ad
ଜିଲ୍ଲା ପରିକ୍ରମା

ଚାଷୀଙ୍କୁ ମାଗଣାରେ ମୁଗ ବିହନ ବଂଟନ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଖରିଫ ରୁତୁରେ ଖାଲି ପଡ଼ିଥିବା ଚାଷ ଜମିରେ କମ ପାଣି ଉପଯୋଗ କରି କିଭଳି ଚାଷୀ ଚାଷ କାର୍ଯ୍ୟକରି ଉପକୃତ ହୋଇ ପାରିବ ସେଥିପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଅନ୍ୟନ୍ୟ ଉଦ୍ୟମ ଆରମ୍ଭ ହୋଇଛି। ସରକାରଙ୍କ ଟିଆରଏଫଏ ଯୋଜନା ମାଧ୍ୟମରେ ଲାଠିକଟା ବ୍ଲକର ଝାଡତରଙ୍ଗ ଗ୍ରାମ ପଂଚାୟତର ପ୍ରାୟ ୫୦ ହେକ୍ଟେର ଅଂଚଳରେ ମୁଗ ଚାଷ ପାଇଁ ଚାଷୀଙ୍କୁ ମାଗଣା ମୁଗ ବିହନ ଯୋଗାଇ ଦିଆଯାଇଛି। ଝାଡତରଙ୍ଗ ଓରାମଟୋଲା ପାଡହା ଘର ପରିସରରେ ସହକାରୀ କୃଷି ଅଧିକାରୀ ଦୀପ୍ତୀ ପଟେଲ ଉପସ୍ଥିତ ରହି ଚାଷୀଙ୍କୁ ବିହନ ବଂଟନ କରିଥିଲେ। ଏହି ଅବସରରେ ଶ୍ରୀମତୀ ପଟେଲ ଚାଷୀ ମାନେ କମ ପାଣି ବ୍ୟବହାର କରି କିଭଳି ସୁବ୍ୟବସ୍ଥିତ ଭାବେ ମୁଗଚାଷ କରି ଉପକୃତ ହୋଇ ପାରିବେ ସେ ନେଇ ଚାଷୀଙ୍କୁ ବୁଝାଇଥିଲେ। ରୋଗ ଓ ପୋକଙ୍କ ଠାରୁ ଚାଷଙ୍କୁ ବଂଚାଇବା ପାଇଁ ଚାଷୀଙ୍କୁ ସଚେତନ କରିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଗ୍ରାମ୍ୟ କୃଷି କର୍ମଚାରୀ ବିନୋଦିନୀ ବାରିକ ଓ ପାଣି ପଂଚାୟତ ସଭାପତି ବୁରୁଙ୍ଗା ଖାଖା ପ୍ରମୁଖ ସହଯୋଗ କରିଥିବା ବେଳେ ଦେଓନାଥ ଟପ୍ପୋ, ମାନୀ ଟପ୍ପୋ, ମନୋଜ ଲାକ୍ରା, ମନୋଜ କୁଜୁରଙ୍କ ସମେତ ଅନେକ ଚାଷୀ ମାଗଣାରେ ମୁଗ ବିହନ ଗ୍ରହଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top