ଜିଲ୍ଲା ପରିକ୍ରମା

ଚାନ୍ଦବାଲି ବ୍ଲକରେ ୩୬ଟି ଗ୍ରାମପଞ୍ଚାୟତକୁ ନେଇ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ୩୬ଟି ଗ୍ରାମପଞ୍ଚାୟତକୁ ନେଇ ସରକାରଙ୍କ ପକ୍ଷରୁ ଆମଗାଁ ଆମବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ୩୬ଟି ଗ୍ରାମପଞ୍ଚାୟତର ମୌଳିକ ସମସ୍ୟା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ସିଧାସଳକ ଭିଡ଼ିଓ କନ୍ଫ୍ରେନ୍ସ ଜରିଆରେ କଥା ହୋଇଥିଲେ ଓ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଚାନ୍ଦବାଲି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନେ ଗାଁ ଲୋକଙ୍କର ହିତ ଓ ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବ ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଚାନ୍ଦବାଲି ବ୍ଲକର ୩୬ଟି ଗ୍ରାମପଞ୍ଚାୟତ ପାଇଁ ୨୮୨ଟି ପ୍ରକଳ୍ପ ନିମନ୍ତେ ମୋଟ ୯କୋଟି ଟଙ୍କା ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦାରିତ ସମୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅର୍ଜ୍ଜୁନଚରଣ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଳାପରିଷଦ ସଭାପତି ଦ୍ୱିଜବର ରାଉତ, ଜିଳ୍ଲାପାଳ ଜ୍ଞାନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ବିଡ଼ିଓ ମନୋଜ ପାତ୍ର, ତହସିଲଦାର ପ୍ରେମାଂଶୁ ଦାସ, ଡ଼ିଇଜିଏମ୍ ବିଜୟାନନ୍ଦ କର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଚାନ୍ଦବାଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାପାଳ ଜ୍ଞାନଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top