ଓଡ଼ିଶା

ଚାଳରୁ ପଡିଲା ଗୋଖର ସାପ, ଅଳ୍ପକେ ବର୍ତ୍ତିଲେ ମା’ ଓ ଶିଶୁ

କେନ୍ଦୁଝର, ୨୯ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଅନ୍ତର୍ଗି ଉପରଡିହା ଗ୍ରାମର ଗଦାଧର ମହାନ୍ତଙ୍କ ଘର ଚାଳରେ ଗୋଟିଏ ଗୋଖର ସାପ ମୂଷା ଖାଇବା ପାଇଁ ଗତକାଲି ରାତିରେ ଚଢିଥିବାବେଳେ ସନ୍ତୁଳନ ହରାଇ ମଶାରୀ ଉପରେ ପଡିଯାଇଥିଲା। ମଶାରୀ ଭିତରେ ମା’ ଗୋଲାପ ମହାନ୍ତଙ୍କ ସହ ଝିଅ ଟିକି ଓ ପୁଅ ଜୀବନ ଶୋଇଥିଲେ। ଘର ଭିତରେ ଫଁ ଫଁ ଗର୍ଜନ ଶୁଣି ଗୋଲାପ ମହାନ୍ତଙ୍କ ନିଦ ହଠାତ୍ ଭାଙ୍ଗି ଯାଇଥିଲା। ନିଜ ପାଖରେ ଥିବା ଟର୍ଚ୍ଚ ମାରି ମଶାରୀ ଉପରେ ଏକ ସାପ ଥିବା ଦେଖିଥିଲେ। ନିଜ ସନ୍ତାନମାନଙ୍କୁ ରକ୍ଷା କରିବା ପାଇଁ ମଶାରୀଟିକୁ ସାବଧାନତାର ସହ ଖଟ ଉପରେ ବିଛଣା ତଳେ ପୁରାଇ ନିଜେ ବାହାରକୁ ଆସିଥିଲେ ଏବଂ ଗୃହଟିକୁ ଆଲୋକିତ କରିଥିଲେ। ଏହାପରେ ପଡୋଶୀମାନଙ୍କୁ ଡାକି ପୁଅ ଏବଂ ଝିଅକୁ ରକ୍ଷା କରିବାକୁ ନିବେଦନ କରିଥିଲେ। ପଡୋଶୀମାନେ ସର୍ତକତାର ସହ ପିଲା ଦୁଇଜଣଙ୍କୁ ମଶାରୀ ଭିତରୁ ସୁରକ୍ଷିତଭାବେ ବାହାରକୁ ଆଣି ଆସିଥିଲେ। ଏହାପରେ ୨ଘଣ୍ଟାର ପରିଶ୍ରମ ପରେ ପଡୋଶୀମାନେ ସାପଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ। ସ୍ୱାମୀ ଗଦାଧର ମହାନ୍ତଙ୍କ ଏମଏସପି କାରଖାନାକୁ ରାତ୍ର ଡ୍ୟୁଟିରେ ଯାଇଥିବାବେଳେ ସ୍ତ୍ରୀ ଗୋଲାପ ମହାନ୍ତ ସାହାସିକତା ଯୋଗୁଁ ନିଜେ ତଥା ନିଜର ସନ୍ତାନମାନଙ୍କୁ ରକ୍ଷା କରିବା ଘଟଣାକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ, ବର୍ଷାଦିନେ ସାପ ଗାତରେ ପାଣି ପଶୁଥିବା ଯୋଗୁଁ ସାପମାନେ ବାହାରକୁ ଚାଲିଆସି ଲୋକମାନଙ୍କୁ କାମୁଡିଥାନ୍ତି। କେନ୍ଦୁଝର ଜିଲ୍ଲାରେ ସାପ କାମୁଡାରେ ଗତ ୬ମାସରେ ୩୫ଜଣଙ୍କର ପ୍ରାଣହାନୀ ଘଟିବା ଏବେ ଚିନ୍ତାର ବିଷୟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top