ଚାଷି ଆତ୍ମହତ୍ୟା ଅଭଗେଯାଗ,ବିଜେପି ପକ୍ଷରୁ ରାସ୍ତାରୋକ,ଦାବୀପୁରଣ ପରେ ରାସ୍ତାରୋକ ହଟିଲା

ଖଡିଆଳ/ନୂଆପଡା-୨୩.୧୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଟାମାଳ ଗ୍ରାମରେ ଆଉ ଜଣେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଅଛି । ଜିଲ୍ଲାରେ ଚାଷି ଅତ୍ମହତ୍ୟା ଥମିବାର ନାମ ନେଉନଥିବା ବେଳେ କ୍ରମାଗତ ଭାବରେ ଚାଷିମାନେ ନିଜ ଫସଲ କ୍ଷତି ସାଙ୍ଗକୁ ବ୍ୟାପକ ଋଣଭାର ସହ୍ୟ କରିନପାରି ଆତ୍ମହତ୍ୟା କରିବାକୁ ପଛାଉନଥିବା ଜଣାପଡେ । ଚଳିତ ବର୍ଷ ଜିଲ୍ଲାରେ ଚାରି ଜଣ ଚାଷି ଆତ୍ମହତ୍ୟା ଘଟଣା ପଦାକୁ ଆସିଥିବା ବେଳେ ନିଜ ଚାଷ ଜମିରେ ଦୁଇଜଣ ଏବଂ ନିଜ ଘରରେ ଦୁଇ ଜଣ ଚାଷି ଆତ୍ମହତ୍ୟା କରିଥିବା ଜଣାପଡେ । ଗୁରୁବାର ଖଡିଆଳ ବ୍ଲକ ରାଣିମୁଣ୍ଡା ଗ୍ରାମପଞ୍ଚାୟତ କୋଟାମାଳ ଗ୍ରାମର ଝାରପୋଡ ଶବର (୬୦) ନିଜ ଫସଲ କ୍ଷତି ସହ୍ୟ କରିନପାରିବା ସହ ଲକ୍ଷାଧିକ ଟଙ୍କା ସାହୁକାର ଋଣ ବୋଝରେ ନିଜ ଜୀବନ ହାରିଦେଇଥିବା ମୃତ ଝାରପୋଡ ଶବର ଙ୍କ ସ୍ତ୍ରୀ କଲାବତୀ ଶବର ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ଭୟାବହ ମରୁଡି ଶାଙ୍ଗକୁ ଫସଲ ସମ୍ପୂର୍ଣ୍ଣ ରୂପେ ଉଜୁଡିଯାଇଅଛି । ନିଜ ପୈତୃକ ପାଞ୍ଚ ଏକର ଓ ନିଜେ କିଣିଥିବା ୪ ଏକର ଚାଷ ଜମିରେ ଧାନ ଏବଂ କପା ଚାଷ କରିଥିଲେ । ଧାନ ଏବଂ କପା ଚାଷ ନଷ୍ଟ ହେବା ନେଇ ନିଜ ମାନସିକ ସନ୍ତୁଳନ ହରାଇ କିଟନାଶକ ବିଷପାନ କରି ନିଜ କପା ବାରିରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଆହାତ ଅବସ୍ଥାରେ ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରକାଶ ଥାଉକି ଝାରପୋଡ ଶବର ଙ୍କ ୨ ପୁଅ ଓ ଦୁଇ ଝୀଅ ଅଛନ୍ତି । ଦୁଇ ପୁଅ କୁ ବାହା କରି ସାରିଥିବା ବେଲେ ଦୁଇ ଝୀଅ କୁ ମଧ୍ୟ ବାହା ଦେଇ ସାରିଛନ୍ତି । ଚାଷି ଆତ୍ମହତ୍ୟା ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୁଆପଡା ବିଜେପି କୃଷକ ମୋର୍ଚ୍ଚା ସଭାପତି ସଂଜୟ ତିୱାରୀ,ପୁର୍ବତନ ବିଜେପି କୃଷକ ମୋର୍ଚ୍ଚ ସାଧାରଣ ସଂମ୍ପାଦକ ଯଦୁମଣୀ ପାଣିଗ୍ରାହୀ,ଖଡିଆଳ ନଗର ସଭାପତି ବିକାଶ ସିଂଘଲ,ଗୈାତମ ତାଣ୍ଡି ସମେତ ସତାଧିକ ଚାଷୀ ୩୫୩ ନଂମ୍ବର ଜାତୀୟ ରାଜପଥ ଉପରେ ଶବ ରଖି ଅବରୋଧ କରିବା କାରଣରୁ ଯାତ୍ରୀ ଏବଂ ପଥିକଙ୍କୁ ନାହିନ ଥିବା ଅସୁବିଧା ସମ୍ମୁଖିନ ହେଉଥିଲେ । ଘଟଣା ସ୍ଥଳରେ ଖଡିଆଳ ଅତିରିକ୍ତ ତହସିଳଦାର ସଦାଶିବ ନାଏକ ଓ ଖଡିଆଳ ପୋଲିସ ଆଇ. ଆଇ. ସି ସଦାନନ୍ଦ ପୁଝାରୀ ରାସ୍ତା ରୋକ ପାଖରେ ପହଞ୍ଚି ମୃତକ ପରିବାରଙ୍କୁ ରେଡ୍ କ୍ରସରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଗଜନାରୁ ୨ ହଜାର ଟଙ୍କା ପ୍ରଦାନ ଓ ମୃତ ଝାରପୋଡ ଙ୍କ ସ୍ତ୍ରୀ କଲାବତୀ ଙ୍କୁ ମୋ କୁଡିଆ ଯୋଜନାରେ ଘର ଏବଂ ବିଧବା ପେନସନ ତୁରନ୍ତ ପ୍ରଦାନ ସହିତ ମୃତ ଚାଷୀର ନ୍ୟାୟୀକ ଯାଞ୍ଚ ସହିତ ନୁଆପଡା ଜିଲା କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରାଯିବା ପାଇଁ ଆନେ୍ଦାଳନ କରିଥିଲେ । ଆନେ୍ଦାଳନ ପାଖରେ ମୃତ ସ୍ତ୍ରୀ କୁ ତିନୋଟି ଦାବୀ ପୁରଣ ସାଙ୍ଗକୁ ଅନ୍ୟଦାବୀ କୁ ସରକାର ଙ୍କୁ ଜଣାଇଦେବା ପାଇଁ ପ୍ରତିଶ୍ରୁତି ପରେ ଆନେ୍ଦାଳନ ରୁ ହଟିଥିଲେ ।

Leave a Reply

Your email address will not be published. Required fields are marked *