ଜିଲ୍ଲା ପରିକ୍ରମା

ଚାରି ମାସ ଧରି ମିଳୁନି ରେସନ, ଯୋଗାଣ ନିରୀକ୍ଷକାଙ୍କ ନିକଟରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ବାହାନଗା/ବାଲେଶ୍ୱର, ୨୨/୦୬(ଓଡ଼ିଆ ପୁଅ/ଭାରତୀ ଦାସ )- ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର କାନ୍ଥିଗଡ଼ିଆ, କୋଚିଆକୋଇଲି ମଳିକ ସାହି, ରାହାପଦା, ଅରଡ଼ା ଗ୍ରାମରେ ୪ମାସ ଧରି ଖାଉଟି ରେସନ ସାମଗ୍ରୀ ପାଇ ନଥିବାର ବ୍ଲକ ଯୋଗାଣ ନିରିକ୍ଷୀକାଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଡିଲର ସମରେନ୍ଦ୍ର ମଲ୍ଲିକ ରେସନ ସାମଗ୍ରୀ ଠିକ ସମୟରେ ପ୍ରଦାନ କରୁନାହାନ୍ତି। ଏପରିକି ମାସମାସ ଧରି ସେ ରେସନ କୋଟା ଉଠାଉଥିଲେ ମଧ୍ୟ ଉପଭୋକ୍ତାଙ୍କୁ ବଣ୍ଟନ ନକରି ହଡ଼ପ କରିଛନ୍ତି। ସୂଚନା ଅନୁସାରେ ଡିଲର ଶ୍ରୀ ମଲ୍ଲିକ ୧୨୪ଟି କାର୍ଡ଼ରେ ୫୪୫ଜଣ ସଦସ୍ୟ ପାଇଁ ପ୍ରତି ମାସ ୨୨.୯୨କ୍ୱିଣ୍ଟାଲ ଚାଉଳ, ୬.୮୩କ୍ୱିଣ୍ଟାଲ ଗହମ ଓ ୫୩୩ଲିଟର କିରୋସିନ ଉଠାଇ ଥନ୍ତି। ତେବେ ସାମଗ୍ରିର ସୁଷମ ବଣ୍ଟନ ଓ ମାସମାସ ଧରି ସାମଗ୍ରୀ ମିଳୁନଥିବାରୁ ଅତିଷ୍ଠ ହିତାଧିକାରୀ ବ୍ଲକ ଯୋଗାଣ ନିରିକ୍ଷିକାଙ୍କ କାର୍ଯ୍ୟଳୟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ବାବଦରେ ଯୋଗାଣ ନିରିକ୍ଷୀକା ଏଲିନା ସାହୁ କହନ୍ତି ଡିଲର ଶ୍ରୀ ମଲ୍ଲିକଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶ୍ରୀ ମଲ୍ଲିକ ରେସନ ବଣ୍ଟନରେ ପିଓଏସ କରୁନଥିବାରୁ ତାଙ୍କ ଲାଇସେନ୍ସ ବାତିଲ କରାଯିବାର ସୂଚନା ରହିଛି ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top