ଓଡ଼ିଶା

ଚାଷୀ ମୂଲିଆ ସଂଘ ଭଦ୍ରକ ଶାଖା ପକ୍ଷରୁ ୧୫ ଦଫା ଦାବି ନେଇ ଗଣଧାରଣା

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭୂମିହୀନ ପରିବାରଙ୍କୁ ଦଖଲ ଜମିର ପଟ୍ଟା ଓ ଚାଷ ଉପଯୋଗୀ ଜମି ସହ ଘରଡିହ ନଥିବା ପରିବାରଙ୍କୁ ଘରଡିହ ପଟ୍ଟା ଯୋଗାଇଦେବା ଭଳି ୧୫ ଦଫା ଦାବିରେ ଆଜି ଚାଷୀ ମୂଲିଆ ସଂଘ ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ ପୁରାତନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ତେବେ ଆଜି ରାତି ପ୍ରାୟ ୮.୩୦ ସମୟରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ଧାରଣାସ୍ଥଳରେ ପହଞ୍ଚି ଆସନ୍ତା ମାସ ୨ ତାରିଖ ସୁଦ୍ଧା ତଦନ୍ତ କରାଯାଇ ତାଲିକା ମୂଳେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆଜିର ଏହି ଗଣଧାରଣା ପ୍ରତ୍ୟାହୃତ ହୋଇଛି। ଚାଷୀ ମୂଲିଆ ସଂଘ ପକ୍ଷରୁ ସୁଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ କୈଳାସ ଚନ୍ଦ୍ର ଜେନା, ଗଣେଶ ଗାହାଣ, ପଦ୍ମନାଭ ଭୂୟାଁ, କରୁଣାକର ବେହେରା, ମାନସୀ ଯେନା, ଟୁନି ଯେନା, ଆରତୀ ଯେନା, ମଣ୍ଟୁ ମୁଣ୍ଡା, ସମୟ ସିଂ, ବାସନ୍ତୀ ଯେନା, ବାସନ୍ତୀ ବେହେରା, ପର୍ଶୁ ମଣ୍ଡଳ ଓ ପ୍ରହ୍ଲାଦ ଦଳେଇ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ଏହି ଗଣଧାରଣାରେ ସାମିଲ ହୋଇଥିଲେ। ସଂଘ ପକ୍ଷରୁ ଘରଡିହ ନଥିବା ପରିବାରଙ୍କୁ ଯଥାଶୀଘ୍ର ପଟ୍ଟା ପ୍ରଦାନ, ଭୂମିହୀନଙ୍କୁ ଦଖଲ ଜମିର ପଟ୍ଟା ଓ ଚାଷ ଉପଯୋଗୀ ଜମି ଯୋଗାଇଦେବା, ସହରିକରଣ ନାମରେ ଥଇଥାନ ପୂର୍ବରୁ ବସ୍ତି ଉଚ୍ଛେଦ ବନ୍ଦ କରାଯିବା, ଭଦ୍ରକ ସହର ଓ ଗ୍ରାମାଞ୍ଚଳର ସମସ୍ତ ବସ୍ତି ଓ ସାହିଙ୍କୁ ପାନୀୟ ଜଳ, ବିଜୁଳି ଶକ୍ତି ଓ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଯୋଗାଣ, ବାସହୀନ ପରିବାରକୁ ଆବାସ, ଇନ୍ଦିରାଆବାସ, ମୋ କୁଡିଆ ଘର ଯୋଗାଇଦେବା ସହ ସିଲିଂ ଆଇନ୍କୁ କଡାକଡି ଲାଗୁ କରାଯାଇ ଭୂମିହୀନଙ୍କୁ ଜମି ବଣ୍ଟନ, ଜବରଦଖଲକାରୀ ଜମି ମାଲିକଙ୍କ ଠାରୁ ଜମି ଉଚ୍ଛେଦ କରି ଦଳିତ ଭୂମିହୀନଙ୍କୁ ଯୋଗାଇଦେବା, ଜଂଗଲ ନିୟମ ଅନୁଯାୟୀ ଭୂମିହୀନ ଆଦିବାସୀ ପରିବାରଙ୍କୁ ଘରଡିହ ପଟ୍ଟା ଯୋଗାଣ, ଦଖଲରେ ଥିବା ଭୂମିହୀନ ପରିବାରଙ୍କ ଠାରୁ ଆର.ଆଇ.ଙ୍କ ଦ୍ୱାରା ମନଇଚ୍ଛା ଜରିମାନା ଆଦାୟକୁ ବନ୍ଦ କରାଯିବା, ଭୂମିହୀନ ପରିବାରଙ୍କ ପିଲାମାନଙ୍କୁ ପାଠପଢିବା ବାବଦ ବିନା ଘରବାଡି ପଟ୍ଟାରେ ଜାତିଗତ ପ୍ରମାଣପତ୍ର ଓ ସାର୍ଟିଫିକେଟ୍ ପ୍ରଦାନ, କଂପାନୀଙ୍କୁ ନୁହଁ ଭୂମିହୀନଙ୍କୁ ଜମି ଯୋଗାଇଦେବା ଓ ଭାଗଚାଷୀମାନଙ୍କୁ ଭାଗଚାଷୀ ପରିଚୟ ପତ୍ର ପ୍ରଦାନ ଭଳି ୧୫ ଦଫା ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top