ଅନୁଗୁଳ

ଚାଳଗଡ଼ ତାରିଣୀ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ପାଳିତ

ତାଳଚେର, ୬ /୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ ଅନ୍ତର୍ଗତ ଚାଳଗଡ଼ ଗ୍ରାମର ମା’ତାରିଣୀ  ମନ୍ଦିରର ୧୫ତମ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଊପଲକ୍ଷେ ଶନିବାର ପୂର୍ବାହ୍ନରେ   ୫ଶହରୁ ଉର୍ଦ୍ଧ୍ୱ  ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ଶିବ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ କଳସରେ ଜଳ ଆଣି ଗ୍ରାମ ପରିକ୍ରମା ପୂର୍ବକ ମନ୍ଦିରଠାରେ ସ୍ଥାପନ କରିଥିଲେ । ଏହାପରେ ଏକ ସ୍ୱତନ୍ତ୍ର ହୋମ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଗ୍ରାମର ବରିଷ୍ଠ    ନାଗରିକ ଯଜ୍ଞକର୍ତାଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାୁ ଯୋଗ ଦେଇ ମା’ଙ୍କର ଆରାଧନା କରିଥିଲେ ।      ପୂର୍ଣ୍ଣାହୁତି ପରେ ଶ୍ରଦ୍ଧାଳୁମାନେ ଅନ୍ନ ପ୍ରସାଦ ସେବନ କରିଥିଲେ । ମା’ତାରିଣୀ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ବାବାଜୀ ସାମଲ,   ସଭାପତି ଗୈାର ଚନ୍ଦ୍ର ସାମଲ,ସମ୍ପାଦକ ବିଭୁତି ଦାସ,ଗ୍ରାମ୍ୟ କମିଟି ସଭାପତି ଧୃବଚରଣ ଧୀର,ମନ୍ଦିର କମିଟିର ସମସ୍ତ ଯୁବ ଗୋଷ୍ଠୀ         ଉପସ୍ଥିତ ରହି ସହଯୋଗ କରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top