ad
ଓଡ଼ିଶା

ଚାଳିଆଘରେ ନିଆଁ ଲାଗିଯିବାରୁ ଘଟଣା ସ୍ଥଳରେ ଶ୍ରମିକର ମୃତ୍ୟୁ

ଭୁବନେଶ୍ୱର/ଧାମନଗର-୪ା୩(ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ)ଇଟାଭାଟିରେ କାମ କରି ଗତ ରାତିରେ ବିଶ୍ରାମ ନେଇଥିବା ଜଣେ ଶ୍ରମିକ ଆଜି ଭୋର ସମୟରେ ଚାଳିଆଘରେ ନିଆଁ ଲାଗିଯିବାରୁ ଘଟଣା ସ୍ଥଳରେ ଶ୍ରମିକର ମୃତ୍ୟୁ ହୋଇଥିବା ପୁଲସ ନିକଟରୁ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳ ନଦୀଗାଁ ପଞ୍ଚାୟତ ପାଟଣାସାହି ଗ୍ରାମର ବିଶ୍ୱମ୍ଭର ଗୋଚ୍ଛାୟତ(୩୫) ଇଟାଭାଟିରେ ଶ୍ରମିକ ଭାବେ ପଧାନୀ ଗ୍ରାମ ପଞ୍ଚାୟତର କଇଁଥାଡିହ ଗ୍ରାମରେ ଶ୍ରମିକ ଭାବେ କାର୍ଯ୍ୟ କରୁବାକୁ ଯାଇଥିଲେ। ଗତ ରାତ୍ରୀରେ ସମସ୍ତ ଶ୍ରମିକ ଓ ମିସ୍ତ୍ରୀ ଖାଇପିଇ ଏକ ଚାଳିଆ ଘରେ ଶୋଇପଡିଥିଲେ। ଆଜି ଭୋର ସମୟରେ ଶ୍ରମିକ ମାନେ ବିଶ୍ରାମ ନେଇଥିବା ଚାଳିଆ ଘରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ବିଶ୍ୱମ୍ଭର ନିଆଁରେ ପୋଡିହୋଇ ମୃତ ବରଣ କରିବାଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିପରି ନିଆଁ ଲାଗିଲା ଏହା ଦୃର୍ଘଟଣା ନା ହତ୍ୟା ତଦନ୍ତ ଚଳାଇଛି ପୁଲିସ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top