ଜିଲ୍ଲା ପରିକ୍ରମା

ଚାଷୀଙ୍କୁ ବୀମା ରାଶି ୨୦୧୬ରୁ ନ ମିଳିବା ନେଇ ସ୍ୱତନ୍ତ୍ର ବୈଠକ: ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଟିଟିଲାଗଡ଼ ୧୯-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ୫ ଟି ବ୍ଲକର ୨୦୧୬ ରୁ୨୦୧୭ ଓ ୨୦୧୭ ରୁ୨୦୧୮ ବର୍ଷର ଶସ୍ୟ କଟା ରିପୋର୍ଟ ଉପରେ ଏକ ସ୍ୱାମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଟିଟିଲାଗଡ଼, ସଇଁତଲା, ତୁରକେଲା, ବଙ୍ଗୋମୁଣ୍ଡା, ଓ ମୁରିବାହଲ ପାଞ୍ଚଟି ବ୍ଲକର ତହସିଲଦାର, ଭିଏଲଡବ୍ଲୁ,, କୃଷି ଓଭରସିଅର, ଜିଲ୍ଲା କୃଷି ଅଧିକାରୀ, ଏଆରସିଏସ ଟିଟିଲାଗଡ଼ ଓ ବଲାଙ୍ଗୀର ଡି ପି ଏସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବ୍ଲକର ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିଲେ।୨୦୧୬ରୁ ୨୦୧୭ ର ଚାଷୀ ବୀମା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଥିଲେ ଏବଂ ଅନ୍ୟ ବ୍ଲକ ର ଚାଷୀମାନେ ରାସ୍ତା ଅବରୋଧ ଆନ୍ଦୋଳନ କରିଥିଲେ। ଏ ସମ୍ପର୍କରେ ତର୍ଜମା କରି ଗତ ୦୭.୦୮.୧୮ ରିଖ ରେ ଏକ ବୈଠକର ଆୟୋଜନ କରି ଚାଷୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଆୟୋଜିତ ବୈଠକରେ ଚାଷୀମାନଙ୍କ ସମସ୍ତ ତହସିଲ ,କୃଷି ବିଭାଗଓ ସମସ୍ତ ଅଧିକାରୀଙ୍କୁ ନେଇ ଆଲୋଚନା କରିଥିଲେ, ଏଥିରେ ଶ୍ରୀ ପ୍ରଭାସ ବହିଦାର, ରାଜୁ ନାୟକ, ଚନ୍ଦ୍ର ବଦନ ପୁରୋହିତ, ଓ ଅନେକ ଜନ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ପରେ ଆସନ୍ତା ୨୪ ତାରିଖରେ ଉକ୍ତ ବୈଠକରେ ହୋଇଥିବା ଆଲୋଚନାର ମୁଖ୍ୟ ବିଷୟକୁ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରି ଉକ୍ତ ବୀମା ଟଙ୍କା କିପରି ଚାଷୀ ପାଇବେ ସେ ନେଇ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ଜଣାଇଥିଲେ। ତେବେ ଏ ନେଇ ସ୍ଥାନୀୟ ମରୁଡ଼ି ପ୍ରବଣ ଅଣ ଜଳସେଚିତ ଏହି ଅଞ୍ଚଳରେ ଚାଷୀ ବର୍ଷକୁ ଥରେ ଚାଷ କରିବା ଓ କ୍ଷତି ଗ୍ରସ୍ତ ହୋଇ ବୀମା ରାଶି ପ୍ରଦାନ କରା ନଯିବା ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ତେବେ ଏହାର ସମାଧାନ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସମସ୍ତ ମହଲରେ ଦାବି ହେଉଛି। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ମହାନ୍ତି ବୈଠକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top