ad
ଓଡ଼ିଶା

ଚାଷୀଙ୍କ ବାସ୍ତବ ସମସ୍ୟାକୁ ସରକାର ବୁଝନ୍ତୁ- ନବ ନିର୍ମାଣ କୃଷକ ସଂଘ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାରେ ଚାଷୀମାନଙ୍କୁ ଶୋଷଣ ଚରମ ସୀମାରେ ପହଞ୍ଚିଛି। ଅଭାବୀ ବିକ୍ରୀର ସମ୍ମୁଖୀନ ହୋଇ ଚାଷୀ ନିଜ ଧାନକୁ ସ୍ୱଳ୍ପ ମୂଳ୍ୟରେ ବାହାର ରାଜ୍ୟର ଚାଷୀଙ୍କୁ ବିକ୍ରୀ କରିଚାଲିଛି। କାରଣ ଦେଢ଼ ମାସ ହେଲା ସରକାରୀ ଭାବେ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଶାସନିକ ନିଷ୍କ୍ରିୟତା କାରଣରୁ ଅଧିକାଂଶ ମଣ୍ଡି କାର୍ଯ୍ୟ୪ମ ହୋଇ ପାରିନି। ଧାନ କିଣା ସମୟରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଶୂନ ପ୍ରତିଶତ କାଟେଣୀ ସମ୍ପର୍କରେ ଯେଉଁ ବକ୍ତବ୍ୟ ରଖିଛନ୍ତି ତହା ସତ୍ୟର ଅପଳାପ। ଶ୍ରୀ ପାତ୍ର ଏ ସମ୍ପର୍କରେ ପ୍ରମାଣ ଦେବାର ଆବା୍ୟକତା ରହିଛି ବୋଲି ନବ ନିର୍ମାଣ କୃଷକ ସଂଘ କହିଛି। ଭଦ୍ରକ ଭାଗବତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ଜିଲ୍ଲା ଉପଦେଷ୍ଟା ହୃଦାନନ୍ଦ ରାଉତ, ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସତ୍ୟରଂଜନ ନାୟକ, ଆର୍ତ୍ତତ୍ରାଣ ତିୱାରୀ ପ୍ରମୁଖ ଏପ୍ରକାର ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ସଂଘର ଦୀର୍ଘ ଦିନର ଦାବି ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନକୁ ସରକାର ଅଣଦେଖା କରିଚାଲିଛି। ଚାଷୀଙ୍କ ବାସ୍ତବ ସମସ୍ୟା ନବୁଝି କାଳିଆ ଯୋଜନା ମୂଲ୍ୟହୀନ ବୋଲି ସେମାନେ କହିଛନ୍ତି। ଋଣଛାଡ଼ ଏକ ଅସ୍ଥାୟୀ ବ୍ୟବସ୍ଥା। ତେଣୁ ବିଗତ ୫୬ବର୍ଷ ଧରି କଂଗ୍ରେସ ଚାଷୀଙ୍କ ହିତକୁ ଅଣଦେଖା କରି ଆଜି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବା ପ୍ରତିଶ୍ରୁତି ନିର୍ବାଚନୀ ଚାଲ ବୋଲି ସଂଘ କହିଛି। ସେହିପରି କେନ୍ଦ୍ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରୁ ନାହିଁ। ସ୍ୱାମୀନାଥନ କମିଟି ରିପୋର୍ଟ ଶୀତଳ ଭଣ୍ଡାରରେ। ତେଣୁ ସଂଘ ପକ୍ଷରୁ ଚାଷୀଙ୍କୁ ଏକ କରି ଆନ୍ଦୋଳନକୁ କ୍ରୀୟାଶୀଳ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top