ad
ଜିଲ୍ଲା ପରିକ୍ରମା

ଚାନ୍ଦବାଲି ବ୍ଲକରେ ଖାଉଟି ସୁରକ୍ଷା ଏକ ପ୍ରଶ୍ନବାଚୀ; ବିନା ନୋଟିସରେ କଟିଛି ୩୫୦ କ୍ୱିଣ୍ଟାଲ ଚାଉଳ, ଗହମ ବିଭାଗ ନିରୁତ୍ତର, ଭୋକ ଉପାସରେ ହିତାଧିକାରୀ

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ୨୬୭ଟି ରାଜସ୍ୱ ଗ୍ରାମର ସମସ୍ତ ହିତାଧିକାରୀ ମାର୍ଚ ମାସରେ ଖାଉଟି କାର୍ଡରେ କୌଣସି ଖାଦ୍ୟ ଦ୍ରବ୍ୟ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଖବରରୁ ପ୍ରକାଶ ଚାନ୍ଦବାଲି ବ୍ଲକରେ ଚଳିତ ମାସରେ ୩୫୦କୁଇଟାଂଲ ଖାଦ୍ୟ ଶସ୍ୟ ଯୋଗାଣରେ ପାତର ଅନ୍ତର ସୃଷ୍ଟି କରାଯାଇଛି। ଏହା ଫଳରେ ବ୍ଲକରେ ଥିବା୩୯ଟି ପଂଚାୟତରେ ୧.୧୬ଲକ୍ଷ ହିତାଧିକାରୀ ଆଜି ପର୍ଯ୍ୟନ୍ତ ଚାଉଳ, ଗହମ ପାଇବାରେ ଅହେତୁକ ବିଳମ୍ବ ହୋଇଛି। ସରକାର କେଉଁ ପରିସ୍ଥିତିରେ ଚାନ୍ଦବାଲି ବ୍ଲକର କୋଟା କାଟିଦେଲେ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଏହାର କାରଣ ଖୋଜିବାକୁ ଗଲେ ସରକାରୀ କଳର ଉଦାସିନତା ସହ ବ୍ଲକରେ ଥିବା ଡିଲର ମାନଙ୍କର ମନମାନୀ ଏହାର ମୁଖ୍ୟ କାରଣ ବନିଥିବା ଜଣାଯାଇଛି। ପ୍ରତି ମାସ ୫ତାରିଖ ମଧ୍ୟରେ ଖାଦ୍ୟଶସ୍ୟ ଆସି ଡିଲରଙ୍କ ପାଖରେ ପହଂଚିବାର ନିୟମ ସରକାର ଧାର୍ଯ୍ୟ କରିଛନ୍ତି। ଡିଲର ମାନେ ଖାଉଟି ମାନଙ୍କୁ ଏହି ଖାଦ୍ୟଶସ୍ୟ ୧୫ତାରିଖ ମଧ୍ୟରେ ଦେବାକୁ ଆଇନ କରିଥିବା ବେଳେ ଦରକାର ପଡିଲେ ୨୦ ତାରିଖ ପର୍ଯ୍ୟନ୍ତ ଦେବାର ନିୟମ ଅଛି। ମାତ୍ର ଚାନ୍ଦବାଲି ବ୍ଲକରେ ଥିବା ଡିଲର ମାନେ ନିଜ ଇଛାରେ ପଡିକାର୍ଡ ଗ୍ରାହକ ମାନଙ୍କୁ ନାଲିଆଖି ଦେଖାଇବା ସହ ଟିକିଏ ବିଳମ୍ବ ହେଲେ ତୁମକୁ ଆଉ କିଛି ମିଳି ପାରିବ ନାହିଁ ବୋଲି ନାସ୍ତିବାଚକ ଉତର ସହ ସେମାନଙ୍କୁ ଫେରାଇ ଦେଉଛନ୍ତି। ଏହା ଫଳରେ ଏହି ଡିଲର ମାନେ ସରକାରଙ୍କୁ ହଇରାଣ କରୁଛନ୍ତି। ଗୋଟିଏ ପଟରେ ସରକାର ପ୍ରତି ଡିଲର ମାନଙ୍କୁ ଗୋଟିଏ ଲେଖାଏ ମେସିନ ଦେଇ ଅନଲାଇନରେ ଅଙ୍ଗୁଳି ଛାପ ଦେଇ ଖାଦ୍ୟଶସ୍ୟ ଉଠାଇବାର ନିୟମ ପ୍ରଣୟନ କରିଛନ୍ତି। ଏହି ଡିଲର ମାନେ ନିଜ ପାଖରେ ପ୍ରତି ମାସରେ ୧/୨ ଦିନ ମେସିନ ରହୁଛି ବୋଲି କହିବା ସହ ଏହି ଦିନ ମାନଙ୍କରେ ସମସ୍ତ ଖାଉଟି ଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ସମ୍ଭବ ହୋଇ ପାରୁ ନାହିଁ। ଫଳରେ ଡିଲର ମାନଙ୍କ ନିକଟରେ ଖାଦ୍ୟ ଶସ୍ୟ ବଳିପଡୁଥିବା ବେଳେ ଏହାର ସଠିକ ତଥ୍ୟ ସରାକାରଙ୍କ ପାଖରେ ପହଂଚି ପାରୁ ନାହିଁ।ଫଳରେ ଡିଲର ମାନଙ୍କର ଇଛାରେ ଚାଲୁଛନ୍ତି ସରକାର। କେଉଁ ପରିସ୍ଥିତିରେ ଚାନ୍ଦବାଲି ବ୍ଲକକୁ ଖାଦ୍ୟ ଶସ୍ୟ ଯୋଗାଇବାରେ ଅହେତୁକ ବିଳମ୍ବ ହେବା ସହ ୩୫୦ କୁଇଟାଂଲ ସାମଗ୍ରୀ କମ ଆସିଲା ତାହାର ଉତର ଦେବାକୁ ଚାନ୍ଦବାଲି ଯୋଗାଣ ବିଭାଗ ନିରୁତର।ଅନ୍ୟ ପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ବିଭାଗୀୟ ଅଧିକାରୀ ମାନେ ଚାନ୍ଦବାଲି ବ୍ଲକରେ ଥିବା ଡିଲର ମାନଙ୍କୁ ଯେତିକି ଖାଦ୍ୟଶସ୍ୟ ତୁମ ପାଖରେ ଅଛି ସେତକ ବଂଟନ କରିବାକୁ ଆଦେଶ ଦେଇଥିବା ବେଳେ ଏତିକି ଖାଦ୍ୟଶସ୍ୟ କାହାକୁ ଆମ୍ଭେ ବଂଟନ କରିପାରିବୁ ନାହିଁ ବୋଲି ଡିଲର ମାନେ ନାସ୍ତି ବାଚକ ବାଣୀ ଶୁଣାଇଦେଲେ ଫଳରେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କୁ ଗୁହାରୀ କରି ତୁରନ୍ତ କମ ରହିଥିବା (୩୫୦ କୁଇଟାଂଲ)ଯୋଗାଣ ସାମଗ୍ରୀ ଯୋଗାଇ ଦେବାକୁ କହିଛନ୍ତି।ଅନ୍ୟ ପକ୍ଷରେ ଡିଲର ମାନଙ୍କର ମନମାନୀରେ ବହୁ ହିତାଧିକାରୀ ଗୋଟିଏ ମାସର ସାମଗ୍ରୀ ପାଇ ପାରୁ ନଥିବା ବେଳେ ଚାନ୍ଦବାଲି ବିଡିଓଙ୍କ ଦ୍ୱାରସ୍ଥ ହୋଇ ବାକି ରହି ଯାଉଥିବା ଖାଦ୍ୟଶସ୍ୟ ପାଇବାକୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳି ପାରୁ ନଥିବା ଜଣାଯାଇଛି।ତୁରନ୍ତ ଏହି ଅସାଧୁ ଡିଲର ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଚଳିତ ମାସ ସହ ବାକି ରହିଥିବା ମାସର ଖାଉଟି ସାମଗ୍ରୀ ଖାଉଟି ମାନଙ୍କୁ ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି। ଏହି ସମସ୍ତ ତଥ୍ୟ ଉପରେ ଜିଲ୍ଲାପାଳ ନଜର ଦେବାକୁ ସର୍ବସାଧାରଣରେ ଦାବି ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top