ଓଡ଼ିଶା

ଚାଲିଛି ହାତୀ ବେଶ ପ୍ରସ୍ତୁତି

ପୁରୀ:୨୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗୁରୁବାର ପବିତ୍ର ସ୍ନାନ ପୂର୍ଣ୍ଣିମା। ସ୍ନାନ ବେଦୀକୁ ବିଜେ କରିବେ ଚତୁର୍ଦ୍ଦାମୂର୍ତ୍ତୀ ସ୍ନାନବେଦୀରେ ଦିବ୍ୟସ୍ନାନ ପରେ ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ କରିବେ। ଲକ୍ଷାଧିକ ଶ୍ରଦ୍ଧାଳୁ ଏଥି ପାଇଁ ଏବେ ଚାଲିଛି ଦିଅଁଙ୍କ ବେଶ ପ୍ରସ୍ତୁତି। ସୋଲଶିଳ୍ପୀ ବସନ୍ତ କୁମାର ରଣାଙ୍କ ଦ୍ୱାରା ଏହି ବେଶ ପ୍ରସ୍ତୁତ କରାଯାଉଥିବାବେଳେ ସତ୍ୟନାରାୟଣ ବେହେରା, ସନ୍ତୋଷ ମିଶ୍ର ଓ ବାପି ମାଝି ତାଙ୍କୁ ସହଯୋଗ କରୁଛନ୍ତି। ଏତତ୍ ବ୍ୟତୀତ ହାତୀବେଶ ନିର୍ମାଣରେ ଦରଜୀ ସେବାକଙ୍କର ଦାୟିତ୍ୱ ରହିଥିବା ବେଳେ ରଂଗ ଦେବାରେ ଚିତ୍ରକରମାନେ ସହଯୋଗ କରିଛନ୍ତି। ରାଘବ ଦାସ ମଠ ଶୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବେଶ ଯୋଗାଉଥିବା ବେଳେ ଗୋପାଳତୀର୍ଥ ମଠ ବଳଦେବଙ୍କ ବେଶ ଯୋଗାଇଥାନ୍ତି। ଠାକୁରଙ୍କ ମସ୍ତକ ପାଇଁ ତରାସ ସ ତାର ନିମ୍ନ ଅଂଶ ପାଇଁ ଡ଼ାଳି ନିର୍ମାଣ କରାଯାଉଛି। ମୁଖାରବିନ୍ଦରେ ଲାଗି ହେକିଆ ଫାଳି, ସେହିଭଳି ଶ୍ରୀଜୀଉଙ୍କ ପାଇଁ ଚନ୍ଦ୍ର ସୂର୍ଯ୍ୟ, ଛାତି, କାନ, ଚିତା, ଧୋତିହସ୍ତ, ଅଧର, ତୋରଣ, ନାକୁଆସୀ, ତରାସ, ଛତିଓଚୁଳ, ଚିତା ଆଦି ବେଶ ଉପକରଣ ପ୍ରସ୍ତୁତି ହେଉଛି। ପାରମ୍ପାରିକ ଶୈଳୀରେ ଏହି ସବୁ ବେଶ ସାମଗ୍ରୀ ପ୍ରସ୍ତୁତି କରାଯାଉଛି। ବେଶ ନିର୍ମାଣରେ ବାଉଁଶ, ବେତ, କନା, ସୋଲ, ଗରୀ, କଦଳୀ ପାଟୁକା, ଜମ୍ବୁରା, ଲେସ୍, କଇଥ ଅଠା ଆଦି ବ୍ୟବହାର କରାଯାଇଥାଏ। ସୋଲ ଓ ବାଉଁଶ ଆଣିବା ପରେ ସେଗୁଡ଼ିକୁ ସରୁସରୁ କରି କଟାଯାଇତାଏ। ବେତ ଓ ବାଉଁଶର ଫ୍ରେମ୍ ତିଆରି କରାଯାଇଥାଏ। ପରେ କନା, ଜରି, ଜମ୍ବୁରା, ସୋଲ ଆଦିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପାଇଁ ହାତୀ ବେଶ ପ୍ରସ୍ତୁତ କରାଯାଇଥାଏ। ଅକ୍ଷୟତୃତୀୟା ଠାରୁ ହାତୀବେଶ ନିର୍ମାଣ ଆରମ୍ଭ ହୋଇ ସ୍ନାନ ପୂର୍ଣ୍ଣିମା ଦିନ ହିଁ ଶେଷ ହୋଇଥାଏ। ମହାପ୍ରଭୁଙ୍କ ବେଶ ବ୍ୟତୀତ୍ ଶିଳ୍ପୀ ବସନ୍ତ ରଣା ୨୪ଟି ଟାହିଆ ମଧ୍ୟ ନିର୍ମାଣ କରି ଯୋଗାଇଥାନ୍ତି। ରାଘବ ଦାସ ମଠ ପକ୍ଷରୁ ଏହି ଟାହିଆ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ। ରଥଯାତ୍ରା ଓ ନିଳାଦ୍ରୀ ବିଜେ ପାଇଁ ୮ଟି ବନଟାହିଆ ନିର୍ମାଣ କରାଯାଇଥିବା ବେଳେ ଅନ୍ୟାନ୍ୟ ପହଣ୍ଡି ପାଇଁ ୧୬ଟି ଛୋଟ ଟାହିଆ ବସନ୍ତ କୁମାର ନିର୍ମାଣ କରିଥାନ୍ତି। ଏବେ ହାତୀବେଶ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top