ଓଡ଼ିଶା

ଚାଷୀ ମୃତ୍ୟୁ ଘଟଣାର ସମବେଦନା ଜଣାଇଲା ବିଜେପି

ଖଇରା, ୮/୧୧ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗମ୍ଭାରିଆ ଗ୍ରାମରେ ଗତ ୪ ଦିନ ତଳେ ଚକଡା ପୋକ ଜନିତ ଓ ଋଣଭାର ଚାଷୀ ମୃତ୍ୟୁ ଘଟଣାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଥିଲା। ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କର ଭିଡଜମିଥିଲା ମୃତ ଚାଷିଙ୍କ ଗ୍ରାମରେ। ଗତକାଲି କୈଳାସ ରାଉତଙ୍କ ପରିବାର ବର୍ଗଙ୍କ ପାଖରେ

ବିଧାୟକ ଓ କୌଣସି ସରକାରୀ ଦଳୀୟ କର୍ମୀ ପହଞ୍ଚିନଥିବାରୁ ବିଜେପିର ଯୁବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଠାକୁର ରଣଜିତ ଦାସ ତିବ୍ର ସମାଲୋଚନା କରିଥିଲେ। ତାଙ୍କର ଟିମ ଗମ୍ଭାରିଆ ଗ୍ରାମର ମୃତ ଚାଷୀ କୈଳାସ ରାଉତଙ୍କ ଘରେ ପହଂଚି ଥିଲେ। ତାଙ୍କ ସହିତ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ଯୁବମୋର୍ଚ୍ଚା କେନ୍ଦ୍ରୀୟ ସଭାପତି ଠାକୁର ରଣଜିତ ଦାସ, ରାଜ୍ୟ ମହିଳାମୋର୍ଚ୍ଚା ସଂପାଦିକା ମନିଷା ବେହେରା, ଜିଲ୍ଲା କିଷାନ ମୋର୍ଚ୍ଚା ଉପସଭାପତି କରୁଣାକର ନାୟକ, ରଥ ବେହେରା, ଜିଲ୍ଲା କିଷାନ ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ପଣ୍ଡା ପ୍ରମୁଖଙ୍କ ସହିତ ଅନ୍ୟକର୍ମକର୍ତ୍ତାମାନେ ଆସି ଗାଁରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଥିଲେ। ୧୯ବର୍ଷଧରି ଓଡିଶାର ଶାସନ କ୍ଷମତାରେ ଥିବା ଅପାରଗ ନବୀନ ସରକାର କୃଷିକୁ ପ୍ରାଧାନ୍ୟ ଦେଉଥିବା କଥା କହିଆସୁଥିବା ଓ ବାରମ୍ବାର ଚାଷି ଆତ୍ମହତ୍ୟା ବଢିଚାଲିଥିଲା ବେଳେ ରୋକିବାରେ ରାଜ୍ୟ ସରକାର ବିଫଳହେଉଛନ୍ତି। କୈଳାସର ପରିବାରୁ ଚାକିରି ଓ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାପଇଁ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top