ଓଡ଼ିଶା

ଚିକିତ୍ସା ଅଭାବରୁ ଆଠ ବର୍ଷ ହେବ ଅଜଣା ରୋଗରେ ପୀଡିତ ଲିପୁ ବେହେରା, ଅର୍ଥ ସାଜିଛି ବାଧକ, ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

ହରିଚନ୍ଦନପୁର, ତା ୨୫ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ଡା ଗ୍ରାମ ପଞ୍ଚାୟତର ୫ନମ୍ବର ୱାର୍ଡର ବେହେରା ସାହିର ମୃତ ପଦୁ ବେହେରା ଓ ମା ନତି ବେହେରାଙ୍କ ମଝିଆଁ ପୁଅ ଲିପୁ ବେହେରା(୨୩) ଅଜଣା ରୋଗରେ ଆକ୍ରନ୍ତ ଅବସ୍ତାରେ ବିଛଣାରେ ପଡିରହିଛନ୍ତି। ଚିକିତ୍ସା ଅଭାବରୁ ୮ବର୍ଷ ହେବ ବିଛଣାରେ ପଡିରହିଛନ୍ତି ଅର୍ଥ ସାଜିଛି ବାଧକ। ବାପ ପଦୁ ବେହେରାଙ୍କ ମୃତ୍ୟୁ ପରେ ମା ନତି ବେହେରା ଦିନ ବେଳା ଦୁଃଖ କଷ୍ଟରେ ପର ଦୂଆରେ ମୂଲ ଲାଗି ପରିବାର ଚଳାଇଥାଏ। ରାତିରେ ଡିବି ଆଲୁଅରେ ବାଉଁଶର ଟୋକେଇ, କୁଲା, ଗାଣ୍ଡୁଆ ଭଳି ଅନେକ ସାମଗ୍ରୀ ତିଆରି କରି ଗ୍ରାମ ଓ ହାଟଗୁଡିକରେ ବୁଲି ବିକ୍ରି କରିଥାଏ। ତିନି ପୁଅଙ୍କୁ ପାଠ ପଢାଇବା ସହିତ ଖାଦ୍ୟ ଯୋଗାଡ କରି ପିଲାମାନଙ୍କ ପେଟକୁ ଦାନା ମୁଠାଏ ଦେଉଥିବା ବେଳେ ନିଜେ ଭାତ ତୋରାଣି ପେଟରେ ଓଦା କନା ଦେଇ ପିଲାମାନଙ୍କୁ ବଡ କରିଥିଲେ। ଲିପୁ ବେହେରା ଛୋଟ ବେଳୁ ଭଲ ପାଠପଢୁଥିଲେ କିନ୍ତୁ ଦୁଃଖର ବିଷୟ ଷଷ୍ଠ ଶ୍ରେଣୀରୁ ଅଚାନକ ଦେହ ଅସୁସ୍ଥ ହୋଇପଡିଥିଲା ସଙ୍ଗେ ସଙ୍ଗେ ମା ନତି ଚିକିତ୍ସା ନିମନ୍ତେ କେନ୍ଦୁଝର ନେଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ଓା÷ଷଧ ଆଣିଥିଲେ କିଛି ଦିନ ଓୗଷଧ ଖାଇବା ପରେ ସୁସ୍ଥ ନହେବାକୁ ନେଇ ପୁଣି ଥରେ କେନ୍ଦୁଝର ନେଇଥିଲେ ସେଠାରେ ଡାକ୍ତର ଦେଖାଇଥିଲେ। ଡାକ୍ତର ଜଣଙ୍କ ଏଠାରେ ଏହି ରୋଗ ଭଲ ହେବନାହିଁ ତୁମେ କଟକ ବଡ ମେଡିକାଲକୁ ନେବା ପାଇଁ କହିଥିଲେ। ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନେବା ପାଇଁ ନତି ବେହେରା ସକ୍ଷମ ହୋଇପାରିନଥିଲେ। ପାଠ ପଢିବି ବଡ ହୋଇ ଗାଁ ସମସ୍ୟା ଦୂର କରିବି ଆଉ ବାପା ମାଙ୍କ ସେବା କରିବି ଓ ସେମାନଙ୍କ ଦୁଃଖ କଷ୍ଟକୁ ଦୂର କରି ମୁହଁରେ ହସ ଫୁଟାଇବାର ଆଶା ରଖିଥିଲେ ଲିପୁ। କିନ୍ତୁ ଭାଗ୍ୟର ବିଡମ୍ବନାର ବିଷୟ ତାଙ୍କ ଜୀବନରେ ମାଡିଆସିଥିଲା ଏକ ବିରାଟ ଅଜଣା ରୋଗ। ଅର୍ଥ ଅଭାବରୁ ରୋଗର ନିରାକରଣ କରିପାରିନଥିଲେ ଫଳରେ ଦୁଇ ଗୋଡ ଅଚଳ ହୋଇ ଅକ୍ରମନ୍ୟ ଅବସ୍ଥାରେ ୮ ବର୍ଷ ହେବ ଘରେ ବିଛଣାରେ ପଡିରଛନ୍ତି। ପୁଅ ଲିପୁ ବେହେରା ଅଜଣା ରୋଗକୁ ଭଲ କରିବାକୁ ନେଇ ମା ନତି ବେହେରା ଜମିବାଡି ବନ୍ଧା ପକାଇ ୪୦ହଜାର ଟଙ୍କା ସାଥିରେ ନେଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବାର ଜଣାପଡିଛି। ଯେଉଁ ବୟସରଙ୍କ ପୁଅ ମାର ସେବା କରିବା କଥା କିନ୍ତୁ ବୃଦ୍ଧା ବୟସରେ ମା ପୁଅକୁ ଖୁଆଇବା, ଗାଧୋଇବା ଓ ଶୌଚ ପାଇଁ ଟେକି ଟେକି ନେଉଥିବାର ଦେଖିବାକୁ ମିଳିଛି। ଏହି ଗରିବ ପରିବାର ଲୋକମାନେ ଆଜି ପର୍ଯ୍ୟନ୍ତ ସରକାରଙ୍କ ମୈାଳିକ ସୁବିଧାରୁ ବଞ୍ଚିତ ହୋଇରହୁଛନ୍ତି। ସୂଚନା ଅନୁଯାୟୀ ସ୍ୱାମୀ ମରିବା ପରେ ନତି ବେହେରା ଆଜି ପଯ୍ୟନ୍ତ ଭତା, ରାଶନ କାର୍ଡ, ଇନ୍ଦିରା ଆବାସ ଓ ବିଦ୍ୟୁତ ଭଳି ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି। ଏପଟେ ଭଙ୍ଗା ଘରେ ରୋଗରେ ପୀଡିତ ପୁଅକୁ ଓୗଷଧ ଦେବାକୁ ଟଙ୍କା ଯୋଗାଡ କରିବେ ନା ଘରଟିକୁ ମରାମତି କରିବେ ନା ଘରଟିକୁ ଚଳାଇବେ। ଯଦି ଏହି ଗରିବ ପରିବାରଟିକୁୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଏ ତେବେ ଲିପୁ ବେହେରା ଚିକିତ୍ସା ହୋଇ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂଣ୍ଣର୍୍ ଠିକ୍ ହୋଇପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଯଥାଶିଘ୍ର ଉକ୍ତ ପରିବରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ଲିପୁକୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏଅଂଚଳର ଜନ ସାଧାରଣ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top