ad
ଜିଲ୍ଲା ପରିକ୍ରମା

ଚାରୁ କଳା ଓ କାରୁକଳା ମହାବିଦ୍ୟାଳୟ ବାର୍ଷିକ ଉତ୍ସବ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ତ୍ରୟୋଦଶ ବାର୍ଷିକ ଉତ୍ସବ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁକ୍ତାକାଶ ରଂଗମଂଚରେ ଆୟୋଜିତ ଏହି ଉତ୍ସବକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବି.କେ ଆର୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଲେଖ ଚରଣ ସାହୁ, ଓଡିଶା ଲଳୀତ କଳା ଏକାଡେମୀର ଅବସର ପ୍ରାପ୍ତ ସଚିବ ଜଗଦିଶ ଚନ୍ଦ୍ର କାନୁନଗୋ ଏବଂ ଶିଲ୍ପୀ ବିନୋଦ ମହାରଣା ସମ୍ମାନୀତ ଅତିଥୀ ଭାବେ ଯୋଗଦାନ କରି ଉତ୍ସବରେ ଭୂୟଶୀ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସଂପାଦକ ଦୁର୍ଗା ମାଧବ କର, ବାର୍ଷିକ ବିବରଣୀ ପାଠ କରି ମହାବିଦ୍ୟାଳୟରେ ଆବଶ୍ୟକତାକୁ ଅତିଥୀଙ୍କ ନିକଟରେ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜ ସେବୀ ଚକ୍ରଧର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାପର୍ବରେ ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରଥିଲେ। ଏହି ଅବସରରେ ସଂଙ୍ଗୀତ ଗାନ କ ସହ ଚିତା୍କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ଶ୍ୟାମ ପ୍ରକାଶ ସେନାପତି ସାଂସ୍କୃତିକ କାଯ୍ୟାକ୍ରମର ସଂଯୋଜନା କାରିଥିବା ବେଳେ ଉପସଭାପତି ଉମାକାନ୍ତ ସାହୁ, ବିଜୟ ପଣ୍ଡା.କୈଳାସ ଟିକାୟତ ରାଏ, ରମେଶ ଚନ୍ଦ୍ର ମହାନ୍ତି, ତୃପ୍ତିରେଖା ମିଶ୍ର, ନାରାୟଣ ମହାରଣା, ଦୁର୍ଗାଚରଣ ଦାସ, ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଗଣ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top