ଓଡ଼ିଶା

ଚାରି ଧାଡିଆ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଇନବିଭାଗକୁ ରିପୋର୍ଟ ଦେଲା ତିନିଜଣିଆ କମିଟି

ପୁରୀ ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୁପ୍ରିମକୋର୍ଟଙ୍କ ଶ୍ରୀମନ୍ଦିର ସଂସ୍କାର ଛାଟ ପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ପରିବର୍ତ୍ତନ ଅଣାଯାଇଛି। ବଂଶାନୁକ୍ରମିକ ସେବା, ଅନ୍ନଦାନ ଆଟିକା ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଆଦେଶକୁ ବାଦ୍ ଦେଲେ ଦାନଦକ୍ଷିଣା ଆଦାୟ ବନ୍ଦ ସହ ସୁପ୍ରିମକୋର୍ଟଙ୍କ ଅନ୍ୟାନ୍ୟ ଆଦେଶକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବା ଦିଗରେ ତତ୍ପରତଦା ଦେଖାଇଛି। ଏହି କ୍ରମରେ ଶ୍ରୀମନ୍ଦିରର ସୁପରିଚାଳନା ପାଇଁ ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ କମିଟି ଆଜି ଏକ ବିସ୍ତୃତ ରିପୋର୍ଟ ଆଇନ ବିଭାଗକୁ ପ୍ରଦାନ କରିଥିବା ଜଣାପଡିଛି। ଏହି ରିପୋର୍ଟ ଅନୁଯାୟୀ, ଶ୍ରୀମନ୍ଦିରରେ ୪ଥାକିଆ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଚାରିଟି ଧାଡିରୁ ଗୋଟିଏ ଧାଡି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ରହିବ। ଅନ୍ୟ ଗୋଟିଏ ଧାଡି ଭିଆଇପି ବା ଅଧିକ ମୂଲ୍ୟର ଟିକେଟଧାରୀଙ୍କ ପାଇଁ ରହିବ। ତୃତୀୟ ଧାଡି ମହିଳାଙ୍କ ପାଇଁ ଓ ଚତୁର୍ଥ ଧାଡି ସର୍ବସାଧାରଣଙ୍କ ପାଇଁ ରହିବ। ଟିକେଟ୍ ରେ ଶୁଳ୍କ ଓ ନିଃଶୁଳ୍କ ବ୍ୟବସ୍ଥା ରହିବ। ଗୋଟିଏ ଟିକେଟ୍ ୪ଘଣ୍ଟା ପାଇଁ ବୈଧ ରହିବ। ଭକ୍ତମାନେ ପ୍ରବେଶ ଓ ପ୍ରସ୍ଥାନ ବେଳେ ନିଜ ଆଡୁ କୌଣସି ପଣ୍ଡା ହସ୍ତକ୍ଷେପ କରିବେ ନାହିଁ। ଶ୍ରୀମନ୍ଦିରରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ଟିକେଟ ଧରିଯିବେ। ସମ୍ପୂର୍ଣ୍ଣ ଘଟଣା ସିସିଟିଭି ନଜରରେ ରହିବ। ଏଥିପାଇଁ ସିଂହଦ୍ୱାର ଥାନା ନିକଟରୁ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ଭକ୍ତମାନେ ଧାଡିରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ନାଟମଣ୍ଡପ ଓ ଜଗମୋହନରେ ବି ଧାଡିରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏପରି କିଛି ପ୍ରସ୍ତାବ ସହ ଆଇନ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି ତିନିଜଣିଆ କମିଟି। ଏଥିସହ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟର ସୂଚନା ମିଳିଛି। ଆଇନ ବିଭାଗ ସେପ୍ଟେମ୍ବର ୪ ତାରିଖରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top