ଓଡ଼ିଶା

ଚାରା ଘୋଟାଲାରେ ଲାଲୁଙ୍କ ସହିତ ୧୬ ଜଣ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡ ଶୁଣାଣି ଆଜି

ରାଞ୍ଚି ୨-୧ (ଓଡ଼ିଆ ପୁଅ) ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ୧୬ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଣ୍ଡର ବିନ୍ଦୁଙ୍କ ଉପରେ ବୁଧବାରଦିନ ଶୁଣାଣି ହେବ। ଦେବଘର କୋଷାଗାରରୁ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ଦଣ୍ଡର ବିନ୍ଦୁ ଉପରେ ସିବିଆଇର ବିଶେଷ ବିଚାରପତି ଶିବପାଲ ସିଂହଙ୍କର କୋର୍ଟରେ ଶୁଣାଣି ହେବ। କୋର୍ଟ, ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୩ ଡିସେମ୍ୱର,୨୦୧୭ରେ ଦୋଷୀ ମାନି ଦଣ୍ଡର ବିନ୍ଦୁ ଉପରେ ଶୁଣାଣି ପାଇଁ ତିଥି ନିର୍ଦ୍ଧାରିତ କରିଥିଲେ।

 

ଲାଲୁ ବର୍ତ୍ତମାନ ରାଞ୍ଚିର ବିରସା ମୁଞ୍ଡା କେନ୍ଦ୍ରୀୟ ଜେଲରେ ବନ୍ଦ ଅଛନ୍ତି। ଏହି ମାମଲା ଅବିଭାଜିତ ବିହାରର ଦେବଘର କୋଷାଗାରରୁ ୮୯.୪ ଲକ୍ଷ ଟଙ୍କାର ଅବୈଧ ଉଠାଣ ସମ୍ବନ୍ଧିତ। ଅଭିଯୁକ୍ତମାନଙ୍କ ମଧ୍ୟରେ ଲାଲୁ ସହିତ ଚାରିଜଣ ରାଜନୈତିକ ନେତା, ପଶୁପାଳନ ବିଭାଗର ପାଞ୍ଚ ଜଣ ଅଧିକାରୀ ଏବଂ ଆଠ ଆପୂର୍ତିକର୍ତ୍ତା ସାମିଲ ଅଛନ୍ତି। ଅବୈଧ ଉଠାଣ ପଶୁ ଚାରା, ଔଷଧ, ତଥା ପଶୁପାଳନ ସମ୍ୱନ୍ଧିତ ଉପକରଣର କ୍ରୟ ଏବଂ ବିଭିନ୍ନ ପଶୁପାଳନ କେନ୍ଦ୍ରରେ ଆପୂର୍ତି ଏବଂ ଅନ୍ୟ କାରଣ ପାଇଁ ଉଠାଇ ଥିଲେ। ସିବିଆଇର ଜାଞ୍ଚରେ ଏହା ସମସ୍ତ ବ୍ୟୟ ଫର୍ଜି ମିଳିଥିଲା।

 

ଦୁଇଟି ମାମଲାରେ ଲାଲୁଙ୍କ ବିରୁଦ୍ଧରେ ପ୍ରଡକ୍ସନ ୱାରେଣ୍ଟ

 

ଚାରା ଘୋଟାଲାର ଦୁଇଟି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୁଦ୍ଧରେ ପ୍ରଡକ୍ଶକ୍ସନ ୱାରେଣ୍ଟଟ ଜାରି କରି  ନ୍ୟାୟାଳୟରେ ଉପସ୍ଥିତ ହେବା ପାଇଁ ଆଦେଶ ଦିଆଯାଇଛି। ସେଥିପାଇଁ ତାଙ୍କର ଓକିଲ ପ୍ରଭାତ କୁମାର କୋର୍ଟରେ ଆବେଦନ ଦାଖଲ କରିଥିଲେ। ଓକିଲ ଚାଈବାସା କୋଷାଗାରରେ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ସିବିଆଇର ବିଶେଷ ବିଚାରପତି ଏସଏସ ପ୍ରସାଦ, ଦୁମକା କୋଷାଗାରରେ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ବିଶେଷ ବିଚାରପତି ଶିବପାଲ ସିଂହ ଏବଂ ଡୋରଣ୍ଡା କୋଷାଗାରରେ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ସିବିଆଇର ବିଶେଷ ବିଚାରପତି ପ୍ରଦୀପ କୁମାରଙ୍କର କୋର୍ଟରେ ଆବେଦନ ଦାଖଲ କରି ଲାଲୁଙ୍କୁ ନ୍ୟାୟିକ ହିରାସତରେ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଚାଈବାସା ଏବଂ ଦୁମକା ମାମଲାରେ ସିବିଆଇର ଅଲଗା-ଅଲଗା ଦୁଇଟି ବିଶେଷ ଅଦାଲତ ପ୍ରୋଡକ୍ସନ ୱାରେଣ୍ଟ ଜାରୀ କରି ଲାଲୁଙ୍କୁ ୪ ଜାନୁଆରୀକୁ ଉପସ୍ଥିତ ହେବାପାଇଁ ଆଦେଶ ଦେଇଥିଲେ। ଏହା ବ୍ୟତୀତ ଡୋରଣ୍ଡା କୋଷାଗାରରେ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ଦାଖଲ ଆବେଦନ ଉପରେ ଶୁଣାଣି ଲମ୍ବିତ ଅଛି। ଏହି ମାମଲାର  ଆସନ୍ତା ଶୁଣାଣିର ତିଥି ପାଞ୍ଚ ଜାନୁଆରୀ ନିର୍ଦ୍ଧାରିତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top