Home ଜିଲ୍ଲା ପରିକ୍ରମା ଚାରଣ ଗୋଷ୍ଠୀ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଫଳ ପ୍ରକାଶ

ଚାରଣ ଗୋଷ୍ଠୀ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଫଳ ପ୍ରକାଶ

324

ନୟାଗଡ଼, ୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରୋଟାରି ଭବନଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚାରଣ ଗୋଷ୍ଠୀ ପୁରୀ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପୁସ୍ତିକାକୁ ଉନ୍ମୋଚିତ କରାଯାଇଥିଲା। ଏହି ପରୀକ୍ଷା ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଏହି ପରୀକ୍ଷା କରାଯାଉଥିଲାବେଳେ ଓଡ଼ିଶାର ୨୬ ଜିଲ୍ଳାର ୨୮୨ ବିଦ୍ୟାଳୟର ୧୦ ହଜାର ୭୨୩ ଜଈ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଭାଗ ଦେଇଥିଲାବେଳେ ୮ହଜାର ୩୪୩ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୫୮ ଜଣ ଏ ଗ୍ରେଡ ୧୦୯୫ ଜଣ ବି ଗ୍ରେଡ, ୪ହଜାର ୩୩୪ ଜଣ ସି ଗ୍ରେଡ ୧୫୫୬ଜଣ ଡି ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି ଓ ବିଭିନ୍ନ କାରଣରୁ ୨୩୮୦ ପରୀକ୍ଷାର୍ଥୀ ଙ୍କ ଫଳ ସ୍ଥଗିତ ରହିଥିବାବେଳେ ଗୋଟିଏ ପରୀକ୍ଷା କେନ୍ଦ୍ରର ପରୀକ୍ଷା ଫଳ ପ୍ରକାଶ ପାଇନଥିବା ଅନୁଷ୍ଠାନର ଦଳପତି ଡା ଗୋପାଳ ଚନ୍ଦ୍ର ରଥ ସୂଚନାରୁ ଜଣାପଡ଼ିଛି। ପଶ୍ଚିମବଂଗର ୧୦ଟି ବିଦ୍ୟାଳୟର ୧୨୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ପରୀକ୍ଷାର ମୁଖ୍ୟ ସଂଯୋଜକ ତଥା ଅନୁଷ୍ଠାନ ସହ ସଂପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ପରୀକ୍ଷା ନିୟନ୍ତ୍ରକ ସୁରେଶ ଚନ୍ଦ୍ର ବରାଡ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ମିଡିଆ ସଂଯୋଜକ ଗଜେନ୍ଦ୍ର କୁମାର ମହାରଣା ପ୍ରମୁଖ ପରୀକ୍ଷା ଫଳ ପ୍ରକାଶନରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.