାକ୍ତରଖାନା । ଯେଉଁ ଡ଼ାକ୍ତର ବର୍ତ୍ତମାନ ଅବସ୍ଥାପିତ ଅଛନ୍ତି ସେ ଶତୃଘ୍ନ ଟୁଡ଼ୁ । ପନ୍ଦର ଦିନ ଭବାନୀପାଟଣାରେ ତ ଦଶରୁ ପାଞ୍ଚ ଦିନ କାମଠଣାରେ କାମ କରନ୍ତି ତାହା ମଧ୍ୟ ବେପରୁଆ ଭାବେ । ସୁପରିଟେଣ୍ଡଟ ନାମକୁ । ସେ କେସିଙ୍ଗା ଗାଁରେ ରହନ୍ତି । କାମଠଣା ଠାରୁ କେସିଙ୍ଗା ୩୦ ରୁ ୩୫ କି.ମି. ଦୂର । ସେ ସେଠାରେ ରହି ଯିବା ଆସିବା କରିଥାନ୍ତି । ସେ ମଧ୍ୟ କେବେ ଆସିଲେ କେବେ ନାହିଁ । ଖରାମାସେ ରୋଗୀ ଡ଼ହଳ ବିକଳ ଅବସ୍ଥାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ପୂର୍ବରୁ ନାମ ଥିବା ଯୋଗୁଁ ସେଥିପାଇଁ ଲୋକେ ଆସନ୍ତି କିନ୍ତୁ ଏପରି ଅବସ୍ଥା ଦେଖି କେତେକେ ଫେରି ଯାଆନ୍ତି ଅନ୍ୟତ୍ର । କଳାହାଣ୍ଡି ଜିଲ୍ଲାର ଯକ୍ଷ୍ମା ଡ଼ାକ୍ତର ଶ୍ରୀ ସୁଦାମ ଚରଣ ସାହୁ ଛାତି ବିଶେଷଜ୍ଞ କହନ୍ତି, କଳାହାଣ୍ଡି କାହିଁକି ଓଡ଼ିଶାରେ “ଯକ୍ଷ୍ମା ଆଉ ଛାତି” ରୋଗୀଙ୍କ ପାଇଁ କୌଣସି ସ୍ଥାନେ ଟେଷ୍ଟ ୱାର୍ଡ଼ ନାହିଁ । ରୋଗୀମାନେ ଠିକ୍ ହିସାବରେ ଓ୍ୟ÷ଷଧ ଖାଉନାହାନ୍ତି । ପ୍ରାୟ ତିନିମାସ ଖାଇଲାପରେ ସାମାନ୍ୟ ଭଲ ହୋଇଗଲେ ସମ୍ପୁର୍ଣ୍ଣ ଆରୋଗ୍ୟ ହେଲି ବୋଲି ଛାଡ଼ି ଦେଉଛନ୍ତି । ଯଦ୍ୱାରା କି ଏମିତି ସମସ୍ୟା ଭୋଗିବାକୁ ପଡ଼ୁଛି । କାମଠଣା ସମସ୍ୟା ଉପରେ ପଚାରିଲେ ସେ କହନ୍ତି ଓଡ଼ିଶାରେ ସ୍ପେଶିଆଲ ଯକ୍ଷ୍ମା ରୋଗୀଙ୍କ ପାଇଁ ପଦବୀ ୩୫ ଗୋଟି ଗ୍ରାନ୍ଟେଡ଼ ପୋଷ୍ଟ ରହିଅଛି । ତାହା ମଧ୍ୟ ନାହିଁ । ଅନ୍ୟ ବିଭାଗ ମାନଙ୍କୁ ଚାଲିଯାଉଛନ୍ତି । କେବଳ ଓଡ଼ିଶାରେ କାଁ ଭାଁ ୧୫ଜଣ ଯକ୍ଷ୍ମା ରୋଗୀ ଡ଼ାକ୍ତର ରହିଥିବେ । ଏହାପରେ ଅବସର ଯକ୍ଷ୍ମା ଡ଼ାକ୍ତରମାନେ କର୍ପସ ଫଣ୍ଡସ୍ରେ ଚାଲିଯାଉଛନ୍ତି ଅନ୍ୟତ୍ର । ଦ୍ୱିତୀୟ କଥାହେଲା ଦରମା କମ୍ ଏଠି । ବେଶୀ ଦରମା ପାଇବା ଆଶାରେ ଅନ୍ୟତ୍ର ଚାଲିଯାଉଛନ୍ତି । ରାଜ୍ୟସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ଆଖି କିମ୍ବା ଗୋଡ଼ ହାତ ଖରାପ ହୋଇଯାଇଥିଲେ ଭିନ୍ନକ୍ଷମ ଭାବେ ଗ୍ରହଣ କରି ଲୋକମାନଙ୍କୁ ଭତ୍ତା ଦେଉଛନ୍ତି କିନ୍ତୁ ଯକ୍ଷ୍ମା ରୋଗୀଙ୍କ ଶରୀର ମୁଖ୍ୟ ଅଂଶ ଖରାପ ହୋଇଯାଉଛି ସେମାନେ ଅକର୍ମଣ୍ୟ ହୋଇ ରହିଯାଉଛନ୍ତି । ତଥାପି ସେମାନଙ୍କ ପାଇଁ ଭିନ୍ନକ୍ଷମ ଭଳି ଭତ୍ତା ଯୋଗାଇ ଦିଆଯାଉନାହିଁ । କାମଠଣା ଡ଼ାକ୍ତର ମଧ୍ୟ ଯକ୍ଷ୍ମା ସ୍ପେଷାଲିଷ୍ଟ ନୁହଁ । ସେ ଜଣେ ଏମ୍.ବି.ବି.ଏସ୍. ଡ଼ାକ୍ତର କାମ ଚଲେଇ ଦେଉଛନ୍ତି ନଥିଲେ କଣ କରିବେ ? ଜଣକୁ ସ୍ୱତନ୍ତ୍ର ଭାବେ ଡ଼ାକ୍ତର ତିଆରି କରିବାକୁ ହେଲେ ଆହୁରି ଦଶ ବର୍ଷ ଲାଗିବ । ଏହାହଁ ଓଡ଼ିଶାର ଅବସ୍ଥା ବୋଲି ମତ ଦିଅନ୍ତି ।

()()()

ନେସ୍ନାଲ ମିଡ଼ିଆ ଟି.ବି. ଫେଲୋସିପ୍

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top