ଚାରା ଦୁର୍ନୀତି: ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାରା ରଖି ପ୍ରତିବାଦ କରିବା ସହ କୁଶ ପୁତ୍ତଳିକା ଦାହ

ବାରିପଦା -୮/୯(ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ସବୁଠାରୁ ବଡ ଚାରା ଦୁର୍ନୀତି ଓ ତା ସହ ଏହି ଦୁର୍ନୀତିର ସି ବି ଆଇ ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବାକୁ ଦାବି କରି ଆଜି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାରା ରଖି ପ୍ରତିବାଦ କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ।

ପୂର୍ବତନ କୃଷି ମନ୍ତ୍ରୀ ଡ଼ ଦାମୋଦର ରାଉତଙ୍କ ଦ୍ୱାରା ଦିଆ ଯାଇଥିବା ମନ୍ତବ୍ୟ ଯେ କେବଳ ମୟୁରଭଞ୍ଜ ଜିଲ୍ଲାର ଶହେ କୋଟିରୁ ଉର୍ଦ୍ଧ ଚାରା ଦୁର୍ନୀତି ହୋଇଅଛି ଓ ଏହା ଉପରେ ପଦକ୍ଷେପ ନେବାରୁ ତାଙ୍କର ମନ୍ତ୍ରୀ ପଦ ଯାଇଅଛି। ପୂର୍ବରୁ ମଧ୍ୟ ଜିଲ୍ଲାରେ ବହୁବାର ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ହୋଇଥିଲେ ମଧ୍ୟ ଖୁଦ ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ଟିପ୍ପଣୀ ଦେବାପରେ ଜିଲ୍ଲାରେ ବିରୋଧୀ ଦଳ ପାଇଁ ଏହା ଖୋରାଗ ଯୋଗାଇଛି। ଯାହାର ପ୍ରଭାବ ସ୍ୱରୂପ ଆଜି ଯୁବ କଂଗ୍ରେସ ସଭାପତି ରାକେଶ ସିଂ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ବର୍ତମାନ କୃଷି ମନ୍ତ୍ରୀ ଯେ କି ଦୋଷୀ କୁ ଘଣ୍ଟ ଘୋଡାଉଛନ୍ତି ଓ ତତ୍କାଳୀନ ଜିଲ୍ଲାପାଳଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଓ ଜିଲ୍ଲାପାଳଙ୍କ ଜରିଆରେ ଘଟଣାର ସି ବି ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *