ଓଡ଼ିଶା

ଚାଲାଣ ବେଳେ ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡା ୦୯/୦୯/୧୮ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଦାଦନ ଶ୍ରମିକ ଭାବେ ପଡୋଶୀ ଆନ୍ଧ୍ରପ୍ରଦେଶର ନେଲୁରୁ ସହରକୁ ଯାଉଥିବା ୧୫ ଜଣ ନାବାଳକ ଓ ନାବାଳିକାଙ୍କୁ ରାୟଗଡା ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଜିଆରପି ପୋଲିସ କୌଶଳ କ୍ରମେ ଏମାନଙ୍କୁ ଉଦ୍ଧାର କରିଥିଲା ଏମାନଙ୍କ ମଧ୍ୟରେ ୧୦ ଜଣ ନାବାଳିକା ୪ ଜଣ ନାବାଳକ ଜଣେ ମହିଳା ଦାଦନ ଶ୍ରମିକ ରହିଛନ୍ତି। ବର୍ତ୍ତମାନ ପୁଲିସ ପକ୍ଷରୁ ପରୀ-୨ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଦିନ ରେଳବାଇ ଷ୍ଟେସନରେ ଜିଆରପି ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଥିବା ବଳେ ବିଳମ୍ବିତ ରାତିରେ ରାୟଗଡ଼ା ରେଳଷ୍ଟେସନରେ ଦାଦନ ଖଟିବାକୁ ଯାଉଥିବା ସନ୍ଦେହ କରି ଏହି ପିଲାମାନଙ୍କୁ ଅଟକ ରଖାଯାଇଥିଲା। ଏମାନେ ଦାଦନ ଖଟିବାକୁ ଯାଉଥିବା ଜଣାପଡ଼ବା ପରେ ସେମାନଙ୍କୁ ରାୟଗଡ଼। ଚାଇଲ୍ଡ ଲାଇନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜିଆରପି ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ସମସ୍ତଙ୍କୁ ନେଇ ସିଡବ୍ଲୁୟସିରେକୁ ହସ୍ତାନ୍ତର କରିଥିଲେ। ସେଠାରେ ସେମାନଙ୍କର କାଉନସେଲିଂ କରାଯିବା ପରେ ତାଙ୍କ ପରିବାରବର୍ଗଙ୍କୁ ସୂଚନା କରାଯାଇଥିବା କୁହାଯାଇଛି। ବର୍ତମାନ ନାବାଳିକାମାନେ ସ୍ବଧାର ଗୃହରେ ରହିଥିବା ବଳେ ଚାଇଲ୍ଡ ଲାଇନ କାର୍ଯ୍ୟାଳୟରେ ନାବାଳକମାନେ ଅଛନ୍ତି। ଉଭୟଙ୍କ ପରିବାର ବର୍ଗ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top