ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଜିଲ୍ଲାପାଳଙ୍କ ଠାରେ ଗୁହାରୀ

ହରିଚନ୍ଦନପୁର, ତା ୨୫.୧୦ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକର ଟାଙ୍ଗିରୀପାଳ ଗ୍ରାମ ପଞ୍ଚାୟତର ସୁଆକାଠୀ ଗ୍ରାମର ଦଶରଥ ସିଙ୍କୁଙ୍କ ପୁଅ ଗୋବିନ୍ଦ କିଛି ଦିନ ହେବ ଅଜଣା ରୋଗରେ ପିଡିତ ହୋଇ ନିଜର ଗୋଡ ଦୁଇଟି ଅଚଳ ହେବା ସହ ଶରୀର ଅଚଳ ହେବାକୁ ଲାଗିଛି।ଦଶରଥ ଜଣେ ଦିନ ମଜୁରିଆ ଭାବେ କାମ କରି ଘରର ଗୁଜୁରାଣ ମେଣ୍ଟାଇ ଥାନ୍ତି।କିନ୍ତୁ ଘର ଚଳାଇବାଟା ତାଙ୍କ ପାଇଁ କଷ୍ଚ ଦାୟକ ହେଉଥିବା ବେଳେ ନିଜ ପୁଅ ଶରୀର ଦିନକୁ ଦିନ ଅଚଳକୁ ନେଇ ଅସହାୟ ହୋଇ ପଡିଥିଲେ।ତଥାବି ନିଜର ପାରିଶ୍ରମିକ ଟଙ୍କାରେ ପ୍ରାଥମିକ ଚିକିତ୍ସାକରି ନାନାପ୍ରକାରର ଦାମି ଔଷଧ କିଣି ଖାଇବାକୁ ଦେଇ ରୋଗର ନିରାକରଣ କରିପାରି ନଥିଲେ।ଓ ନିରାସ ଅବସ୍ଥାରେ ମୁଣ୍ଡରେ ହାତ ଦେଇ ବସିଥିଲେ କୌଣସି ଉପାୟ ନପାଇ ସୋମବାର ଦିନ ହରିଚନ୍ଦନପୁର ବ୍ଲକରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ନିଜ ପୁଅକୁ ଅଟୋ ରିକ୍ସା ଯୋଗେ ଆଣି ପହଞ୍ଚିଥିଲେ।ଜିଲ୍ଲାପାଳଙ୍କ ପାଖରେ ନିଜର ପୁଅର ସ୍ବାସ୍ଥ୍ୟ ବାବଦରେ କହିବା ସହ ଭଲ କରିବା ପାଇଁ ଗୁହାରୀ ଜଣାଇଥିଲେ।ଜିଲ୍ଲାପାଳ ଗରିବ ଦଶରଥଙ୍କ ଦୁଃଖ ଶୁଣି ସଙ୍ଗେ ସଙ୍ଗେ ଜିଲ୍ଲା ଚିକିତ୍ସାଅଧିକାରୀ କବିନ୍ଦ୍ର ପ୍ରସାଦଙ୍କୁ ନିର୍ଦ୍ଧେଶ ଦେଇ କହିଥିଲେ କି ତୁରନ୍ତ ରୋଗର ସଠିକ୍ ଭାବେ ପରିକ୍ଷା କରି ମାଗଣା ଔଷଧ କିମ୍ବା ଦିମୀ ଔଷଧ ଦେବା ସହ, ରୋଗର ନିରାକରଣ କରି ରୋଗୀକୁ ସମ୍ପୂର୍ଣ୍ଣ ଭଲ କରିବା ଦିଗରେ ଲାଗିପଡିବା ପାଇଁ କହିଥିଲେ।ବିଷେଶ ଖବରରୁ ଜଣା ପଡେ କି ଦଶରଥଙ୍କ ପୁଅ ଗୋବିନ୍ଦ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ହଟାତ୍ ଏକ ଅଜଣା ରୋଗ ମାଡି ବସିଥିଲା ଓ ସେ ରୋଗରେ ଆକ୍ରାନ୍ତ ହେଇ ପଡିଥିଲେ ବା ସହ ଦୁଇଟି ଯାକ ଗୋଡ ଅଚଳ ହୋଇ ପଡଥିଲା, ଯାହାକି ଏପର୍ଯ୍ୟନ୍ତ ଭଲ ହୋଇ ପାରୁନାହିଁ। ଦିନକୁ ଦିନ ଶରର ଅଙ୍ଗ ପ୍ରଶିରା ଅଚଳ ହେବା ଯୋଗୁଁ ଦିନକୁ ଦିନ ସ୍ୱାସ୍ଥ୍ୟଅବସ୍ଥା ବିଗିଡିବାରେ ଲାଗିଛି। କିଛି ଦିନ ବିତିଗଲା ପରେ ଶରୀରର ଯନ୍ତ୍ରଣା ବଢି ବଢି ଶରୀର ଅଚଳ କରିବାକୁ ଲାଗିପଡିଥିଲା।ତେଣୁ ଗୋବିନ୍ଦ ବିଛଣାରେ ପଡି ଛଟପଟ ଅବସ୍ଥାରେ ପଡିରହିବା ସହ ନିଜର ଶରୀରକୁ ଉଠାଇ ବାରେ ଅକ୍ଷମ ହୋଇପଡିଥିଲେ।

Leave a Reply

Your email address will not be published. Required fields are marked *