ଚିକିଟିରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦିଗପହଣ୍ଡି ୧୨-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଚିକିଟି ବ୍ଲକରେ ୧୭ଟି ପଞ୍ଚାୟତର ଗ୍ରାମବାସୀମାନଙ୍କୁ ନେଇ ଆଜି ପୂର୍ବାହ୍ନରେ ଚିକିଟି ଗଡ଼ ସ୍ଥିତ ମିନି ଷ୍ଟାଡିୟମରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଦ୍ୱାରା ଚିକିଟି ବ୍ଲକର ପ୍ରାୟ ୯୭ଟି ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର କରାଯାଇଛି। ଏଠାରେ ପ୍ରତ୍ୟେକ ପଞ୍ଚାୟତକୁ ସାମାଜିକ ମଙ୍ଗଳ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ। ଏଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେବା ସହ ସ୍ଥାନୀୟ ବିଧାୟକ ତଥା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଡ଼ିଓ, ଡିଇଓ, ଡିପିଓ, ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ କୁମାର ଭୋଇ, ସିଡିପିଓ ଶ୍ରୀମତୀ ମାଧୁରୀ ପାଢ଼ୀ, ଏବିଡ଼ିଓ ଶ୍ରୀଯୁକ୍ତ ରମାକାନ୍ତ ସାହୁ, ଏନଏସି ଅଧିକାରୀ ଅଶୋକ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଏମ୍ ପଦ୍ମାବତୀ, ଉପାଧ୍ୟକ୍ଷା ଶ୍ରୀମତୀ ସସ୍ମିତା କୁମାରୀ ପଣ୍ଡା, ଗୋବିନ୍ଦ ବେହେରା, ତହସିଲ ଓ ବ୍ଲକ କର୍ମଚାରି, ଅଙ୍ଗନବାଡି, ଆଶାକର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଯୋଗ ଦେଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀଯୁକ୍ତ ଏମ୍ ନଗରାଜୁ ଚିକିଟି ବ୍ଲକ ଯୁବ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *