ଜିଲ୍ଲା ପରିକ୍ରମା

ଚାନ୍ଦବାଲି କୃଷି ଗବେଷଣା କେନ୍ଦ୍ର ଅବହେଳିତ, କର୍ମଚାରୀ ମରୁଡି, ପାଚେରୀ ନିର୍ମାଣ ନିମ୍ନମାନର

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଅବହେଳିତ ଅବସ୍ଥାରେ ପଡିରହିଛି ଚାନ୍ଦବାଲି ମତୋ କୃଷି ଗବେଷଣା କେନ୍ଦ୍ର। କୃଷି ଗବେଷଣା କେନ୍ଦ୍ରଟି ରକ୍ଷଣାବେକ୍ଷଣ ଅଭାବ ଓ କର୍ମଚାରୀ ମରୁଡି ପାଇଁ ଆଜି ଭୂତକୋଠି ପାଲଟିଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତି ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉନାହାଁନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ଗବେଷଣା କେନ୍ଦ୍ରରେ କୋଟି କୋଟି ଟଙ୍କାର ବୈଷୟିକ ଯନ୍ତ୍ରପାତି ଖତ ଖାଉଛି। ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଏବେ ଭିତ୍ତିଭୂମିର ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କାଙ୍କୁ ସଂପୃକ୍ତ ଠିକାଦାର ନିମ୍ନମାନର କାର୍ଯ୍ୟକରି ଲୁଟିନେବାକୁ ବସିଛନ୍ତି। ଓଡ଼ିଶାରେ ଭୁବନେଶ୍ୱର, ଜୟପୁର, ଚିପିଲିମା, ରାଣୀତାଲ ଓ ଚାନ୍ଦବାଲି (ମତୋ) ଠାରେ ରହିଛି ମାତ୍ର ୫ଟି କୃଷି ଗବେଷଣା କେନ୍ଦ୍ର। ଏହି ୫ଟି କେନ୍ଦ୍ର ପ୍ରଥମେ ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧୀନରେ ଥିଲା। ହେଲେ ୧୯୮୪ ରେ ରାଜ୍ୟ ସରକାରଙ୍କ କୃଷି ବୈଷୟିକ ମହାବିଦ୍ୟାଳୟ (ଓ.ୟୁଏ.ଟି.) ଅଧୀନକୁ ଗଲା। ଉପକୂଳ ଓଡ଼ିଶାର ଲୁଣା ମାଟିରେ କୃଷିର ବିକାଶ ପାଇଁ ଧାନ ଚାଷ ସମ୍ବନ୍ଧୀୟ ଗବେଷଣା ଓ ବୈଷୟିକ ଜ୍ଞାନର ତାଲିମ୍ ଓ ଅଧିକ ଅମଳକ୍ଷମ ବିହନ ଉତ୍ପାଦନ ଏବଂ ମୃର୍ତ୍ତିକା ପରୀକ୍ଷା ଆଦି ଏହାର ମୁଖ୍ୟ କାର୍ଯ୍ୟ ଥିଲା।ଏଥିନେଇ ୪୫ ଏକର ପରିମିତ ଚାନ୍ଦବାଲି ମତୋଠାରେ ଏକ ଗବେଷଣା କେନ୍ଦ୍ର ରାଜ୍ୟ ସରକାର ପ୍ରତିଷ୍ଠା କରି ସେଥିରେ କାର୍ଯ୍ୟାଳୟ, ଗବେଷଣା କେନ୍ଦ୍ର, ଫାର୍ମ, ସବୁଜ ଗୃହ, ଲାଇବ୍ରେରୀ, କୃଷକ ଆବାସ ଓ କର୍ମଚାରୀଙ୍କ ବାସଗୃହ ନିର୍ମାଣ କରାଯିବା ସହ କୃଷି ବୈଜ୍ଞାନିକଙ୍କୁ ଲଗାଇ ୧୧ ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। ଚାନ୍ଦବାଲି କୃଷି ଗବେଷଣା କେନ୍ଦ୍ରରେ ଜଣେ କୃଷି ବୈଜ୍ଞାନିକଙ୍କ ସମେତ ମାତ୍ର ୩ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି କେନ୍ଦ୍ରର ବାର୍ଷିକ ୩୫ ଏକର ପାର୍ମରେ ୪୫୦ କ୍ୱିଣ୍ଟାଲ ଉନ୍ନତ ଅମଳ କ୍ଷମ ବିହନ ଉତ୍ପାଦନର କ୍ଷମତା ଥିବାବେଳେ ୨୦୧୭-୧୮ ବର୍ଷରେ ମାତ୍ର ୧୦୧ କ୍ୱିଣ୍ଟାଲ (୩ଟି କିସମର ବିହନ) ଉତ୍ପାଦନ କରାଯାଇଛି। ଚାନ୍ଦବାଲି କୃଷି ଗବେଷଣା କେନ୍ଦ୍ରଟି ୫ ବର୍ଷ ହେବ ଏବେ କ୍ଷତିରେ ଚାଲୁଛି। ଏଥିସହ ଭିତ୍ତିଭୂମିର ବିକାଶ ପାଇଁ ଚତୁଃର୍ପାଶ୍ୱର୍ରେ ପାଚେରୀ, ପୋଖରୀ ଖନନ, ଆପ୍ରୋଚ ରୋଡ୍, ଷ୍ଟାପ୍ କ୍ୱାର୍ଟର ମରାମତି ଆଦି କାର୍ଯ୍ୟ ପାଇଁ ୨ କୋଟି ୭୦ ଲକ୍ଷ ୫୫ ହଜାର ଟଙ୍କାର ଅନୁମୋଦନ ହୋଇ କାର୍ଯ୍ୟ ଚାଲୁରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ପାଇଁ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଉକ୍ତ କେନ୍ଦ୍ରଟି କ୍ଷତିରେ ଚାଲିବା ନେଇ ସଂପର୍କରେ କୃଷି ଗବେଷଣା କେନ୍ଦ୍ର ଅଧିକାରୀ ତଥା ବୈଜ୍ଞାହନିକ ଭଗବାନ କବାଟଙ୍କୁ ପଚାରିବାରୁ ସେ କହିଥିଲେ ମତୋ କୃଷି ଗବେଷଣା କେନ୍ଦ୍ର ଏବେ ସମସ୍ତ କାର୍ଯ୍ୟ ଠିକ୍ ଠାକ୍ ଚାଲିଛି। କେବଳ କର୍ମଚାରୀ ଅଭାବ ରହିଛି। ହେଲେ ଚାଷୀ ଯେଉଁ ଅଭିଯୋଗ କରିଛନ୍ତି ଗବେଷଣା କେନ୍ଦ୍ରର ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ନିମ୍ନମାନର ତାହା ଏକ ପ୍ରାୟୋଜିତ ଏବଂ ଗବେଷଣା କେନ୍ଦ୍ରକୁ ବଦନାମ କରିବାକୁ ଚାଷୀମାନଙ୍କୁ ଉସୁକାଉଛନ୍ତି କିଛି ସ୍ଥାନୀୟ ରାଜନେତା। ହେଲେ ଏଠାରେ କୌଣସି ନିମ୍ନମାନର କାର୍ଯ୍ୟ କରାଯାଉନାହିଁ ବୋଲି ସଫେଇ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top