ଚାଳିଶ ବର୍ଷ ପୁରାତନ ବନ୍ଧୁଙ୍କ ମିଳନ ପର୍ବ 

କୋରାପୁଟ ତା୧୨-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସରକାରୀ ବିଦ୍ୟାଳୟର ଚାଳିଶ ବର୍ଷ ପୁରାତନ ଛାତ୍ରଙ୍କ ମିଳନ ପର୍ବ ସଦର ମହକୁମା ନିକଟସ୍ଥ ବରଗୁଡା ଗ୍ରାମ ଏକ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୭୭, ୭୮ ଏବଂ ୭୯ ବର୍ଷ ମାଟ୍ରିକୁଲେସନ ବ୍ୟାଚର ୧୦୨ଜଣ ଛାତ୍ର ଯୋଗଦେଇଥିଲେ । ଚାଳିଶ ବର୍ଷ ପରେ କେତେକ ଛାତ୍ର ନିଜ ସହପାଠୀଙ୍କୁ ପାଇ ପିଲା ଦିନର କଥା ମନେ ପକାଇ ଖୁସିରେ ଅଧିର ହୋଇପଡିଥିଲେ । ଉପସ୍ଥିତ ଛାତ୍ର ସାଥିଙ୍କ ମଧ୍ୟରେ କେତେକ ଚାକିରୀ କ୍ଷେତ୍ରରୁ ଅବସର ନେଇଥିବାବେଳେ ଅନ୍ୟ କେତେକ ଅବସର ନେବାକୁ ସ୍ୱଳ୍ପ ସମୟ ରହିଥିବା କହିଛନ୍ତି । ଆସନ୍ତା ବନ୍ଧୁ ମିଳନରେ ପରିବାର ବର୍ଗଙ୍କୁ ସାମିଲ କରାଇବାକୁ ଉପସ୍ଥିତ ବାଲ୍ୟ ବନ୍ଧୁ ମାନେ ନିଷ୍ପତି ନେଇଥିଲେ । କୋଲାବ ଜଳ ଭଣ୍ଡାର ନିକଟରେ ଏହି ମିଳନ ସ୍ଥଳି ହୋଇଥିବାରୁ ସମସ୍ତ ବନ୍ଧୁ ଏହାର ମଜା ଉଠାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବୁବୁ ପଟ୍ଟନାୟକ, ଗୁପ୍ତ ପଟ୍ଟନାୟକ, ବୁଲୁ ପାତ୍ର ପରିଚାଳନା କରିଥିବାବେଳେ ବାଲ୍ୟ ବନ୍ଧୁ ତ୍ରିନାଥ ରାଓ, ଦିଲିପ ଗୌଡ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *