ଚାଷୀଙ୍କ ଚିନ୍ତା ନଜାଉଣୁ ସରକାରଙ୍କୁ ଘାରିଲାଣି ସମବାୟ କର୍ମଚାରୀଙ୍କ ଚିନ୍ତା

ଘଟଗାଁ,୧୭.୧୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଅଦିନିଆ ବର୍ଷା କାରଣରୁ ରାଜ୍ୟରେ ଚାଷୀଙ୍କୁ ବେହାଲ କରି ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି । କିପରି କ୍ଷୟ କ୍ଷତି ଆକଳନ କରି ଚାଷୀଙ୍କ କ୍ଷତି ପୁରଣ ଦିଆଯିବ ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ବେଳେ ଏହି କାର୍ଯ୍ୟରେ ବିଶେଷ ଭୁମିକା ବହନ କରୁଥିବା ସମବାୟ ସମିତିର କର୍ମଚାରୀ ମାନେ ଏବେ ଅନେ୍ଦାଳନରେ । ସମବାୟ ସମିତିର କର୍ମଚାରୀଙ୍କୁ ସରକାରୀ ମାନ୍ୟତା,ସରକାରୀ କର୍ମଚାରୀ ପରି ସମସ୍ତ ସୁବିଧା, ସରକାରଙ୍କ ଦ୍ୱାରା ଦରମା ପ୍ରଦାନ, ରାଜ୍ୟସ୍ତରର ସଂଘ ପାଇଁ ଭୂବନେଶ୍ୱରରେ ଏକ ସରକାରୀ ଗୃହ ଆଦି ୫ ଦଫା ଦାବି ନେଇ ଗତ ସେପ୍ଟେମ୍ବର ମାସରେ ରାଜ୍ୟ ସମବାୟ ସମିତିର ମହା ସଂଘ ଆନେ୍ଦାଳନକୁ ଓହ୍ଲାଇବା ପରେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ପୁରଣ ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ପାଳନରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା କାରଣରୁ ମହାସଂଘ ରାଜ୍ୟ ସରକାରଙ୍କୁ ପତ୍ର ଦ୍ୱାରା ଚେତାବନୀ ଦେବା ସହିତ ପୁଣି ଥରେ ୩୦ ତାରିଖରୁ ଅନେ୍ଦାଳନକୁ ଓହ୍ଲାଇଛନ୍ତି । ଅନେ୍ଦାଳନ କାରଣରୁ ବର୍ତମାନ ରାଜ୍ୟରେ ଚାଷୀଙ୍କ ଦୂରାବସ୍ତା ସମୟରେ ସମବାୟ ସମିତିର କର୍ମଚାରୀ ମାନେ ତୁଲାଉ ଥିବା ରୂଣ, ଧାନର ଅନଲାଇନ ରେଜଷ୍ଟେସନ,ଧାନ କିଣା ଓ ଚାଷୀଙ୍କ କ୍ଷୟ କ୍ଷତିର ଆକଳନରେ ବାଧାପ୍ରାପ୍ତ ହୋଇଛି । ତେବେ ସରକାରୀ ଦାବି ପୂରଣ କରିବା ପରିବର୍ତେ ୨୪ ଘଣ୍ଟା ମଧ୍ୟରେ ଆନେ୍ଦାଳନରୁ ଓହୋରି କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଧମକ ଦେଇଛନ୍ତି । ମାତ୍ର ସମବାୟ ସମିତିର ସଂଘ ନିଜ ଜିଦରେ ଅଟଳ ରହି ଆନେ୍ଦାଳନକୁ ଜାରି ରଖିଛନ୍ତି । ଆଗାମୀ ଦିନରେ ଆନେ୍ଦାଳନ ତିବ୍ରତର କରାଯିବା ସହ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଘଟଗାଁରେ ଚାଲିଥିବା ଜିଲ୍ଲା ସ୍ତରିୟ ଆନେ୍ଦାଳନରେ ସଂଘର ରାଜ୍ୟ ଉପଦେଷ୍ଟା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *