ଜିଲ୍ଲା ପରିକ୍ରମା

ଚାନ୍ଦବାଲି : ବିଜୁଳି ଖେଳୁଛି ଲୁଚକାଳି

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲିରେ ବିଜୁଳିର ଲୁଚକାଳି ଖେଳ ଦିନକୁ ପ୍ରାୟ ୧୦/୧୨ ଥର ବିଦ୍ୟୁତ କାଟ୍ ହେଉଛି। ଦିନ ନାହିଁକି ରାତି କେବେବେଳେ ଯେ ବିଦ୍ୟୁତ୍ କାଟ ନ ହେଉଛି କହି ହେବ ନାହିଁ। ଉପକୂଳବର୍ତ୍ତୀ ଅଂଚଳ ହୋଇଥିବାରୁ ଆକାଶରେ ଘଡଘଡି କି ବିଜୁଳି ମାରିଲେ କି ସାମାନ୍ୟ ବର୍ଷା ସାଙ୍ଗକୁ ପବନ ହେଲେ କଥା ସରିଲା। ଦିନେ ନୁହେଁ କି ଦୁଇଦିନ ନୁହେଁ ୭ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଜୁଳିକାଟ ଚଳିତ ବର୍ଷ ରେକର୍ଡ କରିଛି। ବିଜୁଳି ବିନା ଦୈନିକ ୨୦ ଘଣ୍ଟାରୁ ଉର୍ଦ୍ଧ୍ୱ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଜୁଳି ବିନା ପାନୀୟ ଜଳ ମଧ୍ୟ ଠପ୍ ହୋଇଯାଉଛି। ବିପର୍ଯ୍ୟସ୍ତ ବିଦ୍ୟୁତ ସେବାକୁ ନେଇ ବହୁବାର ବିଭିନ୍ନ ସଂଗଠନ ତରଫରୁ ରାଜରାସ୍ତାକୁ ଓହ୍ଲାଇବା ଏବଂ ଆମରଣ ଅନଶନରେ ବସିଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି କେବଳ ପ୍ରହସନ ପାଲଟିଛି। କେଉଁ କାରଣରୁ ବିଦ୍ୟୁତ୍ କାଟ୍ ହୋଇଛି, ଏହାର ସମାଧାନ ଦିଗରେ ପ୍ରଶାସନର ଆନ୍ତରିକତା ନାହିଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ବିଜୁଳି ଘଡଗଡି ମାରିବା ଫଳରେ ଉଚ୍ଚ କ୍ଷମତା ସଂପନ୍ନ ତାରରୁ ଶଙ୍ଖ ଗୁଡିକ ଭାଂଗିଯାଉଛି ତ କିଏ କହୁଛି ଗୁପ୍ତା କେବୁଲ ତରଫରୁ ବସାଯାଇଥିବା ନିମ୍ନମାନର ଇନସୁଲେଟର ଫାଟିଯାଉଛି। ଭଦ୍ରକ ଗେଲପୁର ଠାରୁ ଦୀର୍ଘ ୬୫ କିମି ଦୂର ବିଦ୍ୟୁତ ତାର ଆସିଥିବାବେଳେ ଏହାର ମରାମତି ପାଇଁ ସରକାରଙ୍କ ତରଫରୁ ୨୦୧୩ ମସିହାରେ ଗୁପ୍ତା କେବୁଲ ନାମକ ଏକ କଂପାନୀକୁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଗେଲପୁର ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ୬୫ କିମି ପର୍ଯ୍ୟନ୍ତ ତାର ଓ ଶଙ୍ଖ ବଦଳାଯାଇଥିଲା। ହେଲେ ଏଥିରେ ପିସି କାରବାର। ନେତାଙ୍କୁ କମିଶନ ଦେଇ ଗୁପ୍ତା କେବୁଲ ନିମ୍ନମାନର ତାର ଓ ଇନ୍ସୁଲେଟର ବସାଇଥିଲା। ଯାହାଫଳରେ ଟିକେ ବିଜୁଳି ମାରିଲେ ଏହି ସବୁ ଶଙ୍ଖ ଫାଟି ନଷ୍ଟ ହୋଇଯାଉଥିବା ବିଭାଗୀୟ ତରଫରୁ ସଫେଇ ଦିଆଯାଉଛି। ମାତ୍ର ୨୦୧୫ ମସିହାରେ ଏହିସବୁ ଶଙ୍ଖ ଓ ତାର ପୁନଶ୍ଚ ବଦଳାଇ ଦିଆଯାଇଥିବାବେଳେ ତାହା ମଧ୍ୟ ଏବେ ସେହିଭଳି। କେତେବେଳେ ତାର ଛିଡି ଜନଜୀବନ ହାନି ଘଟିଲାଣି ତ ପୁଣି କେଉଁଠି ଫଲ୍ଟ ହେଉଛି, ତାହାର ଟେର ପାଉନାହିଁ ବିଭାଗ। ତେବେ ୨୦୧୬ ମସିହା ଚାନ୍ଦବାଲିର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ୧୩୩/୧୩୨ କେଭି ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୧୦୦ କୋଟି ବିନିମୟରେ ଏକ ଗ୍ରୀଡ୍ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଓପିଟିସିଏଲ୍ ତରଫରୁ ଏହା କାର୍ଯ୍ୟ କରାଯାଉଛି। ମାତ୍ର ଗ୍ରୀଡ୍ କାମ ମନ୍ଥର ଗତିରେ ଚାଲିଥିବାବେଳେ ତାହା ୨୦୧୯ ସୁଦ୍ଧା ସରିବାକୁ ନେଇ ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top