ଚିକିତ୍ସାଧୀନ ଅବସ୍ଥାରେ କଏଦୀର ମୃତୁ୍ୟ

ତାଳଚେର,୨୩/୧୧(ଓଡ଼ିଆ ପୂଅ/ଅଜିତ କୁମାର ବେହେରା): ତାଳଚେର ସ୍ୱତନ୍ତ୍ର ଉପକାରଗାରର ଜନୈକ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ମୃତ କଏଦୀଙ୍କ ନାମ ରମେଶ ବେହେରା(୪୦) । ସେ ଗତ ତା୧୯.୦୩.୨୦୧୯ ରିଖରୁ ଉକ୍ତ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ରମେଶ ଜଣେ ଡାଇବେଟିସ ରୋଗୀ ଥିଲେ । ଏବଂ ପରବର୍ତୀ ପର୍ଯ୍ୟାୟରେ ସେ କିଡ଼ନୀଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଆଜି ଦିନ ପ୍ରାୟ ୨ଟା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା ବୋଲି ଜେଲ ସୁପରିଟେଣ୍ଡେଂଟ କେ.ମାରାଣ୍ଡିଙ୍କ ସୂତ୍ରରୁ ପ୍ରକାଶ । ରମେଶଙ୍କ ନିଜ ଘର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଅଂଚଳରେ ଏବଂ ପତ୍ନୀ ଏବଂ ପିଲମାନେ ବନବାସପୁରରେ ତାଙ୍କ ଶ୍ୱଶୁରଘରେ ରହୁଥିବାର ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *