ad
ଜିଲ୍ଲା ପରିକ୍ରମା

ଚାନ୍ଦବାଲି ରାଜସ୍ୱ ବିଭାଗର ଘୋଡା ବ୍ୟାପାର : ଆର.ଆଇ. ଙ୍କ କଂପାନୀ ପ୍ରୀତି ଲାଗି, ୨୫ ଲକ୍ଷ ରାଜସ୍ୱରୁ ମିଳିଲା ମାତ୍ର ୨ ଲକ୍ଷ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଗତପୁର ମୁଖ୍ୟ ରାସ୍ତା ନିର୍ମାଣ କରୁଥିବା (ଏନ.କେ.ସି.) କଂପାନୀ ଏବେ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ମାଟି ଓ ବାଲି ପାଇଁ ସ୍ଥାନୀୟ ଅଂଚଳରୁ ମାଫିଆ ମାନଙ୍କୁ ହାତ କରି କେଉଁଠି ସରକାରୀ ଗୋଚର ଜମି ତ କେଉଁଠି ବିନା ରାଜସ୍ୱରେ ଲୁଟିନେଇଛି ଲକ୍ଷାଧିକ ଟଙ୍କାର ମାଟି ଓ ବାଲି । ବିଶେଷକରି ଏଥିରେ ପରୋକ୍ଷରେ ସହଯୋଗର ହାତ ବଢାଉଛନ୍ତି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (ଆର.ଆଇ.) । ତାଙ୍କରି ସହଯୋଗରେ ସ୍ଥାନୀୟ ଅଂଚଳରୁ ଶାଗମାଛ ଦରରେ କଂପାନୀ ଲୁଟିନେଇଛି ଲକ୍ଷାଧିକ ଟଙ୍କାର ମାଟି ଓ ବାଲି । ଚାନ୍ଦବାଲି ବ୍ଲକ୍ ବାଲିଗାଁ (ଏନ୍.ଏ.ସି.) କୁଞ୍ଜକାଳିକା ୱାର୍ଡରେ ୧୫ ଏକର ସରକାରୀ ଗୋଚର ଜମି ଉପରେ ଏବେ ମାଟି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ସରକାରୀ ଖା୧୩୬୫ତାରେ ସରକାରୀ ଗୋଚର ଜମିରେ ଉଠାଯାଇଛି ମାଟି ହେଲେ ଏ ଖବର ଅଛି ରାଜସ୍ୱ ବିଭାଗ ପାଖରେ ନା ସେଥିପାଇଁ ପୈଠ କରାଯାଇଛି ରାଜସ୍ୱ । ଏମିତି ଗୋଟିଏ ସପ୍ତାହ ମଧ୍ୟରେ ମାଟି ମାଫିଆ ମାନେ ସରକାରୀ ଗୋଚର ଜମିରୁ ୨୦ ରୁ ୨୫ ଲକ୍ଷ ଟଙ୍କାର ମାଟି ଚୋରି କରି ନେଇଯାଇଛନ୍ତି । ସବୁଠାରୁ ବଡକଥା ହେଉଛି ଅଭିଯୋଗର ପ୍ରଥମ ଦିନରୁ କାହିଁକି ରାଜସ୍ୱ ନିରୀକ୍ଷକ (ଆର.ଆଇ.) ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ । କେଉଁ ସ୍ୱାର୍ଥରେ ୭ଦିନ କଂପାନୀକୁ ଅନୁକମ୍ପା ମିଳିଲା, ଯାହାଫଳରେ ଲକ୍ଷାକ୍ଷôକ ଟଙ୍କା ରାଜସ୍ୱ ହରାଇଲେ ସରକାର । ଏଥିପାଇଁ ଦାୟୀ କିଏ! ବିଶେଷକରି ମାଟି ମାଫିଆମାନେ ସରକାରୀ ଛୁଟି ଦିନ ସମୟରେ ଦିବା ରାତ୍ରୀ ଜେସିପି ମେସିନ୍ ସାହାଯ୍ୟରେ ମାଟି ଉଠାଇ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ମାଟି । ଏଥିରେ (ଏନ.କେ.ସି) କଂପାନୀ ଫାଇଦାରେ ରହିବା ବେଳେ ରାଜସ୍ୱ ହରାଉଛି ପ୍ରଶାସନ । ପ୍ରଶାସନ ନିକଟରେ ଅଭିଯୋଗର ୭ ଦିନ ପରେ ତହସିଲଦାରଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ସଂପୃକ୍ତ ସ୍ଥାନରେ ରେଡ୍ କରି ୯ଟି ହାଇୱା ଗାଡି ସହ ଗୋଟିଏ ଜେସିପି ମେସିନ୍କୁ ଜବଦ କରିବା ସହ ମାତ୍ର ୨ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିଛି । ସର୍ବୋପରି ଦେଖିବାକୁ ଗଲେ ଚାନ୍ଦବାଲି ରାଜସ୍ୱ ନିରୀକ୍ଷକ (ଆର.ଆଇ.) ଙ୍କ କାଂପନୀ ପ୍ରୀତି ପାଇଁ ସରକାରଙ୍କର ୨୦ ରୁ ୨୫ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେବା ସହ ମାତ୍ର ରାଜସ୍ୱ ମିଳିଲା ୨ ଲକ୍ଷ ଟଙ୍କା । ଏଥିରେ ଲାଭବାନ ହେଲେ ମାଟି ମାଫିଆ ଓଏନ୍କେସି କଂପାନୀ, କ୍ଷତି ସହିଲା ପ୍ରଶାସନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top